ଉତ୍କଳ ବିଶ୍ଵବିଦ୍ୟାଳୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଉତ୍କଳ ବିଶ୍ଵବିଦ୍ୟାଳୟ
Utkal University.jpg
ଲକ୍ଷ୍ୟ "ସତ୍ୟଂ ପରମ୍ ଧୀମହି"
ପ୍ରତିଷ୍ଠା ୧୯୪୩
ପ୍ରକାର ସାର୍ବଜନୀନ
କୁଳାଧିପତି ଏସ. ସି. ଜମିର
କୁଳପତି ଡ. ଅଶୋକ କୁମାର ଦାସ [୧]
ଅବସ୍ଥାନ ଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସର ବାଣୀବିହାର, ନଗର
ଅନୁବନ୍ଧନ ଇଉ.ଜି.ସି.,
ୱେବସାଇଟ utkal-university.org

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ତଥା ଭାରତର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ଵ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳାବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ଵାର

ଇତିହାସ[ସମ୍ପାଦନା]

୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ସମୟରେ, ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ନଥିଲା । ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟବାସୀଙ୍କ ଆଶା ଓ ଆକାଙ୍କ୍ଷାକୁ ପୁରଣ କରିବା ନିମନ୍ତେ ୧୯୩୮ମସିହା ମାର୍ଚ୍ଚମାସ ୨ତାରିଖରେ ଓଡ଼ିଶାର ତତ୍କାଳିନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଫଳସ୍ଵରୂପ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଶିକ୍ଷାବିତ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କୁ ବିଲ ପ୍ରସ୍ତୁତ କରିବାର ଦାୟିତ୍ଵ ଦିଆଗଲା । ଏହି କମିଟିର ସୁପାରିସକୁ ତତ୍କାଳିନ ଓଡ଼ିଶାର ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ଚୁଡ଼ାନ୍ତ ରୂପଦେଇ ୩୦ଜୁନ ୧୯୪୩ ମସିହାରେ ବିଧାନ ସଭାରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା । ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଆସନ, ୱାଇ. ଏନ. ସୁକନ୍ଥକର କୁଳାଧିପତି ଓ ଭି.ଭି. ଜନ କୁଳସଚିବ ଆସନ ଅଳଙ୍କୃତ କରିଥିଲେ । ବିଶ୍ୱବିଦ୍ୟାଳୟର ଉତ୍ତମ ପରିଚାଳନା ନିମନ୍ତେ ସିନେଟ (ସର୍ବୋଚ୍ଚ ପରିଚାଳନା କମିଟି), ସିଣ୍ଡିକେଟ ଓ ଏକାଡେମିକ କାଉନ୍ସିଲ ଗଠନ କରାଯାଇଥିଲା । ୧୯୪୮ ମସିହାରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ କଟକଠାରେ ସ୍ଥାପିତ ହେବାପାଇଁ ସିନେଟ ନିଷ୍ପତି ଗ୍ରହଣ କରିଥିଲା । ୧୯୫୭ ମସିହାରେ ବିଶ୍ୱବିଦ୍ୟାଳୟ ନିମନ୍ତେ ସ୍ଥନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖିଆଗରେ ରଖି ସିନେଟ ବିଶ୍ୱବିଦ୍ୟାଳୟକୁ ଭୁବନେଶ୍ୱରରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବାପାଇଁ ନିଷ୍ପତି ଗ୍ରହଣ କରିଥିଲେ । ତଦନୁଯାୟୀ ଭୁବନେଶ୍ୱରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତତ୍କାଳିନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଭୁବନେଶ୍ୱରଠାରେ ଜାତୀୟ ରାଜପଥ ନିକଟରେ ୩୯୯.୪୯୨ ଏକର ପରିମିତ ଜମିରେ ୧୯୫୮ ମସିହା ଜାନୁଆରୀ ପହିଲାରେ ତତ୍କାଳିନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶିଳାନ୍ୟାସ କରିଥିଲେ । ଏହି ସ୍ଥାନର ନାମ ପ୍ରଥମେ ‘ବିଦ୍ୟାନଗର’ ଥିଲା ଓ ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ପରିଚିତ ଲାଭ କରିଥିଲା । ୧୯୬୩ ମସିହରେ ତତ୍କାଳିନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ପରିସର ଉଦଘାଟନ କରିଥିଲେ ।

ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରେଭେନ୍ସା ମହାବିଦ୍ୟାଳୟ ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଞ୍ଜାନ, ଆଇନ ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ।[୨]

ପାଠାଗାର[ସମ୍ପାଦନା]

୧୯୪୬ରେ ବିଶ୍ଵବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ଵର୍ଗତ ପ୍ରାଣକୃଷ୍ଣ ପରିଜାଙ୍କ (ବିଶ୍ଵବିଦ୍ୟାଳୟର ପ୍ରଥମ କୁଳାଧିପତି ଓ ଜଣେ ବିଶ୍ଵସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ପାରିଜା ପାଠାଗାର[୩] ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଅଛି । ଏହା ବ୍ୟତୀତ ୨୪ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ଟି ସାଧାରଣ ପଢାଘର ରହିଅଛି ।

ବିଭାଗ[ସମ୍ପାଦନା]

ଏହି ବିଶ୍ଵବିଦ୍ୟାଳୟରେ ୨୭ଟି ବିଭାଗ ରହିଛି ।[୪]

ଆଧାର[ସମ୍ପାଦନା]

  1. "Odisha Governor appointed Dr Ahok Kumar Das as new vice-chancellor of Utkal University". OrissaDiary. Retrieved 14 May 2014. 
  2. ସମାଜ, ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬
  3. "ପାରିଜା ପାଠାଗାର". Retrieved 27 November 2012. 
  4. Higher Education of SC/ST Girls in Orissa. p. ୧୫୬. 

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ