ଗୋଳନ୍ଥରା
ଦେଖଣା
ଗୋଳନ୍ଥରା | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | Odisha |
| ଜିଲ୍ଲା | ଗଞ୍ଜାମ ଜିଲ୍ଲା |
| Elevation | 64 m (210 ft) |
| Population (2011) | |
| • Total | ୫,୧୧୮ |
| ଭାଷା | |
| • ସରକାରୀ | Oriya |
| Time zone | UTC+5:30 (IST) |
| PIN | 761008 |
| ଯାନବାହାନ ପଞ୍ଚୀକରଣ | OR/୦୯ |
| Website | ganjam |
ଗୋଳନ୍ଥରା, (ଦକ୍ଷିଣ) ଗଞ୍ଜାମ ଜିଲ୍ଲାର ଅନ୍ୟତମ ବୃହତ୍ ଗ୍ରାମ ।[୧] ଗ୍ରାମର ଅନତିଦୂରରେ (ପ୍ରାୟ ୫ କି.ମି.) ପ୍ରସିଦ୍ଧ ସିଦ୍ଧ ଭୈରବୀ ମନ୍ଦିର ଅବସ୍ଥିତ । ଗଞ୍ଜାମ ଜିଲ୍ଲାର ବୈଷୟୀକ ତଥା ଉଚ୍ଚତର ଶିକ୍ଷା କେନ୍ଦ୍ର ଗୁଡିକର ଏହା ଏକ ପେଣ୍ଠ ସ୍ଥଳୀ ।
ଅବସ୍ଥିତି
[ସମ୍ପାଦନା]ଏହା ବ୍ରହ୍ମପୁର ସହର ଉପକଣ୍ଠରେ ମାତ୍ର ୧୦ କି.ମି. ଦୂରରେ ଅବସ୍ଥିତ ।[୨]
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ୧୦୯୫ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୫୧୧୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୫୫୦ ଏବଂ ମହିଳା ସଂଖ୍ୟା ୨୫୬୮ । ଏହି ଗ୍ରାମର ସାକ୍ଷରତା ହାର ଓଡ଼ିଶାର ସାକ୍ଷରତା ହାରଠାରୁ କମ୍ ।[୩]ଗାଆଁରେ ପୁରୁଷ ସାକ୍ଷରତା ହାର ହେଉଛି ୮୧.୭୫% ଏବଂ ମହିଳା ସାକ୍ଷରତା ହାର ହେଉଛି ୬୦.୫୨% । ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।
ଗମନାଗମନ
[ସମ୍ପାଦନା]ଗାଆଁକୁ ସଂଯୋଗ କରୁଥିବା ରେଳ ଷ୍ଟେସନଟି ବହୁ ପୁରୁଣା । ଏହି ଅଞ୍ଚଳର ଦୁଇ ମୁଖ୍ୟ ଉତ୍ପାଦ ଯଥା; ପାନ ପତ୍ର ଏବଂ କିଆ-ଅତର ରପ୍ତାନୀ କେନ୍ଦ୍ର ଭାବେ ଏହି ଷ୍ଟେସନ ଜଣାଶୁଣା ।
ଆଧାର
[ସମ୍ପାଦନା]- ↑ "Golanthara". Retrieved 10 July 2017.
- ↑ "Golanthara village". Retrieved 10 July 2017.
- ↑ "Golanthara Population - Ganjam, Orissa". Retrieved 10 July 2017.
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |