ବିଜୁ ପଟ୍ଟନାୟକ
ବିଜୁ ପଟ୍ଟନାୟକ | |
---|---|
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୩ ମାର୍ଚ୍ଚ ୧୯୯୫ – ୨୦ ମଇ ୧୯୯୬ | |
ପର ଅଧିକାରୀ | ଅଶୋକ କୁମାର ଦାସ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୫ ମାର୍ଚ୍ଚ ୧୯୯୦ – ୧୫ ମାର୍ଚ୍ଚ ୧୯୯୫ | |
ପୂର୍ବ ଅଧିକାରୀ | ହେମାନନ୍ଦ ବିଶ୍ୱାଳ |
ପର ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୨ ମାର୍ଚ୍ଚ ୧୯୮୫ – ୦୩ ମାର୍ଚ୍ଚ ୧୯୯୦ | |
ପୂର୍ବ ଅଧିକାରୀ | ଶରତ କୁମାର ଦେବ |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
କେନ୍ଦ୍ରମନ୍ତ୍ରୀ, କୋଇଲା-ଇସ୍ପାତ ଓ ଖଣି ବିଭାଗ | |
କାର୍ଯ୍ୟକାଳ ମାର୍ଚ୍ଚ ୧୯୭୭ – ଜାନୁଆରୀ ୧୯୮୦ | |
ପ୍ରଧାନ ମନ୍ତ୍ରୀ | ମୋରାରଜୀ ଦେଶାଇ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୦୯ ଫେବୃଆରୀ ୧୯୭୩ – ୨୪ ମାର୍ଚ୍ଚ ୧୯୭୭ | |
ପୂର୍ବ ଅଧିକାରୀ | ରାଜେନ୍ଦ୍ର ନାରାୟଣ ସିଂହଦେଓ |
ପର ଅଧିକାରୀ | ରାମ ପ୍ରସାଦ ମିଶ୍ର |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୩ ଜୁନ ୧୯୬୧ – ୨ ଅକ୍ଟୋବର ୧୯୬୩ | |
ପୂର୍ବ ଅଧିକାରୀ | ହରେକୃଷ୍ଣ ମହତାବ |
ପର ଅଧିକାରୀ | ବୀରେନ ମିତ୍ର |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବିଜୟାନନ୍ଦ ପଟ୍ଟନାୟକ ୫ ମାର୍ଚ୍ଚ ୧୯୧୬ କଟକ, ଓଡ଼ିଶା |
ମୃତ୍ୟୁ | ୧୭ ଅପ୍ରେଲ ୧୯୯୭ ନୂଆ ଦିଲ୍ଲୀ | (ବୟସ ୮୧)
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ଜ୍ଞାନ ପଟ୍ଟନାୟକ |
ସନ୍ତାନ | ପ୍ରେମ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଗୀତା ମେହେଟ୍ଟା |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପେଷା | ବୈମାନିକ, ରାଜନେତା |
ସନ୍ତକ |
ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକ ଓ ବିଜୁ ବାବୁ ନାମରେ ମଧ୍ୟ ପରିଚିତ, ୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ ।[୧] ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ।[୨] ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ ।
ବିବାହ ଓ ପରିବାର
[ସମ୍ପାଦନା]ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ ।[୩] ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ ।[୪]
କର୍ମ ଜୀବନ
[ସମ୍ପାଦନା]ବିମାନ ଚାଳକ ଭାବେ
[ସମ୍ପାଦନା]ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାରୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୫] ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଠିତ ଏୟାର ଶୋ'ରେ ପ୍ରଦର୍ଶିତ ହୋଇଥିଲା ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୭] ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ[୮] ଏବଂ ସୋରଡ଼ାରୁ ଜିତିଥିଲେ ।[୯] ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ ।[୧୦] ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମ ଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ[୧୧] ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।[୧୨]
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ବନ୍ଧୁ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜଃପଃ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ । ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣି ଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉ ଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । [୧୩]
ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଙ୍ଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୂତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହିଥିଲେ ।
ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ " ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମ କରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।" [୧୩]
ବିଜୁ ପଟ୍ଟନାୟକଙ୍କଦ୍ୱାରା ସ୍ଥାପିତ ପୁରସ୍କାର
[ସମ୍ପାଦନା]- ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ ।
ବିଜୁ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ
[ସମ୍ପାଦନା]ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।[୧୪]
- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT Archived 2002-08-16 at the Wayback Machine.)
- ଆଞ୍ଚଳିକ ଶିକ୍ଷାନୁଷ୍ଠାନ (ଭୁବନେଶ୍ୱର)
- ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର)
- ସୈନିକ ସ୍କୁଲ, ଭୁବନେଶ୍ୱର
- ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ରାଉରକେଲା
- ମିଗ୍ ବିମାନ କାରଖାନା, ସୁନାବେଡ଼ା (କୋରାପୁଟ) Archived 2011-04-27 at the Wayback Machine.
- ପାରାଦ୍ୱୀପ ବନ୍ଦର
- ଓଡ଼ିଶା ବୟନଶିଳ୍ପ କଳ , ଚୌଦ୍ୱାର
- ରାଉରକେଲା ଇସ୍ପାତ କଳ[୧୫]
- ତାଳଚେର ଥର୍ମାଲ ପ୍ରକଳ୍ପ
- ନାଲ୍କୋ ପ୍ରକଳ୍ପ
- ଦୈତାରୀ ଲୌହ ଇସ୍ପାତ କାରଖାନା
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ
- ବୁର୍ଲା ବୈଷୟିକ ଓ ଚିକିତ୍ସା କଲେଜ
- ବଡ଼ବିଲ ଲୁହା କାରଖାନା[୧୬]
ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ
[ସମ୍ପାଦନା]ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି ।
ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ଅନୁଷ୍ଠାନ
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଜାତୀୟତାବୋଧ ଉପରେ "ବିଜୁ ବାବୁ" ନାମକ ଚଳଚ୍ଚିତ୍ର ୨୦୧୯ ମସିହା ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିଲା ।[୧୭][୧୮]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Biju Patnaik: Slapping people, berating colleagues, the 'Bull of Kalinga' is still rampaging : Profile - India Today". Retrieved 29 February 2016.
- ↑ Kanungo, Dr. Pabak. "BIJU PATNAIK: A PROFILE". Orissa Review (Feb -Mar 2005). Retrieved 29 February 2016.
- ↑ "Naveen Patnaik's mother passes away". Retrieved 29 February 2016.
- ↑ "rediff.com: Naveen's brother may enter state politics". Retrieved 29 February 2016.
- ↑ Kuldip Singh (1 May 1997). "Obituary: Biju Patnaik". The Independent. Retrieved 29 February 2016.
- ↑ "ବାଙ୍ଗାଲୁରୁ ଏରୋ ଶୋ'ରେ ପ୍ରଦର୍ଶନ ହେବ ବିଜୁବାବୁଙ୍କ ପ୍ରସିଦ୍ଧ ଡାକୋଟା ବିମାନ". Sambad (in ଆମେରିକୀୟ ଇଂରାଜୀ). 2019-02-09. Retrieved 2019-03-26.
- ↑ "Biju Patnaik - The Official Biju Janata Dal Website". Archived from the original on 7 March 2016. Retrieved 29 February 2016.
- ↑ "MLA Biju Patnaik Profile - BHUBANESWAR Constituency". Archived from the original on 29 October 2017. Retrieved 29 February 2016.
- ↑ "Surada Elections Results". Compare Infobase Limited. Retrieved 29 February 2016.
- ↑ Verinder Grover (1 January 1997). Indian Political System: Trends and Challenges. Deep & Deep Publications. pp. 445–. ISBN 978-81-7100-883-4.
- ↑ Rabindra Kumar Sethy (2003). Political Crisis and President's Rule in an Indian State. APH Publishing. pp. 170–. ISBN 978-81-7648-463-3.
- ↑ "Read a story of 64 yrs of regional parties in Odisha". Retrieved 29 February 2016.
- ↑ ୧୩.୦ ୧୩.୧ Rout, B. C. "Biju Patnaik : A Tribute" (PDF). Orissa Review: 1–3. Retrieved 29 February 2016.
- ↑ "BIJU PATTNAIK". Retrieved 29 February 2016.
- ↑ Naik, Rajkishore. "100 MOST CONTROVERSIAL INDIANS Mavericks". thesundayindian. Archived from the original on 14 October 2020. Retrieved 24 June 2007.
{{cite web}}
: line feed character in|title=
at position 31 (help) - ↑ ଧରିତ୍ରୀ ୧୭/୦୪/୨୦୧୪ ପୃଷ୍ଠା ୬ରେ ପ୍ରକାଶିତ ଡ଼. ଉର୍ମୀ ଦେବୀଙ୍କ ଆଲେଖ୍ୟ ଓଡ଼ିଶାର ନାୟକ: ବିଜୁ ପଟ୍ଟନାୟକ
- ↑ "ଚଳଚ୍ଚିତ୍ର 'ବିଜୁବାବୁ'ର ଡିଜିଟାଲ ପୋଷ୍ଟର ରିଲିଜ୍". Sambad (in ଆମେରିକୀୟ ଇଂରାଜୀ). 2019-02-20. Retrieved 2019-03-26.
- ↑ "୨୯ରେ ଆସିବ 'ବିଜୁ ବାବୁ'". Sambad (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.
ବହି
[ସମ୍ପାଦନା]- Keesing's Contemporary Archives, 1947-48.
- Facts on File 1947-48.
- Seventh Lok Sabha Who's Who, 1980.
- History of Indian Air Force, Historical Section, Government of India Publication.
- History of the Indian Air Force by Air Marshall M.S. Chatturvedi.
- Indonesian Handbook, Department of Information, Djkarta.
- Sukerno, A Political Biography, Logge J.D.
- Weinstein F.B. Indonesian Foreign Policy.
- Ray J.K., Transfer of Power in Indonesia.
- Polmka P. Indonesia since Sukerno.
- Taylor A.H., Indonesian Independence and UN.
- Satyavati S. Jhaveri, The Presidency in Indonesia: Dilemma of Democracy.
- Charles Wolf Jr., The Indonesian Story : Birth, Growth and Structure of Indonesian Republic.
- Hermondsworth, Indonesia.
- Jamu and Kashmir Operation 1947, History Division, Government of India Publication.
ବାହାର ଆଧାର
[ସମ୍ପାଦନା]Preceded by ହରେକୃଷ୍ଣ ମହତାବ (ପ୍ରଥମ ଦଫା) ହେମାନନ୍ଦ ବିଶ୍ୱାଳ (ଦ୍ୱିତୀୟ ଦଫା) |
ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୮ ଜୁନ ୧୯୬୧ଠାରୁ ୨ ଅକ୍ଟୋବର ୧୯୬୩ (ପ୍ରଥମ ଦଫା) ୫ ମାର୍ଚ ୧୯୯୦ଠାରୁ ୧୫ ମାର୍ଚ ୧୯୯୫ (ଦ୍ୱିତୀୟ ଦଫା) |
Succeeded by ବୀରେନ ମିତ୍ର (ପ୍ରଥମ ଦଫା) ଜାନକୀ ବଲ୍ଲଭ ପଟ୍ଟନାୟକ (ଦ୍ୱିତୀୟ ଦଫା) |
- ୧୯୧୬ ଜନ୍ମ
- ୧୯୯୭ ମୃତ୍ୟୁ
- କଟକ ଜିଲ୍ଲାର ଲୋକ
- ଓଡ଼ିଶାର ମୁଖ୍ୟମନ୍ତ୍ରୀ
- ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ
- ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା
- ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ
- ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୫ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୭ମ ଲୋକ ସଭା ସଭ୍ୟ
- ୮ମ ଲୋକ ସଭା ସଭ୍ୟ
- ୧୧ଶ ଲୋକ ସଭା ସଭ୍ୟ
- ୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ
- ୮ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୯ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ
- ଓଡ଼ିଶାର ଲୋକ ସଭା ସଦସ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା
- କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ
- ଗଞ୍ଜାମ ଜିଲ୍ଲାର ଲୋକ