ଦେବ୍ରୀଗଡ଼ ଅଭୟାରଣ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଦେବ୍ରୀଗଡ ଅଭୟାରଣ୍ୟ
India Odisha
India Odisha
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରବରଗଡ଼
ଦିଗବାରେଣି21°55′N 83°58′E / 21.917°N 83.967°E / 21.917; 83.967Coordinates: 21°55′N 83°58′E / 21.917°N 83.967°E / 21.917; 83.967
କ୍ଷେତ୍ରଫଳ୩୪୭ ବର୍ଗ କି.ମି.
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର
Official website

ଦେବ୍ରୀଗଡ଼ ସଂରକ୍ଷିତ ଅଭୟାରଣ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ । ଏହାର କ୍ଷେତ୍ରଫଳ ୩୫୪ ବର୍ଗ କିଲୋମିଟର ଅଟେ । [୧]

ଅବସ୍ଥିତି ଓ ବିଶେଷତା[ସମ୍ପାଦନା]

ହୀରାକୁଦ ଜଳ ଭଣ୍ଡାର ଏହାର ପୂର୍ବ ସୀମା ଅଟେ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ଯଦିବା ଏହା ବରଗଡ଼ ଜିଲ୍ଲାରେ ଅବସ୍ଥିତ, ସମ୍ବଲପୁର ଏବଂ ବୁର୍ଲା ଏହାର ନିକଟତମ ସହରମାନ ଅଟନ୍ତି (ଯଥାକ୍ରମେ ୪୦ତଥା ୧୫ କିଲୋମିଟର ଦୂରତା) । ହୀରାକୁଦ ଜଳଭଣ୍ଡାରର ଡାହାଣ ପଟ ଡାଇକ୍‍ର ଜିରୋ ପଏଣ୍ଟ ଠାରୁ ଏହି ଅରଣ୍ୟ ଆରମ୍ଭ ହୁଏ । [୨]

ଜୀବଜନ୍ତୁ[ସମ୍ପାଦନା]

ଚୌଶିଂଗା ହରିଣ, ଭାରତୀୟ ଗୟଳ , ସମ୍ବର, କଲରା ପତ୍ରିଆ ବାଘ, ନୀଳ ଗାଈ ଆଦି ଅନେକ ପ୍ରଜାତିର ପଶୁ ତଥା ଅନେକ ସୁନ୍ଦର ପକ୍ଷୀ ଏଠାରେ ଦେଖାଯାଆନ୍ତି । ଏହା ନିକଟରେ ଥିବା ହିରାକୁଦ ଜଳରେ ବହୁତ ପ୍ରକାରର ବତକ, ହଂସ ଆସନ୍ତି । ଉଷାକୋଠୀ ଜଳପ୍ରପାତ ଏହି ଅଭୟରାଣ୍ୟରେ ଅଛି । ଜଙ୍ଗଲ ଭ୍ରମଣ କରିବାକୁ ଏହି ଅରଣ୍ୟ ମଧ୍ୟରେ ଛଟି ରାସ୍ତା ଅଛି ।[୩]

ପର୍ଯ୍ୟଟନ[ସମ୍ପାଦନା]

ଓଡ଼ିଶା ରାଜ୍ୟ ବନ ନିଗମ ତରଫରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ଅଭୟରାଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଆବାସ ସ୍ଥଳୀ ସ୍ଥାପନା କରାଯାଇଅଛି । ସେଗୁଡିକ ହେଲା ଜଙ୍ଗଲ ବିଶ୍ରାମ ଗୃହ -ଦେଚୁଆଁ, ଜଂଗଲ ବିଶ୍ରାମ କୁଟୀର- ଧୋଡ୍ରୋକୁସୁମ , ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ - ବାରଖଣ୍ଡିଆ । ଏହି ବାରଖଣ୍ଡିଆରେ ଥିବା ଆବାସ ସ୍ଥଳୀରେ ଭୋଜନ ଯୋଗାଇ ଦିଆଯାଇଥାଏ, ଅନ୍ୟ ସ୍ଥାନ ଗୁଡିକରେ ପର୍ଯ୍ୟଟକମାନଙ୍କୁ ନିଜେ ରୋଷେଇ କରିବା ସୁବିଧା ଅଛି । ଏ ସବୁରେ ରହିବା ନିମନ୍ତେ ଡିଏଫ୍‍ଓ (DFO) ସମ୍ବଲପୁରଙ୍କ ଠାରୁ ଅନୁମତି ନେବାକୁ ହୋଇଥାଏ ।

ଆଧାର[ସମ୍ପାଦନା]

  1. "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". ଓଡ଼ିଶା ସରକାର. Retrieved ୨୨ ଡିସେମ୍ବର ୨୦୧୪.
  2. "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". Odisha Turism. Retrieved ୨୨ ଡିସେମ୍ବର ୨୦୧୪.
  3. "ଓଡ଼ିଶା ଟୁରିଜିମ". ଓଡ଼ିଶା ସରକାର. Retrieved ୨୨ ଡିସେମ୍ବର ୨୦୧୪.