Jump to content

ମୋରାରଜୀ ଦେଶାଇ

ଉଇକିପିଡ଼ିଆ‌ରୁ
ମୋରାରଜୀ ଦେଶାଇ
ଭାରତର ପୂର୍ବତନ (୪ର୍ଥ)ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨୪ ମାର୍ଚ ୧୯୭୭  ୨୮ ଜୁଲାଇ ୧୯୭୯
ରାଷ୍ଟ୍ରପତିBasappa Danappa Jatti (Acting)
Neelam Sanjiva Reddy
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀଚରଣ ସିଂହ
Minister of Home Affairs
କାର୍ଯ୍ୟକାଳ
୧ ଜୁଲାଇ ୧୯୭୮  ୨୮ ଜୁଲାଇ ୧୯୭୯
ପୂର୍ବ ଅଧିକାରୀଚରଣ ସିଂହ
ପର ଅଧିକାରୀଯଶବନ୍ତରାଓ ଚୌହାନ
Deputy Prime Minister of India
କାର୍ଯ୍ୟକାଳ
୧୩ ମାର୍ଚ ୧୯୬୭  ୧୬ ଜୁଲାଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀବଲ୍ଲଭଭାଇ ପଟେଲ
ପର ଅଧିକାରୀଚରଣ ସିଂହ
ଜଗଜୀବନ ରାମ
Minister of Finance
କାର୍ଯ୍ୟକାଳ
୧୩ ମାର୍ଚ ୧୯୬୭  ୧୬ ଜୁଲାଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
ପୂର୍ବ ଅଧିକାରୀସଚିନ୍ଦ୍ର ଚୌଧୁରୀ
ପର ଅଧିକାରୀଇନ୍ଦିରା ଗାନ୍ଧୀ
କାର୍ଯ୍ୟକାଳ
୧୩ ମାର୍ଚ ୧୯୫୮  ୨୯ ଅଗଷ୍ଟ ୧୯୬୩
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀଜବାହରଲାଲ ନେହେରୁ
ପର ଅଧିକାରୀTiruvellore Thattai Krishnamachari
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-02-29)୨୯ ଫେବୃଆରୀ ୧୮୯୬
ଭାଡେଲି, ବ୍ରିଟିଶ ଭାରତ
ମୃତ୍ୟୁ୧୦ ଅପ୍ରେଲ ୧୯୯୫(1995-04-10) (ବୟସ ୯୯)
ନୂଆଦିଲ୍ଲୀ,ଭାରତ
ରାଜନୀତିକ ଦଳଜନତା ଦଳ (୧୯୮୮-୧୯୯୫)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (୧୯୬୯ ପୂର୍ବରୁ)
ଭାରତୀୟ ଜାତୀୟ କଂଗ୍ରେସ-Organisation (୧୯୬୯-୧୯୭୭)
Janata Party (୧୯୭୭-୧୯୮୮)
ଶିକ୍ଷାନୁଷ୍ଠାନୱିଲସନ କଲେଜ, ବମ୍ବେ
ପେଷାସିଭିଲ ସର୍ଭିସ
Activist

ମୋରାରଜୀ ରାଞ୍ଛୋଡ଼ଜୀ ଦେଶାଇ (ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ । ଗୁଜରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃଆରୀ ୨୯ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଗୁଜରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ । ପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ । ତାଙ୍କର ନେତୃତ୍ୱ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ।

୧୯୩୪ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ୱ ମନ୍ତ୍ରୀ ଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ । ବମ୍ବେରେ ବସବାସ କରୁଥିବା ମରାଠିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ୱାନ ଦେଇଥିଲେ । ଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ । ଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଫଳସ୍ୱରୂପ ସ୍ୱତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା । ଶାସ୍ତ୍ରିଜୀଙ୍କ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଇଥିଲେ । ମାତ୍ର ୧୯୭୭ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ।[]

ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ତାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା । ପାକିସ୍ତାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ରେ ତାଙ୍କର ପରଲୋକ ଘଟିଥିଲା ı[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମୋରାରଜୀ ଦେଶାଇ ଗୁଜରାଟରୁ ଥିଲେ ।[]ସେତେବେଳେର ବମ୍ବେ ପ୍ରେସିଡେନ୍ସିର ବୁଲସର ଜିଲ୍ଲାର ଭାଡେଲି ଗ୍ରାମରେ ୨୯ ଫେବୃୟାରୀ ୧୮୯୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଆଠ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ବରିଷ୍ଠ ଥିଲେ । ତାଙ୍କ ପିତା ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ ।[]

ସେ ସୌରାଷ୍ଟ୍ରରେ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ମୁମ୍ବାଇର ୱିଲସନ ମହାବିଦ୍ୟାଳୟରୁ ଉତ୍ତୀନ୍ନ ହୋଇ ସେ ଗୁଜରାଟର ସିଭିଲ ସେବାରେ ଯୋଗ ଦେଇଥିଲେ । ୧୯୨୭-୨୮ରେ ହୋଇଥିବା ଗୋଧ୍ରା ଦଙ୍ଗାରେ ହିନ୍ଦୁମାନଙ୍କ ଉପରେ ନରମ ମନୋଭାବ ଯୋଗୁଁ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଉପ-ଜିଲ୍ଲାପାଳ ପଦବୀରୁ ଇସ୍ତଫା ଦେଇଥିଲେ ।[]

ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କର ସହ ଯୋଗଦାନ କରିଥିଲେ । ଅନେକ ଥର ସେ କାରାବରଣ ମଧ୍ୟ କରିଥିଲେ । ୧୯୩୪ ଏବଂ ୧୯୩୭ ମସିହାରେ ପ୍ରାନ୍ତରେ ସେ ଅର୍ଥ ଏବଂ ଗୃହ ବିଭାଗର ମନ୍ତ୍ରୀ ଭାବରେ ବମ୍ବେ ପ୍ରେସିଡେନ୍ସିରେ ନିର୍ବାଚିତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ ଏବଂ ପରିବାର

[ସମ୍ପାଦନା]

୧୯୧୧ ମସିହାରେ ଦେଶାଇଙ୍କୁ ଯେବେ ମାତ୍ର ୧୫ ବର୍ଷ ବୟସ ହୋଇଥିଲା ସେ ଗୁଜରାବେନଙ୍କୁ ବିବାହ କରିଥିଲେ ।[] ଗୁଜରାବେନ ତାଙ୍କ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦେଖିଥିଲେ କିନ୍ତୁ ଦେଶାଇଙ୍କ ପୂର୍ବରୁ ସେ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କର ନାତି ମଧୁକେଶ୍ୱର ଦେଶାଇ, ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ଜାତୀୟ ଉପ-ସଭାପତି ଅଟନ୍ତି ।

୧୯୭୮ ମସିହାରେ ସେ ୟୁରିନ ଥେରାପି (ମୂତ୍ର ଚିକିତ୍ସା) ଉପରେ ଏକ ଆଲୋଚନା କରିଥିଲେ । ଏଥିରେ ସେ ମନୁଷ୍ୟ ମୁତ୍ରାର ସୁଗୁଣ ଉପରେ ଆଲୋକପାତ କରିଥିଲେ, ଦେଶାଇ କହିଥିଲେ ଯେ ଏହିଭଳି ଚିକିତ୍ସା ଯେଉଁମାନେ ଡାକ୍ତରୀ ଚିକିତ୍ସା ଲାଭ କରିବାରେ ଅସମର୍ଥ ତାଙ୍କ ମାଇଁ ବରଦାନ ସଦୃଶ୍ୟ । ସେ ଏହାକୁ "ଜୀବନର ଜଳ" ବୋଲି ଦର୍ଶାଇଥିଲେ ।[][]

ସେ ମହାତ୍ମା ଗାନ୍ଧୀଙ୍କର ଜଣେ ଅନୁସାରକ ଥିଲେ । ଜନ୍ମରୁ ସେ ଶାକାହାରୀ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ଜନତା ପାର୍ଟିକୁ ବିପୁଳ ପରିମାଣରେ ଭୋଟ ଦେଇ ଲୋକେ ଜୟଯୁକ୍ତ କରାଇଥିଲେ । ଜନତା ପାର୍ଟି ତରଫରୁ ଦେଶାଇଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୪ ମାର୍ଚ୍ଚ ୧୯୭୭ ମସିହାରେ ଦେଶର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ଦେଶାଇ ଶପଥ ପାଠ କରିଥିଲେ ।

ଦେଶାଇ ଭାରତର ର'ର ଅନେକ ଶାଖାଗୁଡ଼ିକୁ ବନ୍ଦ କରିଦେଇଥିଲେ ।

୧୯୭୯ ମସିହାରେ ସମର୍ଥନ ଅଭାବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ମୃତ୍ୟୁ

[ସମ୍ପାଦନା]

୧୯୮୦ରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଦେଶାଇ ପ୍ରଚାର କରିଥିଲେ । କିନ୍ତୁ ସେ ନିଜେ ଏହି ନିର୍ବାଚନରେ କୌଣସି ନିର୍ବାଚନ ମଣ୍ଡଳୀରୁ ଛିଡା ହୋଇନଥିଲେ । ଅବସର ନେବା ପରେ ସେ ମୁମ୍ବାଇରେ ରହୁଥିଲେ ଏବଂ ୧୦ ଅପ୍ରେଲ ୧୯୯୫ ମସିହାରେ ତାଙ୍କୁ ଯେବେ ୯୯ ବର୍ଷ ହୋଇଥିଲା ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ଅନ୍ତିମ ସମୟରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ରୂପେ ଅନେକ ସମ୍ମାନ ଲାଭ କରିଥିଲେ ।[]

  1. "ଆର୍କାଇଭ୍ କପି". Archived from the original on 2020-08-31. Retrieved 2012-07-03. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-02-26. Retrieved 2012-07-03. {{cite web}}: Cite has empty unknown parameter: |1= (help)
  3. Bhattacharya, D. P. (2014-05-26). "Gujarati Prime Ministers Morarji Desai & Narendra Modi share similarities". The Economic Times. Retrieved 2019-03-24.
  4. "OBITUARY: Morarji Desai". The Independent (in ଇଂରାଜୀ). 1995-04-11. Retrieved 2019-03-24.
  5. Umat, Ajay; Mehta, Harit (2013-06-10). "Can Narendra Modi follow in Morarji Desai's footsteps?". The Economic Times. Retrieved 2019-03-24.
  6. https://books.google.com/books?id=2dgqNH6uKUsC&pg=PT39%5B%5D
  7. "OBITUARY: Morarji Desai". The Independent (in ଇଂରାଜୀ). 1995-04-11. Retrieved 2019-03-24.
  8. "WebCite query result". www.webcitation.org. Archived from the original on 2017-11-12. Retrieved 2019-03-24. {{cite web}}: Cite uses generic title (help)
  9. Hazarika, Sanjoy (1995-04-11). "Morarji Desai Dies at 99; Defeated Indira Gandhi to Become Premier of India". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2019-03-24.