ରସଗୋଲା
ଆରମ୍ଭ | |
---|---|
ଅଲଗା ନାଆଁ | ରସଗୋଲା, ଖିରମୋହନ |
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଛେନା, ଚିନି |
ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା ।[୧][୨][୩] ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା ।[୪] ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ ।[୫] । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ ।[୬] ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ । [୭]
୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲା (Odisha Rasagola)କୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ (ଜିଆଇ) ପ୍ରମାଣପତ୍ର ମିଳିଥିଲା ।[୮][୯]
ଖାଦ୍ୟସାର
[ସମ୍ପାଦନା]୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।[୧୦]
ପ୍ରସ୍ତୁତ ପ୍ରଣାଳୀ
[ସମ୍ପାଦନା]ରସଗୋଲା ତିଆାରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା [୧୧]। ଆଉ ଛେନା ସବୁବେଳେ ତାଜା ରହିଥିବ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ମେସିନଦ୍ୱାରା କିମ୍ବା ହାତରେ ସାମାନ୍ୟ ଘିଅ ବାହରିଲା ଯାଏଁ ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ସାମାନ୍ୟ ଅଳେଇଚ ଗୁଣ୍ଡ ମିଶାଇ ଆଉ କିଛି ସମୟ ଚକଟା ଯାଇଥାଏ । ବେଳେ ବେଳେ ଏହି ସମୟରେ ଛେନା ସହ ମଇଦା, ଆରାରୋଟ୍, ସୁଜି ମିଶାଇବାର ନଜିର୍ ରହିଛି [୧୨]। ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆାରି କରାଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଲା ପରେ ଏଥିରେ ଛେନାରେ ତିଆରି ହୋଇଥିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମିଶାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଅମିଶା ଛେନାରୁ ରସଗୋଲା ତିଆରି କରଯାଏ ଏବଂ ଇଷତ ନାଲି ରଙ୍ଗ ସିଝିବାକୁ ଦିଆଯାଏ [୧୩]। ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର ଦୁଇ ଗୁଣ ହୋଇଯାଏ, ବୁଝନ୍ତୁ ରସଗୋଲା ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ ।
ଇତିହାସ
[ସମ୍ପାଦନା]ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । [୧୪] ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି ।[୧୫] ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡ଼ିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ ।
ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ "କେଳୁ ଚରଣ ବେହେରା", ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । [୧୬]
ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା ଛକ ଭଗବାନ ପାଣିଙ୍କ ରସଗୋଲା ପାଇଁ ପ୍ରସିଦ୍ଧ । ଏହି ରସଗୋଲା ସ୍ଥାନୀୟ ଅଂଚଳରେ ଗୋଶାଲା ମିଠା ନାମରେ ପରିଚିତ ।
କିମ୍ବଦନ୍ତୀ
[ସମ୍ପାଦନା]ପାହାଳ ରସଗୋଲା ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି ।
ଭୌଗଳିକ ଉପଦର୍ଶନ ମାନ୍ୟତା (ଜିଆଇ)
[ସମ୍ପାଦନା]୨୦୧୮ ମସିହାରେ ଓଡ଼ିଶା ସରକାର ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଆବେଦନ କରିଥିଲେ । ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଏହାକୁ ସ୍ୱୀକୃତି ମିଳିଥିଲା । ଓଡ଼ିଶାର କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ (ଏକ ଓଡ଼ିଶା ସରକାରଙ୍କ ସଂସ୍ଥା) ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ମିଳିତ ଭାବରେ ଭୌଗଳିକ ଉପଦର୍ଶନ ପ୍ରମାଣପତ୍ର ମିଳିଥିଲା ।[୧୭][୧୮]
ସବିଶେଷ ତଥ୍ୟ
[ସମ୍ପାଦନା]ବିଷୟ | ତଥ୍ୟ |
---|---|
ଆବେଦନ ତାରିଖ | ୨୩ ଫେବୃୟାରୀ ୨୦୧୮ |
ଭୌଗଳିକ ଉପଦର୍ଶନ ସଂଖ୍ୟା | ୬୧୨ |
ପ୍ରମାଣପତ୍ର କ୍ରମାଙ୍କ | ୩୪୫ |
ଭୌଗଳିକ ଉପଦର୍ଶନ (ଜିଆଇ) ନାମ | ଓଡ଼ିଶା ରସଗୋଲା (Odisha Rasagola) |
ଶ୍ରେଣୀ | ଖାଦ୍ୟ ପଦାର୍ଥ |
ଶ୍ରେଣୀ ସଂଖ୍ୟା | ୩୦ |
ପ୍ରମାଣପତ୍ର ବୈଧତା | ୨୨ ଫେବୃୟାରୀ ୨୦୨୮[୧୯] |
ଆଧାର
[ସମ୍ପାଦନା]- ↑ "ଫୁଡ ଆଣ୍ଡ ବେଭେରେଜ ନିଉଜ". ଜୁନ ୧୬, ୨୦୦୯.
{{cite web}}
: Check date values in:|date=
(help) - ↑ ମୁନୁସ ଶଙ୍କର (୨୦୦୯). "ଭାରତୀୟ ମିଠା". Archived from the original on 2016-03-04. Retrieved 2011-03-28.
- ↑ Woo your love with rasgullas not chocolates
- ↑ "Panel seal on rasgulla's Odisha origin". Retrieved 2016-10-02.
- ↑ Sarat Chandra Mahapatra (1994). Car Festival of Lord Jagannath, Puri. Sri Jagannath Research Centre.
- ↑ "Our Claim Only On A Variety Of Rasogolla, No Dispute With Odisha: West Bengal". Retrieved 2016-10-02.
- ↑ "Our Claim Only On A Variety Of Rasogolla, No Dispute With Odisha: West Bengal". NDTV. Press Trust Of India. 27 July 2016. Retrieved 24 August 2016.
- ↑ "Battle Over Origin of 'Rasgulla' Contines, After Odisha Files Petition Demanding Change of GI Tag". News18. Retrieved 2019-07-29.
- ↑ "Sweet success: Odisha's Rasagola gets GI tag". The Indian Express (in Indian English). 2019-07-29. Retrieved 2019-07-29.
- ↑ "Nutrition Information for Rasgulla".
- ↑ CNN IBNlive YouTube video
- ↑ Rasgulla Sweet Making YouTube
- ↑ ପାଣିଗ୍ରାହୀ, ଶୁଭାଶିଷ (୩୦ ଜୁଲାଇ ୨୦୧୫). "ରସଗୋଲାର ଅନ୍ତୁଡ଼ିଶାଳ ଓଡ଼ିଶା". ସମାଜ.
- ↑ "www.ifood.tv: Rasgulla: National Sweet of India". Archived from the original on 2013-05-08. Retrieved 2012-02-18.
- ↑ Mohanty, Asit. "ରସଗୋଲା; ନୀଳାଦ୍ରି ବେଜେର ନୈବେଦ୍ୟ". Utkala Prasanga (July 2016): 176–181. Retrieved 4 August 2016.
- ↑ ସମ୍ବାଦ ୨୨/୦୧/୨୦୧୫ ପୃଷ୍ଠା ୧୫
- ↑ "Odisha Finally Gets Geographical Indication Tag For 'Odishara Rasagola'". www.outlookindia.com/. Retrieved 2019-07-29.
- ↑ "Battle Over Origin of 'Rasgulla' Contines, After Odisha Files Petition Demanding Change of GI Tag". News18. Retrieved 2019-07-29.
- ↑ Bureau, O. B. (2019-07-29). "Finally, GI Tag For Odisha Rasagola". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-07-29.