ଶାନ୍ତନୁ ଶତପଥୀ

ଉଇକିପିଡ଼ିଆ‌ରୁ
ଶାନ୍ତନୁ ଶତପଥୀ
ବ୍ୟକ୍ତିଗତ ତଥ୍ୟ
ବ୍ୟାଟିଂ ପ୍ରକାରଡାହାଣ-ହାତୀ
ବୋଲିଂ ପ୍ରକାରଡାହାଣ-ହାତୀ
ସମ୍ପର୍କୀୟବସନ୍ତ କୁମାର ଶତପଥୀ (ପିତା)
Source: [୧]

ଶାନ୍ତନୁ ଶତପଥୀ ( ୨୦ ଜୁଲାଇ ୧୯୪୩ - ୩ ନଭେମ୍ବର ୨୦୨୦) ଜଣେ ଓଡ଼ିଆ କ୍ରିକେଟ ଖେଳାଳି ଥିଲେ ।[୧] ସେ ୧୯୫୯-୬୦ ବର୍ଷରୁ ୧୯୭୧-୭୨ ବର୍ଷ ମଧ୍ୟରେ ଓଡ଼ିଶା ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟେ ଖେଳିଥିଲ । ରଣଜୀ ଟ୍ରଫିରେ ସେ ଓଡ଼ିଶା ବ୍ୟତିତ ଉତ୍ତର ପ୍ରଦେଶଆନ୍ଧ୍ର ପ୍ରଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ଦୂଲିପ ଟ୍ରଫିରେ ସେ ଦୁଇଟି ଜୋନ ପାଇଁ ଖେଳିଥିଲେ । ବୃତ୍ତିରେ ସେ ଜଣେ ଇଞ୍ଜିନିୟର ଥିଲେ ।

କ୍ରିକେଟ ଜୀବନ[ସମ୍ପାଦନା]

ଶାନ୍ତନୁ, ୧୯୫୯-୬୦ ବର୍ଷରୁ କ୍ରିକେଟ ଖେଳ ଆରମ୍ଭ କରି ୧୯୭୧-୯୨ ବର୍ଷ ଯାଏଁ ଖେଳିଥିଲେ । ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଓ ମଧ୍ୟମଗତିର ଫାଷ୍ଟ ବୋଲର ଥିଲେ । ସେ ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ୨୬ଟି ମ୍ୟାଚ ଖେଳି ୭.୯୪ ହାରରେ ୨୭୮ ରନ ହାସଲ କରିଥିଲେ । ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ୪୯ । ସେହି ପରି ବୋଲିଂରେ ସେ ୨୮.୯୮ ହାରରେ ୬୯ଟି ଉଇକେଟ ହାସଲ କରିଥିଲେ । ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା ୭୮ ରନ ଦେଇ ୮ ଉଇକେଟ ହାସଲ କରିବା । ସେ ଚାରି ଥର ୫ ଉଇକେଟ ବା ତଦୁର୍ଦ୍ଧ ଏବଂ ଗୋଟିଏ ଥର ୧୦ ଉଇକେଟରୁ ଅଧିକ ହାସଲ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶାନ୍ତନୁ ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ, ସାହିତ୍ୟିକ ବସନ୍ତ କୁମାର ଶତପଥୀଙ୍କର ବଡ଼ ପୁଅ । ତାଙ୍କର ସାନ ଭାଇଙ୍କ ନାମ ସଞ୍ଜୟ ଶତପଥୀ । ସେ ମଧ୍ୟ ଜଣେ କ୍ରିକେଟ ଖେଳାଳୀ ଥିଲେ । ଶାନ୍ତନୁ, ରେଭେନ୍ସା ମହାବିଦ୍ୟାଳୟବନାରସ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ସେ ବିଜ୍ଞାନରେ ସ୍ନାତକ ସମେତ ବିଈ, ବିଟେକ ଓ ଏଫଆଇ ଆଦି ଶିକ୍ଷା ହାସଲ କରିଥିଲେ । ଇଞ୍ଜିନିୟରିଂ ତାଙ୍କର ବୃତ୍ତି ଥିଲା । କ୍ରିକେଟ ବ୍ୟତିତ ସେ ଜଣେ ଫୁଟବଲ ଖେଳାଳି ଓ କ୍ରୀଡ଼ା ଭାଷ୍ୟକାର ମଧ୍ୟ ଥିଲେ । ତାଙ୍କ ପତ୍ନୀଙ୍କ ନାମ ସୁଷମା ଓ ଏକମାତ୍ର ପୁତ୍ରଙ୍କ ନାମ ରାଜେଶ ଅଟେ । ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହାମ ଷ୍ଟେନ୍ସଙ୍କ ସହ ତାଙ୍କର ବନ୍ଧୁତ୍ୱ ଥିଲା ।[୩] ତାଙ୍କରି ବନ୍ଧୁତା ଯୋଗୁ ଗ୍ରାହାମ ଓଡ଼ିଶା ଆସି ବାରିପଦାରେ ପ୍ରତିଷ୍ଠିତ ହୋଇଥିଲେ ।[୪]

୨୦୨୦ ମସିହା ନଭେମ୍ବର ୩ ତାରିଖରେ ଶାନ୍ତନୁଙ୍କର ଭୁବନେଶ୍ୱରସ୍ଥ ଲୁଇସରୋଡ଼ ବାସଭବନଠାରେ ପରଲୋକ ଘଟିଥିଲା ।[୫]

ଆଧାର[ସମ୍ପାଦନା]

  1. Sujit Mukherjee (1996). Autobiography of an Unknown Cricketer. Orient Blackswan. pp. 127–. ISBN 978-81-7530-001-9.
  2. "Santanu Satpathy". www.espncricinfo.com. espn cricinfo. Archived from the original on 4 November 2020. Retrieved 4 November 2020.
  3. Paul A. Marshall; Lela Gilbert; Nina Shea (2013). Persecuted: The Global Assault on Christians. Thomas Nelson Inc. pp. 106–. ISBN 978-1-4002-0441-0.
  4. "Remembering Graham Staines, 21 Years After His Murder". www.thequint.com/. the quint. Archived from the original on 4 November 2020. Retrieved 4 November 2020.
  5. "କ୍ରିକେଟର ଶାନ୍ତନୁ ଶତପଥୀଙ୍କର ପରଲୋକ". No. ସମ୍ବାଦ ୦୪/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୧୫. Archived from the original on 4 November 2020. Retrieved 4 November 2020.