Jump to content

ବିପ୍ଳବ ରାୟଚୌଧୁରୀ

ଉଇକିପିଡ଼ିଆ‌ରୁ
ବିପ୍ଳବ ରାୟଚୌଧୁରୀ
ଜନ୍ମ(1942-10-06)୬ ଅକ୍ଟୋବର ୧୯୪୨
ମୃତ୍ୟୁ୧୪ ଅଗଷ୍ଟ ୨୦୧୨(2012-08-14) (ବୟସ ୬୯)
କଲିକତା,ପଶ୍ଚିମବଙ୍ଗ
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ,ହିନ୍ଦୀ,ବଙ୍ଗଳା ଭାଷାର ଚଳଚ୍ଚିତ୍ର ନିର୍ଦ୍ଦେଶକ
ପୁରସ୍କାରଜାତୀୟ ଚଳଚ୍ଚିତ୍ର ପୁରସ୍କାର

ବିପ୍ଳବ ରାୟଚୌଧୁରୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ ।[] ଡାକ୍ତରୀ ପାଠ ଅଧାରୁ ଛାଡି, ସେ ନିଜ ପସନ୍ଦର ବେଉସା, ଚଳଚ୍ଚିତ୍ର ନିର୍ମାଣକୁ ଆବୋରୀ ନେଇଥିଲେ। ଅର୍ଦ୍ଧେନ୍ଦୁ ଚାଟାର୍ଜୀଙ୍କ ଅଧିନରେ ଜଣେ ସହ-ନିର୍ଦ୍ଦେଶକ ଭାବରେ ସେ, ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ।[] ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହ-ସମ୍ପାଦକ ଭାବରେ କାମ କରିବା ପରେ, ସେ ନିଜେ ମୁଖ୍ୟ ସମ୍ପାଦକ, ଲେଖକ ଓ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ବର୍ଣ ବିବର୍ଣ ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା ।[] ତିନି ଦଶନ୍ଧି ବ୍ୟାପି ଚଳଚ୍ଚିତ୍ର ଜୀବନରେ ସେ ପ୍ରାୟ ୧୪-୧୫ଟି କ୍ଷୁଦ୍ର ଚଳଚ୍ଚିତ୍ର ବା ଡକୁମେଣ୍ଟାରୀ ଫିଲ୍ମ ଓ ପ୍ରାୟ ୧୦ଟି ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ବିପ୍ଳବ ରାୟଚୌଧୁରୀ, ନିଜ ମାତୃଭାଷା ବଙ୍ଗଳା ଅପେକ୍ଷା ଓଡ଼ିଆରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚିଲିକା ତୀରେ ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଚିଲିକାର ମତ୍ସଜୀବିମାନଙ୍କର ଜୀବନ ଓ ସଂଘର୍ଷକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ସର୍ବଭାରତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଧିନରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର, ଅରଣ୍ୟ ରୋଦନନିର୍ବାଚନ ମଧ୍ୟ ୧୯୯୪ ଓ ୧୯୯୫ ମସିହାରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା ।[]

ବିପ୍ଳବ ରାୟଚୌଧୁରୀ, ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ନିର୍ଦ୍ଦେଶନା ଓ ସମ୍ପାଦନା ବିଭାଗର ମୁଖ୍ୟ ରୂପେ କାର୍ଯ୍ୟନିର୍ବାହ କରିଛନ୍ତି । ୧୯୮୯ ମସିହାରେ ତାଙ୍କୁ ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନର ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । କଳିଙ୍ଗ ଷ୍ଟୁଡିଓର ଡାଇରେକ୍ଟର ରୂପରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କଦ୍ୱାରା ନିମନ୍ତ୍ରିତ ହୋଇ, ସେ ସେଠାକାର ବିଭିନ୍ନ ଷ୍ଟୁଡିଓ, ବିଶ୍ୱବିଦ୍ୟାଳୟ ତଥା ଚଳଚ୍ଚିତ୍ର ନିର୍ମାଣ ସହ ସଂଶ୍ଳିଷ୍ଠ ଅନ୍ୟାନ୍ୟ ସଂସ୍ଥା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ ।[][]

ଚଳଚ୍ଚିତ୍ରରେ ଭୂମିକା

[ସମ୍ପାଦନା]
ବର୍ଷସିନେମାର ନାମଭୂମିକାପୁରସ୍କାର
୧୯୯୪ନିର୍ବାଚନକାହାଣୀ,ଚିତ୍ରନାଟ୍ୟ,ନିର୍ଦ୍ଦେଶନାସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୧୯୯୨ଅରଣ୍ୟ ରୋଦନଚିତ୍ରନାଟ୍ୟ,ନିର୍ଦ୍ଦେଶନାସ୍ୱର୍ଣ୍ଣ କମଳ
୧୯୮୫ଦି ହୁଇସପରିଙ୍ଗ ଉଇଣ୍ଡନିର୍ଦ୍ଦେଶନା
୧୯୮୪ୟହ କାହାଣୀ ନେହିନିର୍ଦ୍ଦେଶନା
୧୯୮୩ଆଶ୍ରୟନିର୍ଦ୍ଦେଶନା
୧୯୮୨ହାର୍ଟବିଟକାହାଣୀ,ସମ୍ପାଦନା,ନିର୍ଦ୍ଦେଶନା
୧୯୮୧ଶୋଧ୍ନିର୍ଦ୍ଦେଶନାସ୍ୱର୍ଣ୍ଣ କମଳ[]
୧୯୮୦ଟ୍ରାଇବାଲସ୍ ଅଫ ସିଂହଭୂମିନିର୍ଦ୍ଦେଶନା
୧୯୭୭ଚିଲିକା ତୀରେଚିତ୍ରନାଟ୍ୟ,ସମ୍ପାଦନା,ନିର୍ଦ୍ଦେଶନାସ୍ୱର୍ଣ୍ଣ କମଳ
୧୯୭୫ବର୍ଣ ବିବର୍ଣନିର୍ଦ୍ଦେଶନା
୧୯୭୦ଲାଟେଣ୍ଟନିର୍ଦ୍ଦେଶନା
୧୯୬୪ବିରେଶ୍ୱର ବିବେକାନନ୍ଦସମ୍ପାଦନା
୧୯୬୪ଲାଲ ପଥରସମ୍ପାଦନା
  1. Nandita C. Puri (1 November 2009). Om Puri: Unlikely Hero. Roli Books Private Limited. pp. 176–. ISBN 978-93-5194-075-3.
  2. Indian Cinema. Directorate of Film Festivals, Ministry of Information and Broadcasting. 1997.
  3. BIBEKANANDA RAY. Conscience of The Race. Publications Division Ministry of Information & Broadcasting. pp. 197–. ISBN 978-81-230-2661-9.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
  5. http://www.upperstall.com/people/biplab-roy-choudhury
  6. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2012-08-28. {{cite web}}: Cite has empty unknown parameter: |1= (help)
  7. Gopa Sabharwal (29 August 2017). India Since 1947: The Independent Years. Penguin Random House India Private Limited. pp. 217–. ISBN 978-93-5214-089-3.

ବାହାର ଆଧାର

[ସମ୍ପାଦନା]