Jump to content

କମଳାକାନ୍ତ ଲେଙ୍କା

ଉଇକିପିଡ଼ିଆ‌ରୁ
(Kamalakanta Lenkaରୁ ଲେଉଟି ଆସିଛି)
କମଳାକାନ୍ତ ଲେଙ୍କା‌
ଜନ୍ମ୧୯ ନଭେମ୍ବର ୧୯୩୫ Edit this on Wikidata
ଇଚ୍ଛାପୁର Edit this on Wikidata
ମୃତ୍ୟୁ୧୮ ଅଗଷ୍ଟ ୧୯୯୯ Edit this on Wikidata (ବୟସ ୬୩)
ବୃତ୍ତିକବି Edit this on Wikidata
ସନ୍ତାନସିତାଂଶୁ ଲେଙ୍କା Edit this on Wikidata
ପୁରସ୍କାର

କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି ଥିଲେ ।[][] ତାଙ୍କ କବିତା ସଂକଳନ ସ୍ରୋତର ନାମ ଋତ ପାଇଁ ସେ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଉଲେଖଯୋଗ୍ଯ କବିତା ସଙ୍କଳନ ମଧ୍ୟରେ ଉତ୍ତରଣ (୧୯୬୬), ସ୍ମରଣ ବିସ୍ମରଣ (୧୯୭୩), କବିତାର ମୁହଁ (୧୯୭୪) ଓ ଅତଂତଃ ନିଶ୍ଚୁପ ( ୧୯୭୫ ) ଆଦି ଅନ୍ୟତମ । ସେ ୧୯୭୯ରେ ବିଷୁବ ମିଳନ ପୁରସ୍କାର ମଧ୍ୟ ପାଇଥିଲେ । ଓଡ଼ିଆ କବି ସିତାଂଶୁ ଲେଙ୍କା ତାଙ୍କ ପୁଅ ।

୧୯୯୯ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

କମଳାକାନ୍ତ ଲେଙ୍କା ୧୯୩୫ ମସିହା ନଭେମ୍ବର ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଜନ୍ମଲାଭ କରିଥିଲେ ।[] ତାଙ୍କ ମାତାଙ୍କ ନାମ ଥିଲା ସାବିତ୍ରୀ ଦେବୀ ଓ ପିତାଙ୍କ ନାମ ଥିଲା ମୁରଲୀଧର ଲେଙ୍କା ।[]ସେ ଭଦ୍ରକର ଏନ.ସି. ହାଇସ୍କୁଲରୁ ମ୍ୟାଟ୍ରିକ, ୧୯୫୮ରେ ଭଦ୍ରକ କଲେଜରୁ କଳାରେ ସ୍ନାତକ (ବି.ଏ.) ଓ ୧୯୬୧ରେ ଶାନ୍ତି ନିକେତନ (କଲିକତା)ର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ତାଙ୍କର ମୋଟ ସାତ ଜଣ ସନ୍ତାନ ଥିଲେ: ମଝିଆ ପୁଅ ସିତାଂଶୁ ଲେଙ୍କାଙ୍କୁ ମିଶାଇ ତିନି ପୁଅ ଓ ତିନି ଝିଅ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ଏମ.ଏ. ପାସ କରିବା ପରେ ସେ ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ହାଟଡିହିଧାମନଗର ହାଇସ୍କୁଲରେ ଶିକ୍ଷକତା କରିବା ପରେ ବାସୁଦେବପୁରର ଅଟଳବିହାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଲେ  । ତା’ପରେ ସେ ଭଦ୍ରକ ମହାବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଯାଜପୁରର ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ପୁଣି ଭଦ୍ରକ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଭାବେ ଯୋଗଦେଇଥିଲେ । ସେଠାରୁ ସେ ୧୯୯୩ ମସିହାରେ ଅବସର ନେଇଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୧୯୯୯ ମସିହା ଅଗଷ୍ଟ ୧୮ ତାରିଖ ସକାଳ ୫ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

[ସମ୍ପାଦନା]

କବିତା ସଙ୍କଳନ

[ସମ୍ପାଦନା]
  • ଅନ୍ତତଃ ନିଶ୍ଚୂପ (୧୯୭୬)
  • କବିତାର ମୁହଁ (୧୯୭୪)
  • ସ୍ମରଣ ବିସ୍ମରଣ (୧୯୭୩)
  • ଉତ୍ତରଣ (୧୯୬୭)
  • ପ୍ରୀତି ଓ ପ୍ରତୀତି (୧୯୬୩)
  • ସୁନା ଫସଲ (୧୯୫୮)
  • ସ୍ରୋତର ନାମ ଋତ
  • ଅନ୍ତତଃ ନିଶ୍ଚିତ
  • ନିତ୍ୟ ନିୟମିତ
  • ନିଜ ସହ ଗୋଟେ ସାକ୍ଷାତକାର
  • ଖସିବାର ବେଳ
  • ଗୀତ ଗାଆନାରେ ପକ୍ଷୀ
  • କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
  • ପାଦେ ଆଗକୁ
  • ଦୁଃଖ ସହ କଥାବାର୍ତ୍ତା
  • କବିର ଡାଏରୀ
  • ଚିରାୟତ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[], ୧୯୮୦ (ସ୍ରୋତର ନାମ ଋତ)
  • ବିଷୁବ ମିଳନ ପୁରସ୍କାର, ୧୯୭୯
  1. ଆଚାର୍ଯ୍ୟ, ବୃନ୍ଦାବନଚନ୍ଦ୍ର. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. pp. ୩୨୩.
  2. Raja, P. (1983-01-01). "Review of What I Look Like; The Fugitive Wings; Flames and Flashes". Indian Literature.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
  4. ଲେଙ୍କା, କମଳାକାନ୍ତ (1991). ଏକା ଏକା ବାଦଶା’.
  5. ଲେଙ୍କା, ସିତାଂଶୁ (ଅକ୍ଟୋବର ୨୦୧୯). "ଯେମିତି ଜାଣେ ମୋ ବାପାଙ୍କୁ" (PDF). ରେବତୀ. Retrieved 2024-02-16.
  6. ମହାନ୍ତି, ପ୍ରଦୀପ୍ତ କୁମାର (2020-08-19). "ଆଧୁନିକ କବିତା ସାମ୍ରାଜ୍ୟରେ ଏକ ଅଲିଭା ଶିଖା କବି କମଳାକାନ୍ତ ଲେଙ୍କା" (PDF). ଧ୍ୱନି ପ୍ରତିଧ୍ୱନି. Archived from the original (PDF) on 2021-11-17. Retrieved 2024-02-16.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 21 March 2017.