ଓଡ଼ିଆ ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଓଡ଼ିଆ ବିଶ୍ୱବିଦ୍ୟାଳୟ
୨୦୨୪ ମସିହାରେ ଲୋକାର୍ପଣ ସମୟରେ ବିଶ୍ୱବିଦ୍ୟାଳୟ ପରିସରର ଦୃଶ୍ୟ
ସ୍ଥାପିତ୨୦୨୩
ପ୍ରକାରସାର୍ବଜନୀନ ବିଶ୍ୱବିଦ୍ୟାଳୟ
କୁଳାଧିପତିରଘୁବର ଦାସ
କୁଳପତିସବିତା ପ୍ରଧାନ
ଅବସ୍ଥାନପୁରୀ ଓଡ଼ିଶା, ଭାରତ
ପରିସରସତ୍ୟବାଦୀ ବନ ବିଦ୍ୟାଳୟ
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)


ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଥିବା ଏକ ସରକାରୀ ବିଶ୍ୱବିଦ୍ୟାଳୟ ଅଟେ ।[୧] ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟକୁ ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟ ରୂପରେ ରୂପାନ୍ତରିତ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।[୨] ୨୦୨୪ ମସିହାର ଜାନୁଆରୀ ୨୪ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଥିଲେ ।[୩] ସବିତା ପ୍ରଧାନ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ ।[୪]

ଇତିହାସ[ସମ୍ପାଦନା]

୧୨ ଅଗଷ୍ଟ ୧୯୦୯ ମସିହାରେ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ ଭାରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ଉଦ୍ୟମରେ ଏହି ବିଦ୍ୟାଳୟଟିର ପ୍ରତିଷ୍ଠା କରାଯାଇଥିଲା । ୨୦୧୮ ମସିହାର ଅକ୍ଟୋବର ୯ ତାରିଖରେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. "List of Universities in Odisha | Higher Education Department". dhe.odisha.gov.in. Retrieved 2024-01-25.
  2. Dharitri; Patree, Annapurna (2019-10-10). "ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ବର୍ଷେ ପୂରିଲା: ଇଟା ଖଣ୍ଡିଏ ଯୋଡ଼ା ହେଲାନି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-01-25.
  3. Bharat, E. T. V. (2024-01-24). "ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ". ETV Bharat News (in ଇଂରାଜୀ). Retrieved 2024-01-25.
  4. "Prof. Sabita Pradhan Appointed First VC Of Satyabadi Odia University". Pragativadi (in ଆମେରିକୀୟ ଇଂରାଜୀ). 18 August 2023. Archived from the original on 25 January 2024. Retrieved 25 January 2024.
  5. "Odia University to be inaugurated in July first week". The Times of India. 2023-06-18. ISSN 0971-8257. Retrieved 2024-01-25.

ବାହାର ଆଧାର[ସମ୍ପାଦନା]