ଗଞ୍ଜା ଲଢ଼େଇ

ଉଇକିପିଡ଼ିଆ ରୁ
ଗଞ୍ଜା ଲଢ଼େଇ

ମୟୂରଭଞ୍ଜର ବିଭିନ୍ନ କଳା ଓ ସଂସ୍କୃତି ମଧ୍ୟରେ ଗଞ୍ଜାକୁକୁଡ଼ା ଲଢ଼େଇ ଅନ୍ୟତମ ।[୧] ସାଧାରଣତଃ ଉତ୍ତର ଓଡ଼ିଶାର ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ଶୀତଦିନେ ଆରମ୍ଭ ହୋଇଯାଏ କୁକୁଡ଼ା ଲଢ଼େଇ । ଏହି ସବୁ ଅଞ୍ଚଳରେ ପ୍ରାୟତଃ ସବୁ ସାପ୍ତାହିକ ହାଟରେ ଗଞ୍ଜା ଲଢେଇ ପାଇଁ ପାଳା (କ୍ଷେତ୍ର) ପ୍ରସ୍ତୁତ ହୋଇଥାଏ । ଏହା ବ୍ୟତୀତ ବାର୍ଷିକ ଖେଳକୁଦ ସମାରୋହ, ପର୍ବପର୍ବାଣୀରେ ଅନୁଷ୍ଠିତ ମେଳାରେ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆୟୋଯିତ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର କୁକୁଡ଼ା ସହ ମାଲିକ ମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥାନ୍ତି । ଅନେକ ଦର୍ଶକ ଗଞ୍ଜା ଲଢ଼େଇରେ ବାଜି ଲଗେଇବାକୁ ଭିଡ଼ କରିଥାନ୍ତି । ଏଥିପାଇଁ ପାଳା ପାଖରେ ହାଣ୍ଡିଆ ହାଟ ବସେ, ହାଣ୍ଡିଆ ପିଇ ନିଶାଗ୍ରସ୍ତ ଲୋକ କୁକୁଡ଼ା ଓ ବାଜି ଖେଳରେ ସର୍ବସ୍ଵ ହରାଇ ଥାନ୍ତି । ଲଢ଼େଇରେ ଭାଗ ନେଉଥିବା ଗଞ୍ଜାଗୁଡ଼ିକ ପ୍ରାୟ ହନ୍ସିଲ[୨] ଓ ହାଜରା ଜାତିର ହୋଇଥାଏ । [୩] ଲଢୁଆ କୁକୁଡା ଗୁଡିକର ଦାମ ସାଧାରଣ କୁକୁଡା ଅପେକ୍ଷା ୩ରୁ ୪ ଗୁଣ ଅଧିକ ହୋଇଥାଏ ।[୪]


ଗଞ୍ଜା ଗୋଡରେ ବନ୍ଧାଯାଇଥିବା ଛୁରି

ଗୋଟିଏ ବଡ ପଡ଼ିଆର ମଧ୍ୟସ୍ଥଳରେ ବାଉଁଶ ଓ କଣ୍ଟାଝଟା ସାହାଯ୍ୟରେ ଏକ ବର୍ଗାକୃତି ବାଡ଼ ଦିଆଯାଇ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତାଥିବାବେଳେ ଭିତରେ କୁକୁଡ଼ା ଲଢ଼େଇ ପାଇଁ ଆବଶ୍ୟକ ସ୍ଥାନଥାଏ ଏହାକୁ ପାଳା କୁହାଯାଏ । ନିଜର ତାଲିମପ୍ରାପ୍ତ ଗଞ୍ଜାର ପ୍ରତିଦ୍ଵନ୍ଦୀ ଭାବେ ଲଢୁଆ ଗଞ୍ଜା ଚୟନ କରିବାପରେ କାତିକାର (ଗଞ୍ଜା ଲଢ଼େଇ କରୁଥିବା ଅଭିଜ୍ଞ ବ୍ୟକ୍ତି) ଗଞ୍ଜା ଗୋଡ଼ରେ ତିକ୍ଷ୍‌ଣ ଛୁରି (କାତି) ବାନ୍ଧି[୫] ଗଞ୍ଜାକୁ ଧରି ପାଳା ମଧ୍ୟକୁ ପ୍ରବେଶ କରିଥାନ୍ତି । ପ୍ରତିପକ୍ଷ କାତିକାର ପହଞ୍ଚିବା ପରେ ଉଭୟ ଗଞ୍ଜାକୁ କିଛି ସମୟ ଉତ୍ତେଜିତ କଲାପରେ ଆକ୍ରମଣ ପାଇଁ ଏକା ସଙ୍ଗେ ପାଳାରେ ଛଡା ଯାଇଥାଏ । ଏହି ସମୟରେ ବାହାରେ ଉପସ୍ଥିତ ଦର୍ଶକ ନିଜ ପସନ୍ଦର କୁକୁଡ଼ାକୁ ନେଇ ପଚାଶରୁ ପାଞ୍ଚହଜାର ପର୍ଯନ୍ତ ବାଜି ଲଗାଇଥାନ୍ତି । ନିଜ ସପକ୍ଷର କୁକୁଡ଼ାର ରଙ୍ଗ ଅନୁସାରେ ଧ୍ଵନି ଦେଇଥାନ୍ତି ଓ ଉତ୍କଣ୍ଠାର ସହ ଫଳାଫଳକୁ ଅପେକ୍ଷା କରିଥାନ୍ତି । ଅସ୍ତ୍ରବନ୍ଧାଥିବା କୁକୁଡ଼ାଦ୍ଵୟ ଆକ୍ରମଣ ଓ ପ୍ରତିଆକ୍ରମଣରେ କ୍ଷତାକ୍ତ ହୋଇଥାନ୍ତି ଏପରିକି କିଛି କୁକୁଡ଼ା ପାଳାରେ ମରିଯାଆନ୍ତି, ତ ଆଉକିଛି ଦୌଡ଼ି ପଳାନ୍ତି । ପରାଜିତ ଗଞ୍ଜାକୁ ପାଢୁ ଏବଂ ବିଜୟୀ ଗଞ୍ଜାକୁ ଜିତ୍‌କାର ବୋଲି କୁହାଯାଏ । ବିଜେତା ଗଞ୍ଜାର ମାଲିକ ପରାଜିତ ଗଞ୍ଜାକୁ ଅକ୍ତିଆର କରିଥାନ୍ତି ।[୬]

ଆଧାର[ସମ୍ପାଦନା]

  1. Bose, Amarendra (2002). "Where cockfighting remains a passion - Times Of India". indiatimes.com. http://articles.timesofindia.indiatimes.com/2002-01-06/kolkata/27137211_1_cockfighting-birds-feathers. Retrieved 21 December 2012. "cockfighting, a favourite sport for many in tribaldominated mayurbhanj district" 
  2. "The Tribune, Chandigarh, India - Nation". tribuneindia.com. 2011. http://www.tribuneindia.com/2008/20080208/nation.htm#8. Retrieved 21 December 2012. "The species locally known as 'hansli'," 
  3. "Avian influenza threat to cockfights in Mayurbhanj". telegraphindia.com. 2012. http://www.telegraphindia.com/1120119/jsp/odisha/story_15022844.jsp#.UNO2T2dP9tY. Retrieved 21 December 2012. "The tribal-dominated district is famous for indigenous fowl breeds such as hansil and hazra." 
  4. "Hansli". sapplpp.org. http://sapplpp.org/indigenous-poultry-breeds-of-india/hansli/. Retrieved 21 December 2012. "Fighting cocks are sold at exorbitant prices, usually 3 to 4 times higher than when they are sold for meat purposes." 
  5. ":: Parampara Project | Cock Fight ::". paramparaproject.org. http://www.paramparaproject.org/traditions_cock-fight.html. Retrieved 21 December 2012. "Three to four-inch long blades, or sharp knives, are tied to the cock's legs" 
  6. "The Hindu : Other States / Orissa News : Unique fighter breed cocks set to perish". hindu.com. 2008. http://www.hindu.com/2008/02/08/stories/2008020857250300.htm. Retrieved 21 December 2012. "After a cockfight, the winner took away the vanquished cock. It was generally eaten." 

ଅଧିକ ତଥ୍ୟ[ସମ୍ପାଦନା]