ଗୀତା ମେହେଟ୍ଟା

ଉଇକିପିଡ଼ିଆ‌ରୁ
ଗୀତା ମେହେଟ୍ଟା
ଜନ୍ମ ଓ ଜନ୍ମସ୍ଥାନ୧୯୪୩
ଦିଲ୍ଲୀ, ଭାରତ
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୨୩
ଦିଲ୍ଲୀ, ଭାରତ
ବୃତ୍ତିଲେଖିକା/ପ୍ରମାଣସିଦ୍ଧ ଚଳଚ୍ଚିତ୍ରର ନିର୍ମାତା/ସାମ୍ବାଦିକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ, ଇଂଲଣ୍ଡ
ସାହିତ୍ୟ କୃତିକରମା କୋଲା (୧୯୭୯)
ଏ ରିଭର୍ ସୁତ୍ର (୧୯୯୩)

ଗୀତା ମେହେଟ୍ଟା (୧୯୪୩ - ୧୬ ସେପ୍ଟେମ୍ବର ୨୦୨୩) ଜଣେ ଭାରତୀୟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତ୍ରୀ ଓ ସାମ୍ବାଦିକା ଥିଲେ । ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ । ତାଙ୍କ ସାନ ଭାଇ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ଭାରତ ଏବଂ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ, [୧] ନିଜର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୯ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ବଛାଯାଇଥିଲା କିନ୍ତୁ ଏହି ପୁରସ୍କାର ଆଗତ ନିର୍ବାଚନକୁ ପ୍ରଭାବିତ କରିପାରେ ଭାବି, ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।[୨]

ଗୀତା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର 'କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।

ଆଲଫ୍ରେଡ ଏ. ନଫ ପ୍ରକାଶନା ସଂସ୍ଥାର ମୁଖ୍ୟ ସୋନି ମେହେଟ୍ଟାଙ୍କ ପତ୍ନୀ ହୋଇଥିଲେ ମଧ୍ୟ, ଗୀତା ନିଜ ସତ୍ତ୍ୱ ବଳରେ ଜଣେ ଲେଖିକା ଭାବେ ପ୍ରତିଷ୍ଠିତ ହୋଇଥିଲେ । ତାଙ୍କର ବହି ୨୧ଟି ଭାଷାକୁ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଓ ଭାରତରେ ଉତ୍ତମ ବିକ୍ରେତା ତାଲିକାରେ ରହିଆସିଛି । ତାଙ୍କର ଲେଖାର ବିଷୟବସ୍ତୁ ମୁଖ୍ୟତଃ ଭାରତ : ଏହାର ସଂସ୍କୃତି ଓ ଇତିହାସ, ଏବଂ ଏହାର ପାଶ୍ଚାତ୍ୟ ଉପଲବଧି ଉପରେ ଆଧାରିତ ଥିଲା । ତାଙ୍କର ଲେଖା ସାମ୍ବାଦିକତା ଓ ରାଜନୀତି ପୃଷ୍ଠଭୂମିର ଅନ୍ତଦୃଷ୍ଟି ପ୍ରତିଫଳନ କରୁଥିଲା ।

ଗୀତା ମେହେଟ୍ଟା ନ୍ୟୁୟର୍କ, ଲଣ୍ଡନ ଏବଂ ନୂଆ ଦିଲ୍ଲୀରେ ରହୁଥିଲେ ।

ପୁସ୍ତକ[ସମ୍ପାଦନା]

  • କରମା କୋଲା. ସାଇମନ୍ ଏଣ୍ଡ ସ୍ଚୁସ୍ତର ଏଣ୍ଡ। ୧୯୭୯ ।[୩]
  • ରାଜ୍ (୧୯୮୯)
  • ଏ ରିଭର୍ ସୁତ୍ର (୧୯୯୩)
  • ସ୍ନେକସ୍ ଏଣ୍ଡ ଲାଡରସ୍ : ଗ୍ଲିମ୍ପସେସ୍ ଅଫ୍ ମଡର୍ଣ୍ଣ ଇଣ୍ଡିଆ, ଲଣ୍ଡନ୍, ସେକର୍ ଏଣ୍ଡ୍ ୱାରବର୍ଗ,୧୯୯୭ । ISBN 0-436-20417-7[୪]
  • ଏଟରନାଲ୍ ଗଣେଶ

ବାହ୍ୟ ଆଧାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ୨୦୨୩ ମସିହା ସେପ୍ଟେମ୍ବର ୧୬ ତାରିଖରେ ଦିଲ୍ଲୀଠାରେ ଗୀତାଙ୍କର ପରଲୋକ ଘଟିଥିଲା ।[୫]

ଆଧାର[ସମ୍ପାଦନା]

  1. "Upfront daughter of the revolution: Gita Mehta". Vogue. April 1997. pp. 114, 120, 124.
  2. "Gita Mehta refuses Padma Shri award as poll looms". www.indiatoday.in. Retrieved 28 January 2019.
  3. Mehta, Gita (1979). Karma Kola, Marketing the Mystic East. New York: Simon and Schuster. p. 201. ISBN 0-671-25083-3.
  4. Smith, Wendy, 'Gita Mehta: Making India Accessible'
  5. "Author Gita Mehta, Naveen Patnaik's Sister, Dies At 80". www.ndtv.com. ndtv. Archived from the original on 17 September 2023. Retrieved 17 September 2023.