ଧାନ

ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଟେ।
ଇତିହାସ
[ସମ୍ପାଦନା]ପ୍ରକାର
[ସମ୍ପାଦନା]| କ୍ରମିକ | କିସମ | ସମୟ ବ୍ୟବଧାନ | ଜମି କିସମ | ଏକର ପିଛା ଉତ୍ପାଦନ | ଧାନର ବ୍ୟବହାର |
| ୧ | ମହାନଦୀ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨ | ଚନ୍ଦ୍ରକାନ୍ତି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୩ | ଗେଡ଼ିଚେକି (ପାଣି ପ୍ରତି ସହନଶୀଳ) | ୧୩୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪ | ବାଙ୍ଗଲାଦେଶୀପାଟନାଇ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫ | ଅର୍ଣ୍ଣପୂର୍ଣ୍ଣା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୬ | ଗୁଡ଼ମହୁ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୭ | ସୋନାଲି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୮ | ଚିତବାଙ୍ଗି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯ | ଝୁମ୍ପୁଲି | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦ | ନାଲିଗିରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
| ୧୧ | ବଡ଼ନାଲି | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୨ | ରଙ୍ଗମାଗୁର | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୩ | କାକୁଡ଼ିମଞ୍ଜି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୪ | ପଞ୍ଜାବ ବାସୁମତୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୧୫ | କଟାମେହେର | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬ | ସୁନାଖିଲ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୭ | ନଦିଆଯୋଡ଼ି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୮ | ବେଗନାମେଣ୍ଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯ | ଚନାଚୁର | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦ | ଆସାମଚୁଡ଼ି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୨୧ | ଲତାମହୁ | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
| ୨୨ | ମାଛକଣ୍ଟା | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩ | ମିନିକେତ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୨୪ | ହୁଣ୍ଡାଧାନ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫ | ତୁଳସୀବାସ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୬ | ଥୋଳିମହିପାଲ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୭ | ସାନମୋତି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୨୮ | ଧଳାଫାରମ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୯ | ପୁଷ୍ପାଞ୍ଜଳି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୩୦ | କୋଲମା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୧ | ଜଳବୁଡ଼ି (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୨ | କନକଚମ୍ପା | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୩ | ଫୁଲମିଚି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୩୪ | ବିଘାରି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୫ | ବଙ୍ଗଳାଭୁତିଆ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୬ | କଳାମୋତି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୩୭ | ଋଙ୍ଗି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୩୮ | ଛୋଟକାନିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୩୯ | ମହୁଆ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୪୦ | ବିରଗଳି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୪୧ | ରଘୁସାଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪୨ | ପରବ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
| ୪୩ | ମେହେର | ୧୨୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୪୪ | ବସୁଆ (ମରୁଡ଼ି ସହନଶୀଳ) | ୧୨୦ ଦିନ | ଉଚ୍ଚ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪୫ | କାଳୁଆ (ମରୁଡ଼ି ସହନଶୀଳ) | ୯୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪୬ | ବରୁନ ମୁଠି | ୧୩୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୪୭ | ମଧ୍ୟମ | ୧୩୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪୮ | କଳାକିଆରି (ମରୁଡ଼ି ସହନଶୀଳ) | ୯୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୪୯ | ସାହାରା (ମରୁଡ଼ି ସହନଶୀଳ) | ୧୦୦ ଦିନ | ଉଚ୍ଚ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୦ | ଭାତଫୁଲା | ୧୨୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୧ | ଜିରାଧାନ | ୧୨୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିଆନି |
| ୫୨ | ରତ୍ନଧାନ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୩ | ବାମନ ବାଇ | ୭୦ ଦିନ | ଉଚ୍ଚ | ୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୪ | ସୁବର୍ଣ୍ଣ କଖାରୁ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୫ | କାଇଁଚଫୁଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୫୬ | କାଜଲ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୭ | ମହୁଲଲାଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୫୮ | ନାଗରୀ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୫୯ | ମୋତି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୬୦ | ଜାତିଜଙ୍ଗସିଆଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୬୧ | ଚକାଆଖି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୬୨ | କଳା କାଇଁଚ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୬୩ | ଇସ୍ ପେତେନି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୬୪ | ଗୁଟୁକାମାଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୬୫ | ହୁଣ୍ଡାଧାନ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
| ୬୬ | ତୁଳସୀ ଝକୁଳ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୬୭ | ଭାରତୀ ସ୍ୱର୍ଣ୍ଣ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୬୮ | ବାଲାଜୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୬୯ | କଳାଶ୍ରୀ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୦ | ପାଣିକାଜଳ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୧ | ସରଗ ନାଲୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୨ | ସାନ ଝିଲି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୭୩ | ସ୍ୱର୍ଣ୍ଣ ମସୁର | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୪ | ଚିନାପାଖୁଡ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୫ | ସମଲାଞ୍ଜି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୭୬ | ଜଙ୍ଗଲିଜାତ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ |
| ୭୭ | ମାଟିଆ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ |
| ୭୮ | ନଡ଼ିଆ ଫୁଲ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୭୯ | ରାନ୍ଧୁଣୀ ପାଗଳ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୮୦ | ବାଇକାଣି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୮୧ | କଳମା ବାଙ୍କି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୮୨ | ଗୀତାଞ୍ଜଳି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୮୩ | ପିମ୍ପୁଡ଼ି ବାସ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୮୪ | ଖାସକାମିନି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୮୫ | ଯଦୁମଣି | ୧୩୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୮୬ | ରାମଭୋଗ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୮୭ | ଗେଣ୍ଡୁଫୁଲ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୮୮ | ନାଲିହାତୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
| ୮୯ | ଅତୋରି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୯୦ | ରାହସ ଫାରମ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୧ | କରମା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୨ | ଅମନ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୩ | ଉସାଗୁଡ଼ି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୪ | ରବଗୋଲା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୯୫ | ବାୟାଟୁଡୁଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୬ | ଖଜୁରିପେଣ୍ଡି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ, ଚୁଡ଼ା |
| ୯୭ | କଳାତୁଳସୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୯୮ | ଭିରକୁଡ଼ି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୯୯ | ମନସୁରୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦୦ | କଳାବୁଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦୧ | ମଙ୍ଗଳ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦୨ | ଗୋପାଳ ଭୋଗ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦୩ | ନିର୍ମାଣୀ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୦୪ | ମଲିଫୁଲ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୦୫ | ଚିନିକାମିନି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୦୬ | ବିରଜା | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
| ୧୦୭ | ପଦ୍ମକେଶରୀ | ୧୪୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୧୦୮ | ସରୁଚିନାମାଳି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୦୯ | ଧୋୟାମାଡ଼ି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୧୦ | ବଳମି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୧୧୧ | ଗୋବିନ୍ଦ ଭୋଗ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୧୨ | ସୁନାପାଣି | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୧୩ | କେନ୍ଦେରା ଝିଲି | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୧୪ | ସଳିଆ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
| ୧୧୫ | ଟବ୍ କୁଡ଼ି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୧୬ | ଜଗନ୍ନାଥ ଭୋଗ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୧୭ | ବଡ଼ ଚମ୍ପା | ୧୪୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୧୮ | ସରୁକଳିକାନ୍ତି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୧୯ | ମୁଳକୋଚିଧାନ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୨୦ | ଲକ୍ଷ୍ମୀସିଆଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୨୧ | ଚମରାମଣି | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୨୨ | ଭାଗବତୀ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
| ୧୨୩ | ଋଷିକୁଲ୍ୟା | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୨୪ | ରତ୍ନମୁଡ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୨୫ | ଚିଲିକା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୨୬ | ପଦ୍ମିନୀ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୨୭ | ଦୁବରାଜ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୧୨୮ | ସି.ଆର୍.୧୦୧୪ | ୧୫୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୨୯ | ଲାଲ୍ କାମିନି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୩୦ | ନାଲିମାତ୍ରା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୩୧ | ମୋଡ଼ି | ୧୪୦ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୧୩୨ | ଭୋଜନି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୩୩ | ବିଦୁଲତା | ୧୩୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୩୪ | ପ୍ରାଚି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୩୫ | କଳାଜିରି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଖିରି, ବିରିୟାନି, ପଲଉ |
| ୧୩୬ | କୃଷ୍ଣ ଭୋଗ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୩୭ | ପୋଡ଼ା ଟାଙ୍କୁ | ୧୪୦ ଦିନ | ମଧ୍ୟମ | ୧୩.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୩୮ | ଲକ୍ଷ୍ମୀ ଭୋଗ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୩୯ | ରୂପା କଢ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୪୦ | କଳମ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୪୧ | ଦୁସର | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୪୨ | ମାଟିଆଶାଳ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୪୩ | ମଇଁସିଆ | ୧୪୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୪୪ | ମା ସାରଳା | ୧୪୦ ଦିନ | ମଧ୍ୟମ | ୧୪.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୪୫ | ନାଲିରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୩.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
| ୧୪୬ | ଶଙ୍ଖମୁଠିଆ ରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୨.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
| ୧୪୭ | କଲିକତି ଧାନ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୪୮ | ରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୪୯ | ହବିର (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୫୦ | ସୋଲାରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୫୧ | ପୁଷ | ୧୪୦ ଦିନ | ମଧ୍ୟମ | ୧୧.୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୫୨ | ଶାଳଫୁଲ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୧୫୩ | କଳାସୁର | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୫୪ | ମୋଚେଇବାଙ୍କି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୫୫ | ଲାଲୁଚାନ୍ଦ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୧୫୬ | ମିରିଗି ଶିଆଳି (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୫୭ | ଧଳାମାଟିଆ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୫୮ | ବାସନା ଭୋଗ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୫୯ | ଖେଚୁଡ଼ି ଭୋଗ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୬୦ | ଭୁଷଣ ମୁଖୀ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଖେଚୁଡ଼ି |
| ୧୬୧ | ଗୁଡ଼ୁ ମାଟିଆ | ୧୫୦ ଦିନ | ନିମ୍ନ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୨ | ପ୍ରଭାସି | ୧୩୫ ଦିନ | ମଧ୍ୟମ | ୨୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୩ | ମସୁର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୪ | ନାଲିଚହଟ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୬୫ | ବଉଳ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୬ | ଗୁଣ୍ଠୁଣି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୭ | କାବେରୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୬୮ | କାରଲୁ କାବେରୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୬୯ | ବାଙ୍କୋଇ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୦ | କେତକୀଯୋହା | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୧୭୧ | ସମ୍ବଲପୁରୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୧୭୨ | ଶ୍ରାବଣୀ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୩ | ମାଟିଆ ଚମ୍ପା | ୧୪୫ ଦିନ | ନିମ୍ନ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୪ | ଭାସବାବୁଲ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୫ | ଗେଡ଼ିଫାରମ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୬ | ଧଳାକାର୍ତ୍ତିକ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୭୭ | ଗେଡ଼ା ଆଙ୍ଗୁଠି | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୭୮ | ଧୂସର | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୭୯ | ଧଳାଖଜରା | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୦ | ପଥରା (ପାଣି ପ୍ରତି ସହନଶୀଳ) | ୧୩୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୧ | ମୁକ୍ତାବଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୨ | ବାସମଙ୍ଗି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୩ | ଦେବରାନି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୧୮୪ | ହରିଶଙ୍କର | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୫ | ମଗାଇ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୬ | ବାୟାଗୁଣ୍ଠ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୭ | କଳାକୃଷ୍ଣ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୮୮ | ଅମୃତମଣ୍ଡ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୮୯ | କଟକଲ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯୦ | ମହିପାଲ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯୧ | ନାଲିପଥର ମୁକ୍ତା | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
| ୧୯୨ | ପୁନ୍ନି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୧୯୩ | କୃଷ୍ନଭୋଗ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୧୯୪ | ଭାତଧାନ | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯୫ | ନାଲିଭୁତିଆ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
| ୧୯୬ | ୧୨୪୨ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯୭ | ମୟୁରକଣ୍ଠିଆ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଲିଆ ପାଇଁ ଉତ୍ତମ |
| ୧୯୮ | ରାଜ କର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୧୯୯ | ଗେଲେଇ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
| ୨୦୦ | ଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୧ | ବୌଦିଆ ଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୨ | ବାଳମୁକୁଳି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ, ମୁଢ଼ି |
| ୨୦୩ | ରାଜବଲ୍ଲଭ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୪ | କନ୍ୟା (ବନ୍ୟା ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୫ | ହାତୀପିଞ୍ଜରା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୬ | ବଡ଼ଝିଲି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୭ | କଦଳୀଆଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୮ | ଅନାମିକା (ବନ୍ୟା ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୦୯ | ନନ୍ଦିପର୍ବତକାଳିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୦ | କେଦାର ଗୌରୀ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୧ | କଳାମୋତି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୨୧୨ | ବାଇଗଣମଞ୍ଜି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୧୩ | ନନ୍ଦି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୪ | ଲୁନଶ୍ରୀ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୫ | ମଛାକାନ୍ତ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୬ | ରଞ୍ଜିତ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୨୧୭ | ଧଳାଚିନିକାମିନି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୧୮ | ଚିନାପୋନି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୧୯ | ମନସୁରୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୦ | ରାଜାଢ଼ିଙ୍କା | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୧ | ଗୋରୁଚଇ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୨ | ଉହୁଲି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୩ | ବଡ଼ମୋତି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୪ | ମେଥିମହିପାଲ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୨୫ | ଲାଲଗଇନି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୨୨୬ | ଫକିର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୨୨୭ | କଣିକା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୨୮ | ମେସୋଧାନ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୨୯ | ଶହେଏକଚାଳିଶ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
| ୨୩୦ | ବାହାଲଗୁଡା | ୧୩୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩୧ | ଚକିଶାଳ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩୨ | ୧୦୮୧ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩୩ | କାହ୍ନାଖଇରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩୪ | ଛୁଞ୍ଚିଧାନ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୨୩୫ | କସୁର ମାଧିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୩୬ | ଈଶେରେଶ୍ୱର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୩୭ | ବାସୁମତି | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ପଲଉ |
| ୨୩୮ | କଦଳୀକେଣ୍ଡା (ପାଣି ପ୍ରତି ସହନଶୀଳ) | ୧୫୫ ଦିନ | ମଧ୍ୟମ | ୨୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୨୩୯ | ପାହାଡ଼ଝିଲି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୨୪୦ | ମାଟିଆଝିଲି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୧ | ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୨ | ଜାମୁବାସୁମତି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୨୪୩ | ସୁନାଖିଲ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
| ୨୪୪ | ଝିଲିପରି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
| ୨୪୫ | ବେଣୀକର | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୬ | ରକ୍ତବିଜୁଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୭ | ରାଜେନ୍ଦ୍ର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୮ | ଶଙ୍ଖୁଆ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୪୯ | ମାଣିକେଶ୍ୱରୀ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୦ | ହଳଦିସାପୁର | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୧ | କାଇଁଚମାଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୨ | ଘଣ୍ଟିସାଳ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୩ | ଦହିସର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୪ | ଧଳାପାଖିଆ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୫ | ତୁଳସୀଫୁଲ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
| ୨୫୬ | କଣ୍ଠିଆଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୭ | ହାତୀଦାନ୍ତ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୮ | ଉତ୍କଳପ୍ରସୁ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୫୯ | ବାଉଁଶଗଜ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୦ | ବୀରମଣି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୧ | ଦୀନସିଂପାଟନା | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୨ | ଦୁଧୁଖଜରା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୩ | ଧଳାମାଟିଆ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୪ | ଗୋବିନ୍ଦପୁରି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୫ | ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
| ୨୬୬ | ପତଳଗି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
ସଂସ୍କୃତି
[ସମ୍ପାଦନା]ଓଡ଼ିଶା
[ସମ୍ପାଦନା]
ଧାନ ଓଡ଼ିଶା ରାଜ୍ୟର ମୁଖ୍ୟ ଫସଲ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୂପେ ଚାଷ କରନ୍ତି । ବର୍ତ୍ତମାନ ଓଡ଼ିଶାରେ ଦେଶୀ ଓ ଅଧିକ ଅମଳକ୍ଷମ ବିହ୍ନର ବ୍ୟବହାର ବହୁଳ। ଶଙ୍କର କିସମ ବିହନ ଧିରେ ଧିରେ ଚଷୀମାନଙ୍କମଧ୍ୟରେ ଅଧିକ ଲୋକପ୍ରିୟତା ଗ୍ରହଣ କରୁଛି । ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡ଼ିତ । ଅକ୍ଷୟ ତୃତୀୟାରୁ ଅଖି ମୁଠି ଅନୁକୂଳ ଧାନ ବୁଣାକୁ ବୁଝାଏ ଓ ରଜ ପର୍ବରେ ଧାନ ବୁଣା ଶେଷ ହୁଏ । ଗର୍ଭଣା ସଂକ୍ରାନ୍ତି ଧାନ ଫସଲରେ ଗର୍ଭସଂଚାରକୁ ଓ ନୂଆଖାଇ ଫସଲ ଅମଳକୁ ବୁଝାଇ ଥାଏ । ଓଡ଼ିଶାରେ ଧାନର ଅମଳ ଜାତୀୟ ହାରଠାରୁ କମ ।
ଚାଷ ପ୍ରଣାଳୀ
[ସମ୍ପାଦନା]ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର ସୁପରିଚାଳନାଦ୍ୱାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାରର ପ୍ରୟୋଗଦ୍ୱାରା ଧାନରେ ଅଧିକ ଅମଳ ମିଳିଥାଏ। ସାରର ମାତ୍ରା ତଥା ପ୍ରୟୋଗର ସମୟ ଧାନରେ ଅମଳକୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାରଗୁଡ଼ିକ ହେଲା : ଯବକ୍ଷାରଜାନ, ଫସଫୋରସ, ପୋଟାସ, ଜିଙ୍କ ଓ ସଲଫର।
ମଞ୍ଜିଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନର ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।[୧]
ଉତ୍ପାଦିତ ଖାଦ୍ୟ
[ସମ୍ପାଦନା]ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) ଚାଉଳ, ଚୁଡ଼ା, ମୁଢ଼ି, ଲିଆ। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Bale, Martin T. Archaeology of Early Agriculture in Korea: An Update on Recent Developments. Bulletin of the Indo-Pacific Prehistory Association 21(5):77-84, 2001.
- Barnes, Gina L. Paddy Soils Now and Then. World Archaeology 22(1):1-17, 1990.
- Crawford, Gary W. and Gyoung-Ah Lee. Agricultural Origins in the Korean Peninsula. Antiquity 77(295):87-95, 2003.
- Kwak, Jong-chul. Urinara-eui Seonsa – Godae Non Bat Yugu [Dry- and Wet-field Agricultural Features of the Korean Prehistoric].In Hanguk Nonggyeong Munhwa-eui Hyeongseong [The Formation of Agrarian Societies in Korea]: 21-73. Papers of the 25th National Meetings of the Korean Archaeological Society, Busan, 2001.
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2013-08-28. Retrieved 2013-07-30.
{{cite web}}: Cite has empty unknown parameter:|1=(help)
ବାହାର ତଥ୍ୟ
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |