ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ସ୍ଥାପିତ୧୯୬୨
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିଡ଼ାଃ ମନୋରଞ୍ଜନ କର
ଛାତ୍ର ଛାତ୍ରୀ ସଂଖ୍ୟା୧୩୪୨ ବାର୍ଷିକ ଗ୍ରହଣ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ India
ପରିସରଶିରିପୁର, ଭୁବନେଶ୍ୱର ନଗର
ଅନୁବନ୍ଧନଇଉ.ଜି.ସି., ଭାରତୀୟ କୃଷି ଗବେଷଣା ପରିଷଦ (ଆଇ. ସି. ଏ. ଆର.)
ୱେବସାଇଟouat.ac.in [୧]


ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆମ ଦେଶ ଭାରତର ଦ୍ୱିତୀୟ ପୁରାତନ ତଥା ଆମ ରାଜ୍ୟ ଓଡ଼ିଶାର ଏକ ମାତ୍ର କୃଷି ବିଶ୍ୱବିଦ୍ୟାଳୟ ଅଟେ। ୧୯୬୨ ମସିହାରେ ଏହା ଭୁବନେଶ୍ୱରରେ ସ୍ଥାପିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ମୁଖ୍ୟତଃ କୃଷି ସମ୍ବନ୍ଧୀୟ ବିଷୟ ଗୁଡିକରେ ଶିକ୍ଷାଦାନ, ଗବେଷଣା, ପ୍ରଚାର ଓ ପ୍ରସାର କରାଯାଇଥାଏ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୮ଟି ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷ୍ୟ କେନ୍ଦ୍ରଗୁଡ଼ିକ ଶିକ୍ଷାଦାନ କରୁଛନ୍ତି। ଏହି ମହାବିଦ୍ୟାଳୟଗୁଡ଼ିକ ପ୍ରାୟତଃ ଭୁବନେଶ୍ୱରର ଶିରିପୁରଠାରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ।

କେମ୍ପସ ସମୂହ[ସମ୍ପାଦନା]

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଓଡ଼ିଶାର ବିଭନ୍ନ ଅଞ୍ଚଳରେ ୪ଟି କେମ୍ପସ ରହିଛି । ଭୁବନେଶ୍ୱରଠାରେ, ସମ୍ବଲପୁର ନିକାୟସ୍ଥ ଚିପିଳିମାଠାରେ , ବରହମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଓ ଅନ୍ୟ ଏକ କଳାହାଣ୍ଡି ଜିଲ୍ଲାର ଭାବନିପାଟଣାଠାରେ ରହିଛି । ଏହା ମଧ୍ୟରୁ ଭାବନିପାଟଣା କେମ୍ପାସ ସର୍ବନୂତନ ଓ ଏହା ୨୦୦୯ ମସିହାରେ ସ୍ଥାପିତ ହୋଇଥିଲା ।ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶିକ୍ଷଣ କେନ୍ଦ୍ର ଓ ପ୍ରଶାସନିକ କାର୍ଜୟାଳୟ ଭୁବନେଶ୍ୱର ସହରର କେନ୍ଦ୍ରାଞ୍ଚଳରେ ରହିଛି । ଏହାର ଅବସ୍ଥିତି (Latitude : 20° 15'N, Longitude : 85° 52' E)ଠାରେ ।

୩୬୦° ଫୋଟୋରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

ପାଠ୍ୟକ୍ରମ[ସମ୍ପାଦନା]

ବିଶ୍ୱବିଦ୍ୟାଳୟ ତରଫରୁ ଉନ୍ନତ ମାନର କୃଷିକୃଷି ସମ୍ବନ୍ଧିତ ବୈଷୟିକ ଶିକ୍ଷା ପ୍ରଦାନ ସହ କୃଷିର ଉନ୍ନତି ପାଇଁ ବ୍ୟାପକ ଭାବରେ ନୂତନ ଗବେଷଣା ପାଇଁ ବ୍ୟବସ୍ଥା ରହିଛି ।ତେବେ କେବଳ କୃଷି ବିଷୟ ନ ରହି ଅନ୍ୟ ବିଜ୍ଞାନ ସମ୍ବନ୍ଧିତ ବିଷୟରେ ଉପାଧୂତ୍ତର ଡିଗ୍ରୀ ପାଇଁ ମଧ୍ୟ ଏଠାରେ ଶିକ୍ଷ୍ଯାଦାନର ବ୍ୟବସ୍ଥା ରହିଛି । ବର୍ତ୍ତମାନ ଏଠାରେ ବି .ଏସସି ( ଆଗ୍ରି) , ଏମ . ଏସସି (ଆଗ୍ରି ) ବି.ଏସସି . ( ଫରେଷ୍ଟି ) , ବି . ବି . .ଏସସି ଆଣ୍ଡ ଏ.ଏହ, ବି .ଟେଚ.ଏମ .ଟେଚ .ଇତ୍ୟାଦି ଡିଗ୍ରୀ ସହ କୃଷି ପରିଚାଳନା ( agriculture management ) , MCA, ଅଣୁ ଜୀବବିଜ୍ଞାନ , ଜୈବିକ ତଥ୍ୟ ବିଜ୍ଞାନ , ଗଣିତ , ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ , ଜୀବ ବିଜ୍ଞାନ , ଉଦ୍ଭିଦ ବିଜ୍ଞାନ ବିଷୟରେ ଉପାଧ୍ଯୁତ୍ତର ପାଠ୍ୟକ୍ରମର ବ୍ୟବସ୍ଥା ରହିଛି । କେତେକ ବିଷୟରେ Ph. D ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

କଲେଜ ସମୂହ[ସମ୍ପାଦନା]

ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ ହେଲା ,

କଲେଜ ଅଫ ଏଗ୍ରୀକଲଚର , ଭୁବନେଶ୍ୱର କଲେଜ ଅଫ ଏଗ୍ରୀକଲଚର , ଚିପିଳିମା , ସମ୍ବଲପୁର କଲେଜ ଅଫ ଏଗ୍ରୀକଲଚର ,ଭବାନିପାଟଣା କଲେଜ ଅଫ ଫରେଷ୍ଟି , ଭୁବନେଶ୍ୱର କଲେଜ ଅଫ ହର୍ଟିକଲଚର ଚିପିଳିମା , ସମ୍ବଲପୁର କଲେଜ ଅଫ ଭେଟେରେନାରୀ ସାଇନ୍ସ ଆଣ୍ଡ ଆନିମାଲ ହଜବେଣ୍ଡରୀ , ଭୁବନେଶ୍ୱର କଲେଜ ଅଫ ଅଗ୍ରୀକଲ୍ଚରାଲ ଇଂଜିନିଯରିଂ ଆଣ୍ଡ ଟେକ୍ନୋଲୋଗୀ (CAET), ଭୁବନେଶ୍ୱର କଲେଜ ଅଫ ଫିଶରୀ , ରଙ୍ଗେଈ ଲୁଣ୍ଡା , ବ୍ରହ୍ମପୁର କଲେଜ ଅଫ ବାସିକ ସାଇନ୍ସ ଆଣ୍ଡ ହୁମାନିଟି, ଭୁବନେଶ୍ୱର କଲେଜ ଅଫ ହୋମ ସାଇନ୍ସ , ଭୁବନେଶ୍ୱର ସେଣ୍ଟର ଫର ପୋଷ୍ଟ ଗ୍ରେଜୁଏଟ ଷ୍ଟାଡି , ଭୁବନେଶ୍ୱର

ଏହା ସହିତ କଲେଜ ଅଫ ଇଂଜିନିଯରିଂ ଆଣ୍ଡ ଟେକ୍ନୋଲଗି (CET) ମଧ୍ୟ ରହିଥିଲା , ତେବେ ତାହା ସ୍ୱତନ୍ତ୍ର ଭାବରେ B.P.U.T. ଅଧୀନକୁ ଗଲା । ।

ଅବଦାନ[ସମ୍ପାଦନା]

ରାଜ୍ୟର କୃଷି କ୍ଷେତ୍ରରେ ଉନ୍ନତି ଓ ଗବେଷଣା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହେବା ପାଇଁ ଏହି ବିଶ୍ୱବିଦ୍ୟାଳୟରୁ ଅଦ୍ୟାବଧି ୧୨,୯୩୪ ଜଣ ଗ୍ରାଜୁଏଟ , ୩,୮୮୩ ପୋଷ୍ଟ ଗ୍ରାଜୁଏଟ , ୨୧୩ ଜଣ Ph .D.ଙ୍କୁ ସୃଷ୍ଟି କରିଛି ଯେଉଁମାନେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ କୃଷି ଓ ସମ୍ପର୍କିତ ବିଭାଗମାନଙ୍କରେ କାର୍ଯ୍ୟ କରିଛନ୍ତି ।


ଗବେଷଣା ଓ ଅଭିବୃଦ୍ଧି[ସମ୍ପାଦନା]

ବିଦ୍ୟାଦାନ ବ୍ଯତୀତ ଏହି ବିଶ୍ୱବିଦ୍ୟାଳୟଦ୍ୱାରା କୃଷି ଗବେଷଣା ପାଇଁ ୮ଟି ଆଞ୍ଚଳିକ ଗବେଷଣା କେନ୍ଦ୍ର , ୪ଟି ଉପକେନ୍ଦ୍ର , ୭ଟି କୃଷି ଜାତ ବିପଣୀ ଗବେଷଣା କେନ୍ଦ୍ର, ୧୩ଟି ଯୋଗଯୋଗୀକୃତ ଗବେଷଣା କେନ୍ଦ୍ର[୧] ରାଜ୍ୟର ସମଗ୍ର ଅଞ୍ଚଳରେ ବ୍ୟାପ୍ତ ହେଇ ସ୍ଥାପନ କରାଯାଇଛି ।ଏହା ସହ ସର୍ବଭାରତୀୟ ସ୍ତରର ସମନ୍ନିତ ଗବେଷଣା ପ୍ରକଳ୍ପଗୁଡ଼ିକ ମଧ୍ୟ ଏହାଦ୍ୱାରା ପରିଚାଳନା କରାଯାଇଥାଏ । ବିଭିନ୍ନ ବହିଃ ବିଭାଗଦ୍ୱାରା ଆର୍ଥିକ ସହାୟତାରେ ମଧ୍ୟ ଅନେକ କୃଷି ଉନ୍ନୟନ ପ୍ରକଳ୍ପ କାମ ଏଠାରେ ହେଇଥାଏ । ମରୁଡି ଗ୍ରସ୍ତ କଳାହାଣ୍ଡି , ବଲାଙ୍ଗିରକୋରାପୁଟ ( ଅବିଭକ୍ତ KBK) ଅଞ୍ଚଳ ପାଇଁ ଏହି ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱଳ୍ପ ଜଳରେ ହଉଥିବା ଫସଲ ପାଇଁ ସ୍ୱତନ୍ତ୍ର ଗବେଷଣା ଭିତ୍ତିକ କାର୍ଯ୍ୟ ମଧ୍ୟ ଏଠାରେ ସମ୍ପାଦନ ହେଇ ଆସୁଛି । କୃଶକ ମାନଙ୍କ ସମସ୍ୟାର ନିରୀକ୍ଷୟନ ଓ ପ୍ରତିକାର ଦିଗରେ ସହାୟତା ପାଇଁ ଏଠାରେ ଅନେକ କେନ୍ଦ୍ର କାର୍ଯ୍ୟକାରୀ ହେଇଆସୁଛି ।

ଉନ୍ନତ ମାନର ବିହନ ଉଦ୍ଭାବନ[ସମ୍ପାଦନା]

ଏହି ବିଶ୍ୱବିଦ୍ୟାଳୟରେ ଗବେଷଣା ଫଳରେ ୧୪୭ଟି ନୂତନ କିସମର ଫସଲ ବିହନ ଉଦ୍ଭାବନ କରାଯାଇଛି । ଏହା ମଧ୍ୟରୁ ୬୨ ପ୍ରକାର ଧାନ , ୨୩ ପ୍ରକାର ତୈଳ ବୀଜ , ୧୦ ପ୍ରକାର ଡାଲି ଜାତୀୟ ବୀଜ , ୧୫ ପ୍ରକାର ପନିପରିବା ବୀଜ ଓ ୨୯ ପ୍ରକାର ଅନ୍ୟ ବୀଜ ଅନ୍ତର୍ଭୁକ୍ତ । ନିଚ୍ଛ ଭୂମିରେ ଭଲ ଫସଲ ଅମଳ ଯୋଗ୍ୟ ଓଆର-୧୪୨-୯୯ କିସମର ଧାନ ବିହନ ଏଠାରୁ ଉଦ୍ଭାବନ କରାଯାଇ କମ୍ବୋଡିଆ ଦେଶ ପାଇଁ ମଧ୍ୟ ଦିଆ ଯାଇଥିଲା । ଏହା କ୍ରମଶଃ ବାଂଲାଦେଶ , ଚୀନ ଆଦି ଦେଶରେ ବ୍ୟବହାର ହେଇଥିଲା । ଆଗରୁ ରାଜ୍ୟରେ ବ୍ଯବହ୍ରୁତ ହାଉଥିବା " ସ୍ୱର୍ଣ୍ଣ " କିସମ ଧାନ ଅପେକ୍ଷ୍ୟା ଅଧିକ ଅମଳକ୍ଷମ " ପ୍ରତିକ୍ଷ୍ୟା " କିସମର ଧାନ ବିହନ ମଧ୍ୟ ଏଠାରେ ଉଦ୍ଭାବନ ହେବା ସହ " ଲଲାଟ " ନାମକ କିସମ ଧାନ ବିହନ ଗ୍ରୀଷ୍ମ କାଳ ଚାଷ ପାଇଁ ଉପଯୁକ୍ତ ବୋଲି ଏଠାରେ ନିର୍ଣାୟ ହେଇଥିଲା । [୨][୩]

ଆଧାର[ସମ୍ପାଦନା]

  1. 8 Regional Research and Technology Transfer Stations (RRTTS), 4 Regional Research and Technology Transfer Substations (RRTTSS), 7 Commodity Research Centers and 13 Adaptive Research Stations.http://www.ouat.nic.in/research
  2. The university has so far released 147 high yielding varieties of crops, out of which 62 are of rice, 23 are of oilseeds, 10 of pulses and 08 of spices, 15 are of vegetables and 29 are of other crops. The low land rice culture OR-142-99 has been released in Cambodia in the name Santepheap-3. Variety “Rambha” has been identified by IRRI as a suitable variety for shallow low lands of Myanmar, “Sarathi” for Bangladesh, China, Malasia, Egypt and Vietnam. The OUAT released rice variety “Pratikshya” is a good substitute for the ruling variety “Swarna”. Rice variety Lalat is widely adopted in the state both during kharif and summer
  3. "ଆର୍କାଇଭ୍ କପି". Archived from the original on 2017-06-06. Retrieved 2017-01-25. {{cite web}}: Cite has empty unknown parameter: |1= (help)

ବାହର ତଥ୍ୟ[ସମ୍ପାଦନା]