Jump to content

ଧରଣୀଧର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଧରଣୀଧର ପାଣିଗ୍ରାହୀ
ଜନ୍ମ(1936-01-02)୨ ଜାନୁଆରୀ ୧୯୩୬
ମୃତ୍ୟୁ୧୭ ନଭେମ୍ବର ୨୦୨୦(2020-11-17) (ବୟସ ୮୪)
ନୂଆପଲ୍ଲୀ, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୦୯

ଧରଣୀଧର ପାଣିଗ୍ରାହୀ (୨ ଜାନୁଆରୀ ୧୯୩୬ - ୧୭ ନଭେମ୍ବର ୨୦୨୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅର୍ଥନୀତି, ସମାଜତତ୍ତ୍ୱ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ କରିବା ସହିତ ଅର୍ଥନୀତିରେ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ପୁସ୍ତକ ତଥା ଓଡ଼ିଆ ସମ୍ବାଦପତ୍ର ଓ ସ୍ତମ୍ଭ ରଚନା କରିଥିଲେ । ସେ ତାଙ୍କର ସାହିତ୍ୟ ରଚନା ନିମନ୍ତେ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ନିଜ ରଚନାରେ ଓଡ଼ିଆରେ ପ୍ରାୟୋଗିକ ସମାଲୋଚନା ପ୍ରବନ୍ଧ ତଥା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମାସ୍ୟାବଳୀ ଉପରେ ଆଲୋଚନା କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଧରଣୀଧର ୧୯୩୬ ମସିହା ଜାନୁଆରୀ ୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅନ୍ତର୍ଗତ ବେରୁଆଁପାଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା, ବିଜେବିରାଜଧାନୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।

୨୦୨୦ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[]

ରଚନାବଳୀ

[ସମ୍ପାଦନା]

ମୌଳିକ ରଚନା:

[ସମ୍ପାଦନା]
  • ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ (୨୦୧୫)
  • ଅର୍ଥନୀତି ପ୍ରବେଶ
  • ଅର୍ଥନୀତି ପରିଚୟ
  • ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା
  • ସରକାରୀ ବିତ୍ତ
  • ଗ୍ରାମ୍ୟ ଶିଳ୍ପାୟନ
  • ଭାରତୀୟ ଅର୍ଥନୀତି
  • ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ
  • ରାଜନୀତିଜ୍ଞଙ୍କ ଭାରତବର୍ଷ
  • ଅର୍ଥନୀତିକ ଭାରତ
  • ମହାଭାରତ ପରେ
  • ଆଞ୍ଜନେୟ
  • ଶ୍ରୀମୟୀ ବୈଷ୍ଣୋ ଦେବୀ
  • ଲୌହମାନବ
  • ଭାରତ ବିକାଶ ପରିକ୍ରମା
  • ରାଷ୍ଟ୍ରୀୟ ବିତ୍ତ
  • କନିଷ୍ଠ ମାର୍ଟିନ ଲୁଥର କିଙ୍ଗ୍
  • ଭାବଭୂମିର ଅମୃତାଲୋକ
  • ପ୍ରବାଦ ପୁରୁଷ
  • ଦ୍ୱାରିକା ମୋହନ ମିଶ୍ର (ସହଲେଖକ), ଅମୃତ ଅନୁଭବ

ଅନୁବାଦ:

[ସମ୍ପାଦନା]
  • ମ୍ୟାଡ଼େଲିନ୍ ସ୍ଲେଡ୍, ତୀର୍ଥଭୂମି ଭାରତ (୨୦୧୩)
  • କରଣ ସିଂହ: ଆତ୍ମଜୀବନୀ
  • ସନ୍ଥ ବିଭୂତି
  • ମୃତ୍ୟୁ ପରେ
  • ଜୀବନ ଓ ମୃତ୍ୟୁ ଦର୍ଶନ
  • ଦ୍ୱାରିକା ମୋହନ ମିଶ୍ର (ସହଲେଖକ), ବ୍ରହ୍ମବାଦ ଦର୍ଶନ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଧରିତ୍ରୀ ସାରସ୍ୱତ ସମ୍ମାନ - ୧୯୮୨
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୯ (କରଣ ସିଂହ: ଆତ୍ମଜୀବନୀ)
  • ରାଜଧାନୀ ପୁସ୍ତକମେଳା ଶ୍ରେଷ୍ଠ ଅନୁବାଦ ପୁରସ୍କାର - ୨୦୧୦ (ମୃତ୍ୟୁ ପରେ)
  • ଉତ୍କଳ ସାହିତ୍ୟ ସମାଜର ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ - ୨୦୧୧
  • ସନ୍ଧ୍ୟାତାରା ସାହିତ୍ୟ ସଂସଦ ସମ୍ମାନ - ୨୦୧୧
  • ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ତରଫରୁ ରାଜ୍ୟସ୍ତରୀୟ ଶ୍ରୀଧର ସ୍ୱାମୀ ସମ୍ମାନ - ୨୦୧୨
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ) - ୨୦୧୫ (ଲୌହମାନବ)[]
  • ଓଡ଼ିଶା ପାଠକ ସାହିତ୍ୟ ସଂସଦ ସମ୍ମାନ - ୨୦୧୫
  1. "ପରଲୋକରେ ଧରଣୀଧର ପାଣିଗ୍ରାହୀ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 11 July 2022. Retrieved 11 July 2022.
  2. "୨୦୧୫ ଓ ୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". www.nitidin.com. ନିତିଦିନ. Archived from the original on 11 July 2022. Retrieved 11 July 2022.