ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଓଡ଼ିଶା)

ଉଇକିପିଡ଼ିଆ‌ରୁ
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ
NLUO logo.jpg
ଲକ୍ଷ୍ୟ"ସତ୍ୟେ ସ୍ଥିତୋ ଧର୍ମଃ"
ପ୍ରତିଷ୍ଠା୨୦୦୯
ପ୍ରକାରରାଜ୍ୟ ବିଶ୍ୱବିଦ୍ୟାଳୟ
କୁଳାଧିପତିଭି. ଗୋପାଳ ଗୌଡା
କୁଳପତିପ୍ରଫେସର ଡା. ଚନ୍ଦ୍ରା କ୍ରିଷ୍ଣମୂର୍ତୀ
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସରନଗର
ଅନୁବନ୍ଧନଇଉ.ଜି.ସି.
ୱେବସାଇଟwww.nluo.ac.in


ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକର ନରାଜଠାରେ ଅବସ୍ଥାପିତ, ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଆଇନ ପାଠ୍ୟକ୍ରମର ପ୍ରସାର ଦିଗରେ ଗଠିତ, ଏହି ବିଶ୍ୱବିଦ୍ୟାଳୟଟି ୨୦୦୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୩୧ ଅକ୍ଟୋବର ୨୦୦୯ ମସିହାରେ, ଏହି ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା ।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି, ଏହି ବିଶ୍ୱବିଦ୍ୟାଳୟର କୁଳାଧିପତି ଅଟନ୍ତି । ଫୈଜାନ ମୁସ୍ଥଫା[୧], ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ । ଆଇନ ସମ୍ବନ୍ଧିୟ ବିଭିନ୍ନ ପାଠ୍ୟକ୍ରମରେ ଏଠାରେ ଶିକ୍ଷାଦାନ ଓ ଡିଗ୍ରୀ ପ୍ରଦାନ କରାଯାଇଥାଏ ‌‌। ଏହି ସବୁ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସର୍ବଭାରତୀୟ ସ୍ଥରର ପରୀକ୍ଷା[୨] ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଚୟନ କରାଯାଇଥାଏ ‌।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

Official website