ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ
UUC logo.png
ଲକ୍ଷ୍ୟ "ସା ପ୍ରଥମା ସଂସ୍କୃତି ବିଶ୍ଵବାରା"
ପ୍ରତିଷ୍ଠା ୦୪/୦୧/୨୦୦୦
ପ୍ରକାର ସାର୍ବଜନୀନ
କୁଳାଧିପତି ଏସ. ସି. ଜମିର
କୁଳପତି କମଳାକାନ୍ତ ମିଶ୍ର[୧]
ଅବସ୍ଥାନ ଭୁବନେଶ୍ୱର, ଓଡ଼ିଶା, ଭାରତ ଭାରତ
ପରିସର ସର୍ଦାର ପଟେଲ ହଲ, ୟୁନିଟ-୨,ଭୁବନେଶ୍ୱର
ଅନୁବନ୍ଧନ ଇଉ.ଜି.ସି.,
ୱେବସାଇଟ www.uuc.ac.in/home.aspx


ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜୁନ ମାସ ୯ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ଥାପନା କରାଯାଇଥିଲା ।[୨][୩][୪] କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ଵବିଦ୍ୟାଳୟ ।[୫] ଏହି ବିଶ୍ଵବିଦ୍ୟାଳୟଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଅଛି । ଓଡ଼ିଶା ସରକାରଙ୍କଦ୍ଵାରା ଭୁବନେଶ୍ୱରର ମଦନପୁରଠାରେ ପ୍ରଦତ୍ତ ୪୫ ଏକର ଜମି ଉପରେ ଏହି ବିଶ୍ଵବିଦ୍ୟାଳୟର ନୂତନ ସୌଧ ନିର୍ମାଣ ଚାଲିଛି । [୬]ଏହି ବିଶ୍ଵବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । [୭] ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ଵବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।[୮]

ଆଧାର[ସମ୍ପାଦନା]

  1. "ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି". ଧରିତ୍ରୀ ୦୪/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ. http://www.dharitri.com/e-Paper/Bhubaneswar/040118/p11.htm. Retrieved 4 January 2018. 
  2. Ameeta Gupta; Ashish Kumar (୨୦୦୬). Handbook of Universities. Atlantic Publishers & Dist. pp. ୮୫୨–. ISBN ୯୭୮-୮୧-୨୬୯-୦୬୦୮-୬. Retrieved ୨୬ September ୨୦୧୨. 
  3. S. C. Bhatt, Gopal K. Bhargava (୨୦୦୬). Land and People of Indian States and Union Territories: In ୩୬ Volumes. Orissa. Gyan Publishing House. pp. ୨୧୫–. ISBN ୯୭୮-୮୧-୭୮୩୫-୩୭୭-୭. Retrieved ୨୬ September ୨୦୧୨. 
  4. Association of Indian Universities (୨୦୦୬). Universities handbook. Association of Indian Universities. p. ୧୨୬୫. Retrieved ୨୬ September ୨୦୧୨. 
  5. Harish Chandra Das; State Level Vyasakabi Fakir Mohan Smruti Samsad (୨୦୦୩). The cultural heritage of Khurda. State Level Vyasakabi Fakir Mohan Smruti Samsad. p. ୪୪୦. Retrieved ୨୬ September ୨୦୧୨. 
  6. ସମ୍ବାଦ ୦୪/୦୧/୨୦୧୪ ପୃଷ୍ଠା ୮
  7. http://www.orissalinks.com/archives/4927
  8. http://www.news4education.com/article.php?id=1499

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ