Jump to content

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ସ୍ଥାପିତ୧୯୬୯
ପ୍ରକାରସରକାରୀ
କୁଳାଧିପତିଗଣେଶୀ ଲାଲ
କୁଳପତିଅପରାଜିତା ଚୌଧୁରୀ
ତଳସ୍ନାତକସ୍ନାତକ ( ବିଜ୍ଞାନ, କଳା ଓ ବାଣିଜ୍ୟ )
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସର28 acres (110,000 m2) Urban
ଡାକନାଆଁଆର୍.ଡି.
ଅନୁବନ୍ଧନୟୁଜିସି, ନାକ୍
ୱେବସାଇଟwww.rdwuniversity.nic.in


ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ପୁର୍ବରୁ ରମାଦେବୀ ମହିଳା ମହାବିଦ୍ୟାଳୟ) ଭୁବନେଶ୍ୱର ସହରରେ ଅବସ୍ଥିତ ପୁର୍ବ ଭାରତର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ।

ଅବସ୍ଥିତି

[ସମ୍ପାଦନା]

ଏହି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ସହରର ରୂପାଲି ଛକ ନିକଟସ୍ଥ ଭୋଇନଗରଠାରେ ଅବସ୍ଥିତ । ସେହି ଅଞ୍ଚଳ ଏବେ ବିଦ୍ୟାବିହାର ନାମରେ ପରିଚିତ ।

ସୁବିଧା ସୂଯୋଗ

[ସମ୍ପାଦନା]

ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର ସ୍ନାତକ ସ୍ତରରେ ୨୩ଟି, ସ୍ନାତକୋତ୍ତର ସ୍ତରରେ ୧୪ଟି ଓ ପିଏଚଡ଼ି ସ୍ତରରେ ୧୦ଟି ବିଭାଗ ରହିଛି । ଅନୁଷ୍ଠାନର ପାଠାଗାରରେ ୫୦୦୦୦ରୁ ଅଧିକ ପୁସ୍ତକ ରହିଛି । ୨୦୨୧ ଡିସେମ୍ବର ୩ ତାରିଖ ବେଳକୁ ଏଠାରେ ସ୍ନାତକ ଶ୍ରେଣୀରେ ୨୯୮୨, ସ୍ନାତକୋତ୍ତର ଶ୍ରେଣୀରେ ୩୬୪ ଜଣ ଛାତ୍ରୀ ଅଧ୍ୟୟନ କରୁଥିଲେ । ଛାତ୍ରୀମାନଙ୍କ ପାଇଁ ଏଠାରେ କ୍ରୀଡ଼ା, ଯୋଗ, ଏନସିସି, ଫଟୋ କ୍ଲବ, ଲାଙ୍ଗୁଏଜ କ୍ଲବ, ସେଣ୍ଟର ଅଫ ଏକ୍ସଲେନ୍ସ ଆଦିର ସୁବିଧା ରହିଛି । ବିଭିନ୍ନ ସମୟରେ ଏଠାରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା, ସାହିତ୍ୟ ଆସର ଆଦିର ଆୟୋଜାନ କରାଯାଇଥାଏ ।

୨୦୧୪ ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ

ଇତିହାସ

[ସମ୍ପାଦନା]

ଏହି ଅନୁଷ୍ଠାନ ୧୯୬୪ ମସିହାରେ ଭୁବନେଶ୍ୱରର ୟୁନିଟ ୩ସ୍ଥିତ ଲେବର ଅଫିସର ଏକ ଛୋଟ କୋଠରୀରେ ଆରମ୍ଭ ହୋଇଥିଲା ।[] [] ପ୍ରତିଷ୍ଠା ସମୟରେ ଏହାର ନାମ ଥିଲା ସରକାରୀ ମହିଳା ମହାବିଦ୍ୟାଳୟ ଓ ୪୨ ଜଣ ଛାତ୍ରୀଙ୍କୁ ନେଇ ଏହା ଆରମ୍ଭ କରାଯାଇଥିଲା । ୧୯୬୯ ମସିହା ଜାନୁଆରୀ ୧ ତାରିଖରେ ଏହା ନିଜସ୍ୱ କାମ୍ପସ, ରୂପାଲି ଛକ ନିକଟସ୍ଥ ଭୋଇନଗରକୁ ସ୍ଥାନାନ୍ତରିତ ହୋଇଥିଲା । ସେହିବର୍ଷ ଫେବୃଆରୀ ୮ ତାରିଖରେ ଏହି ମହାବିଦ୍ୟାଳୟକୁ ରମାଦେବୀ ଚୌଧୁରୀଙ୍କ ନାମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନାମରେ ନାମିତ କରାଯାଇଥିଲା । ସେ ସମୟରେ ଏହି ବିଶ୍ୱବିଦ୍ୟାଳୟରେ ୨୭୭୨ଜଣ ଛାତ୍ରୀ, ୧୨୯ ଜଣ ଅଧ୍ୟାପକ ଓ ୯୮ଜଣ ଅଣଶିକ୍ଷକ କର୍ମଚାରୀ ଥିଲେ । ଏଠାର ପାଠାଗାରରେ ୩୦୦୦୦ ବହି ରହିଥିଲା । ୧୯୯୧ ମସିହାରେ ଏହି ଅନୁଷ୍ଠାନ ନିଜର ରଜତ ଜୟନ୍ତୀ ପାଳନ କରିଥିଲା । ୨୦୧୪ ମସିହା ନଭେମ୍ବର ୧୪ ତାରିଖରେ ଏହି ଅନୁଷ୍ଠାନ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା । ଏହି ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବରେ ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେଇଥିଲେ । ୨୦୧୫ ମସିହା ଡିସେମ୍ବର ୩ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦଘାଟନ ହୋଇଥିଲା, ତେଣୁ ଡିସେମ୍ବର ୩ ତାରିଖକୁ ଏହାର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଏ ।[]

ଆନୁଷ୍ଠାନିକ ସ୍ୱୀକୃତି

[ସମ୍ପାଦନା]

୨୦୦୪ ମସିହା ଫେବୃଆରୀ ୧୬ ତାରିଖ ଓ ୨୦୧୫ ମସିହା ଫେବୃଆରୀ ମାସରେ ଏହି ବିଶ୍ୱବିଦ୍ୟାଳୟକୁ ନାକ୍ - ଗ୍ରେଡ଼ 'ଏ' ମାନ୍ୟତା ମିଳିଥିଲା । ୨୦୧୦ ମସିହାରେ ଏହାକୁ ସିପିଇ ସମ୍ମାନ ମିଳିଥିଲା । ୨୦୧୫ ମସିହା ମଇ ମାସ ୩୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏହାକୁ ରୁସା ଅନୁମୋଦନ ମିଳିଥିଲା ଓ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ।[]

  1. "Rama Devi Women's Autonomous College Bhubaneswar". Retrieved 16 January 2016.
  2. ".D. Women's College, Bhubaneswar". Retrieved 16 January 2016.
  3. "Rama Devi Women's College all set to become Odisha's first women's university". January 1, 2015. Retrieved 16 January 2016.
  4. "ସମୃଦ୍ଧିସମ୍ପନ୍ନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. p. ୧୧. Archived from the original on 3 December 2021. Retrieved 3 December 2021.