Jump to content

ରଞ୍ଜିତା ନାୟକ

ଉଇକିପିଡ଼ିଆ‌ରୁ
(Ranjita Nayakରୁ ଲେଉଟି ଆସିଛି)
ରଞ୍ଜିତା ନାୟକ
ଜନ୍ମ ଓ ଜନ୍ମସ୍ଥାନ (1955-01-29) ୨୯ ଜାନୁଆରୀ ୧୯୫୫ (ବୟସ ୭୦)
ବୃତ୍ତିକବୟତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଝଡ଼ର ଆକାଶ (କାବ୍ୟ-କବିତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭

ରଞ୍ଜିତା ନାୟକ (ଜନ୍ମ: ୨୯ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ କବୟତ୍ରୀ । ସେ ଓଡ଼ିଆ ଭାଷାରେ ଅନେକ କବିତାମାନ ରଚନା କରିଛନ୍ତି । ତାଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ସାହିତ୍ୟ କୃତି

[ସମ୍ପାଦନା]

ରଞ୍ଜିତା ନାୟକଙ୍କ ରଚିତ ପୁସ୍ତକ ୨୦୦୦ ମସିହାରେ ସମୟରେ ସମୟକୁ ପ୍ରକାଶ ପାଇଥିଲା ।[] ୧୯୯୭ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପ୍ରକାଶ ପାଇଥିଲା, ଯାହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୧୪, ୨୦୦୩, ୨୦୧୦ ମସିହାରେ ତାଙ୍କ ରଚିତ ପୁସ୍ତକ ଯାଥାକ୍ରମେ ସମୀଲକ୍ଷାୟନ, ପତ୍ରଝରା ଋତୁ, ଯେ ଗୀତ ଗାଏ ପକ୍ଷୀ ପ୍ରକାଶ ପାଇଥିଲା ।[]

ରଞ୍ଜିତା ନାୟକ କିଛି ସମବେତ ରଚନାବଳୀରେ ମଧ୍ୟ ଲେଖକ ଥିଲେ । ସାରଳା ସାହିତ୍ୟଦ୍ୱାରା ସଂକଳିତ ଓ ପଠାଣି ପଟ୍ଟନାୟକଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ ମହାପାତ୍ର ନୀଳମଣି ସାହୁ: ସୃଷ୍ଟି ମାନସ, ଯେଉଁଥିରେ ରଞ୍ଜିତା ନାୟକ ଜଣେ ଲେଖିକା ଥିଲେ ।[] ସେହିଭଳି ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରଚିତ ଏବଂ ସମ୍ପାଦିତ ଏକ ପୁସ୍ତକ ସାମ୍ପ୍ରତିକ କବି ଓ କବିତା ପ୍ରକାଶ ପାଇଥିଲା ।[] ସାରଳା ସାହିତ୍ୟଦ୍ୱାରା ସଂକଳିତ ଅନ୍ୟ ଏକ ପୁସ୍ତକ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟର ରଚନା ଏବଂ ସମ୍ପାଦନ ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ, ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କଦ୍ୱାରା କରାଯାଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • ଝଡ଼ର ଆକାଶ (୧୯୯୭)
  • ସମୟରେ ସମୟକୁ (୨୦୦୦)
  • ସମୀଲକ୍ଷାୟନ (୨୦୧୪)
  • ସାମ୍ପ୍ରତିକ କବି ଓ କବିତା (ସମବେତ ରଚନା)‌
  • ଯେ ଗୀତ ଗାଏ ପକ୍ଷୀ (୨୦୧୦)
  • ପତ୍ରଝରା ଋତୁ (୨୦୦୩)
  • କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (ସାରଳା ସାହିତ୍ୟ ଦ୍ୱାରା)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ରଞ୍ଜିତା ନାୟକଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[]

  • ଝଙ୍କାର କବିତା ପୁରସ୍କାର, ୨୦୨୫ []
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୬
  1. ୧.୦ ୧.୧ ୧.୨ ୧.୩ ୧.୪ "VTLS Chameleon iPortal". opac.nationallibrary.gov.in. Retrieved 2019-03-28.
  2. "Odisha Sahitya Akademi". odishasahityaakademi.org. Retrieved 28 March 2019.
  3. "ବିଷୁବ ମଣ୍ଡପରେ ୭୬ତମ ବିଷୁବ ମିଳନ ସମାବର୍ତ୍ତନ ଉତ୍ସବ". ପ୍ରଜାତନ୍ତ୍ର ପ୍ରଚାର ସମିତି. Archived from the original on 17 April 2025. Retrieved 17 April 2025.