ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ |
---|
ଭୋଟର ସଂଖ୍ୟା (୨୦୧୪): ୨,୨୪,୩୧୨ |
ଜିଲ୍ଲା: ବରଗଡ଼ ଜିଲ୍ଲା |
ଲୋକ ସଭା ଆସନ:ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ) |
ପଞ୍ଚାୟତ ସମିତି: ୪ |
ଗ୍ରାମ ପଞ୍ଚାୟତ: |
ବିଜ୍ଞାପିତ ଅଞ୍ଚଳ ପରିଷଦ: |
ପୌର ପରିଷଦ: |
ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[୧]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୨] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟ ରଞ୍ଜନ ସିଂ ବରିହା | ୬୭,୯୧୩ | ୪୪.୧୫ | - | |
କଂଗ୍ରେସ | ସତ୍ୟ ଭୂଷଣ ସାହୁ | ୪୯,୮୪୭ | ୩୨.୪୧ | - | |
ଭାଜପା | ପ୍ରଦୀପ ପୁରୋହିତ | ୨୯,୬୫୧ | ୧୯.୨୮ | - | |
ବସପା | ସୁଧାଂଶୁ ଶେଖର ବାରିକ | ୬,୪୦୭ | ୪.୧୭ | - | |
ଭୋଟ ବ୍ୟବଧାନ | ୧୮,୦୬୬ | - | - | ||
ମତଦାନ ହାର | ୧,୫୩,୮୩୭ | ୭୫.୫୧ | - |
ନିର୍ବାଚିତ ବିଧାୟକ[ସମ୍ପାଦନା]
ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩]
- ୨୦୧୯: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୨୦୧୪: ପ୍ରଦୀପ ପୁରୋହିତ (ଭାରତୀୟ ଜନତା ପାର୍ଟି)
- ୨୦୦୯: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୨୦୦୦: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୧୯୯୫: ବିଜୟ ରଞ୍ଜନ ସିଂହ ବରିହା (ଜନତା ଦଳ)
- ୧୯୯୦: ବିଜୟ ରଞ୍ଜନ ସିଂହ ବରିହା (ଜନତା ଦଳ)
- ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୭୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (ଜନତା)
- ୧୯୭୪: କୃପାସିନ୍ଧୁ ଭୋଇ (କଂଗ୍ରେସ)
- ୧୯୭୧: କୃପାସିନ୍ଧୁ ଭୋଇ (କଂଗ୍ରେସ)
- ୧୯୬୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (ଜନ କଂଗ୍ରେସ)
- ୧୯୬୧: ବୀର ବିକ୍ରମାଦିତ୍ୟ ସିଂହ ବରିହା (କଂଗ୍ରେସ)
- ୧୯୫୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (କଂଗ୍ରେସ) ଓ ଏଲ.ଏମ.ଏସ. ବରିହା (ଗଣ ପରିଷଦ)
- ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ୱାଧୀନ) ଓ ଲାଲ ରଞ୍ଜିତ ସିଂହ ବରିହା (କଂଗ୍ରେସ)