ରାଜକନିକା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Rajkanika
Town
Countryଭାରତ
Stateଓଡ଼ିଶା
Districtକେନ୍ଦ୍ରାପଡ଼ା
TehsilKanika
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-29
Websiteodisha.gov.in

ରାଜକନିକା ଭାରତୀୟ ରାଜ୍ୟ ଓଡ଼ିଶାର ଏକ ସହର, ବ୍ଲକ ଓ ପର୍ଯ୍ୟଟନ ସ୍ଥଳୀ । ଏଠାରେ ଥିବା ଭିତରକନିକାଠାରେ ଜାତୀୟ କୁମ୍ଭୀର ସଂରକ୍ଷଣ ଉଦ୍ୟାନ ରହିଛି । ଏହି ଅଞ୍ଚଳରେ କନିକା ରାଜ୍ୟର ପୂର୍ବତନ ରାଜାଙ୍କ ପ୍ରାସାଦ ମଧ୍ୟ ଏକ ଦର୍ଶନୀୟ ସ୍ଥାପତ୍ୟ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ରାଜକନିକାର ଭୌଗୋଳିକ ଅବସ୍ଥିତି ଏକ ଦ୍ୱୀପ ପରି । ଏହାର ତିନି ପାଖରେ ବ୍ରାହ୍ମଣୀ, ବୈତରଣୀଖରସ୍ରୋତା ନଦୀ ପ୍ରବାହିତ । ଏହା କେନ୍ଦ୍ରାପଡ଼ା ଜିଲ୍ଲାର ଉତ୍ତର ଦିଗରେ ଓ ଭଦ୍ରକଯାଜପୁର ଜିଲ୍ଲା ନିକଟରେ ଅବସ୍ଥିତ । ଏହାର ପଶ୍ଚିମ ମୁଣ୍ଡରେ ଗୋପାଳପୁର ରହିଛି ।[୧]

ରାଜକନିକା ରାଜ୍ୟ ବିଧାନ ସଭା ପାଇଁ ଆଳି ଅଧୀନରେ ଥିବା ବେଳେ ଏହା କେନ୍ଦ୍ରାପଡ଼ା ଲୋକ ସଭା ମଣ୍ଡଳୀ ଅଧୀନରେ ରହିଛି । ବର୍ତ୍ତମାନର ବିଧାନ ସଭା ସଦସ୍ୟ ପ୍ରତାପ କେଶରୀ ଦେବ ଓ ଲୋକ ସଭା ପ୍ରତିନିଧି ଅନୁଭବ ମହାନ୍ତି ।[୨]

ଗମନାଗମନ [ସମ୍ପାଦନା]

ଏହା ଜାତୀୟ ରାଜପଥଦ୍ୱାରା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ସହ ସୁସଂଯୁକ୍ତ ରହିଛି । ଏହାର ନିକଟତମ ରେଳ ଷ୍ଟେସନ ଭଦ୍ରକ ୫୫ କିଲୋମିଟର ଦୁରବର୍ତୀ । ଏହାର ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଓ ଏହା ୧୨୦ କିଲୋମିଟର ଦୁରବର୍ତୀ । କଟକରୁ ରାଜକନିକା ବସ ଯୋଗେ ୩ ଘଣ୍ଟା ଲାଗିଥାଏ । 

ଇତିହାସ[ସମ୍ପାଦନା]

ରାଜକନିକା ପୂର୍ବତନ କନିକା ରାଜ୍ୟ ଥିଲା । ଏହାର ଶେଷ ରାଜା ନରେନ୍ଦ୍ର ନାରାୟଣ ସିଂହ ଦେଓ ଥିଲେ ଓ ସ୍ୱାଧୀନତା ପରେ କନିକା ଭାରତୀୟ ରାଜ୍ୟସମୂହରେ ମିଳିତ ହେଇ ଅବିଭକ୍ତ କଟକ ଜିଲ୍ଲାରେ ଏକ ବ୍ଲକ ଭାବରେ ରହିଲା । ପରେ ଜିଲ୍ଲା ବିଭାଜନ ପରେ ଏହା କେନ୍ଦ୍ରାପଡ଼ା ଜିଲ୍ଲାର ଅଂଶ ହେଲା ।

ଓଡ଼ିଶା ଇତିହାସରେ ରାଜକନିକା ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥିଲା । ରାଜକନିକାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ୧୯୭୧, ୧୯୮୩, ଓ ୧୯୯୯ ମସିହାରେ ଏବଂ ୨୦୦୯ ମସିହାରେ ପ୍ରବଳ ବାତ୍ୟା ଓ ବନ୍ୟାଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥିଲା ।[୩]

ଶିକ୍ଷା[ସମ୍ପାଦନା]

ରାଜକନିକା ଅଞ୍ଚଳରେ ଅନେକ ଡିଗ୍ରୀ କଲେଜ ରହିବା ସହ ହାଇସ୍କୁଲସମୂହ ରହିଛି । ଏଠାରେ ଥିବା ଆର.ଏନ. ହାଇସ୍କୁଲ ୧୯୧୮ ମସିହାରେ ତତ୍କାଳୀନ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କଦ୍ୱାରା ସ୍ଥାପିତ ହେଇଥିଲା ।[୪] ଏହା ଓଡ଼ିଶାର ଏକ ସର୍ବପ୍ରାଚୀନ ହାଇସ୍କୁଲମାନଙ୍କ ମଧ୍ୟରୁ ଅନ୍ୟତମ ।  

ପର୍ଯ୍ୟଟନ [ସମ୍ପାଦନା]

ଏଠାରେ  ଥିବା ଭିତରକନିକା ଜାତୀୟ ଉଦ୍ୟାନ[୫] ଭାରତର ଏକ ପ୍ରମୁଖ ଅଭୟାରଣ୍ୟ । ଏଠାକୁ ବୋଟଦ୍ୱାରା ପହଞ୍ଚିବାର ବ୍ୟବସ୍ଥା ରହିଛି । ଜୟନଗରର ଗୁଆଲିଗ ଘାଟରୁ ବା ଚାନ୍ଦବାଲି ଘାଟରୁ ଏଠାକୁ ଯାଇହୁଏ । ଏହି ଅଞ୍ଚଳରେ ଲବଣ ଜଳ ଘଡ଼ିଆଳ କୁମ୍ଭୀର ରହିଥିବା ସହ ଅନେକ ଅରଣ୍ୟ ଜୀବଜନ୍ତୁ ତଥା ପକ୍ଷୀ ଅଛନ୍ତି । 

Varanus bengalensis in Bhitar Kanika National Park, Odisha, India

୧୮ଶ ଶତାବ୍ଦୀରେ ନିର୍ମିତ ରାଜମହଲ ରାଜକନିକାର ଏକ ପର୍ଯ୍ୟଟନ ସ୍ଥଳ । ଏହା ବ୍ୟତୀତ ଅନେକ ପ୍ରାଚୀନ ମନ୍ଦିର ଯଥା ନୃସିଂହନାଥ ମନ୍ଦିର, ଗୋପୀନାଥ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ମା ସିଦ୍ଧେଶ୍ୱରୀ ମନ୍ଦିର ଆଦି ଅନ୍ୟତମ । ଏଠାରୁ ଅନତି ଦୂରରେ ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆରଡ଼ିଠାରେ ଆଖଣ୍ଡଳମଣି ମନ୍ଦିର, ବଳଦେବଜୀଉ ମନ୍ଦିର, ଚାନ୍ଦବାଲିର ପ୍ରାଚୀନ ପୋତାଶ୍ରୟ ଆଦି ଜଣାଶୁଣା ଦର୍ଶନୀୟ ସ୍ଥଳ । 

ଶିଆଳିଆ ଗ୍ରାମ [ସମ୍ପାଦନା]

ରାଜକନିକା ବ୍ଲକରେ ଅବସ୍ଥିତ ଗ୍ରାମ ତାହାର ଏକ ନିଆରା ପରମ୍ପରା ପାଇଁ ପ୍ରସିଦ୍ଧ । ଏହି ଗ୍ରାମରେ କୌଣସି ଘରେ କବାଟ ନ ଥାଏ ଓ ଘରସବୁ ଖୋଲା ରହିଥାଏ ।

ଉଲ୍ଲେଖନୀୟ ବ୍ୟକ୍ତିତ୍ୱ [ସମ୍ପାଦନା]

ଏହି ଅଞ୍ଚଳରୁ ବିଷୁ ଓ ବାସୁଣୀ[୬] ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ଏହି ଅଞ୍ଚଳର ସାହିତ୍ୟିକ ପ୍ରଫୁଲ୍ଲ ଦାସ ଶାରଳା ପୁରସ୍କାର ପାଇଥିଲେ । 

ଆଧାର [ସମ୍ପାଦନା]

  1. http://kendrapara.nic.in/about_district/BlockGPvillage.html
  2. http://www.rajkanikaps.odishapr.gov.in[permanent dead link]
  3. "After tornado, deluge of netas come to Rajkanika". The Times of India. Apr 2, 2009. Archived from the original on April 11, 2013. Retrieved Feb 27, 2013.
  4. "ଆର୍କାଇଭ୍ କପି". Archived from the original on 2016-05-17. Retrieved 2016-12-07. {{cite web}}: Cite has empty unknown parameter: |1= (help)
  5. http://bhitarkanika.org/live/
  6. http://www.indiatimes.com/news/india/this-message-from-the-other-side-of-a-mirror-makes-a-real-difference-and-saves-lives-254950.html