ସିକନ୍ଦର ଆଲାମ

ଉଇକିପିଡ଼ିଆ‌ରୁ
(SikandarAlamରୁ ଲେଉଟି ଆସିଛି)
ସିକନ୍ଦର ଆଲାମ
ଜନ୍ମ
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୟାଳିଶି ମୌଜା, କଟକ, ଓଡ଼ିଶା
ମୃତ୍ୟୁ୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
ଜାତୀୟତା ଭାରତୀୟ
ଅନ୍ୟ ନାମଆଧୁନିକ ଓଡ଼ିଶାର ସାଲବେଗ
ଶିକ୍ଷାସଂଗୀତ ବିଶାରଦ
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀନାଇମା ଆଲାମ
ସନ୍ତାନସୋଫିଆ ଆଲମ (ଝିଅ)

ସିକନ୍ଦର ଆଲାମ, (୨୭ ଜୁଲାଇ ୧୯୩୯ - ୮ ଅଗଷ୍ଟ ୨୦୧୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟକ ।[୧][୨] ଏହା ସମେତ ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସିକନ୍ଦର ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ପରବର୍ତ୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା'ପରେ ନିଜ ପିତା ଓ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]

ପରିବାର[ସମ୍ପାଦନା]

ସିକନ୍ଦର ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ କଣ୍ଠଶିଳ୍ପୀ ।[୬]

କର୍ମଜୀବନ[ସମ୍ପାଦନା]

ସିକନ୍ଦର ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ ।[୯] ଏହି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ସୁରେ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।

ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ । [୧୧]

୮ ଅଗଷ୍ଟ ୨୦୧୦ ମସିହାରେ ୭୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ବରରେ ତିରୋଧାନ ଘଟିଥିଲା ।[୧୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ନିତାଇ ପାଲିତ ପୁରସ୍କାର, (ଚଳଚ୍ଚିତ୍ର ଜଗତ ୩୪ ତମ ବାର୍ଷିକ ଉତ୍ସବ, ୨୦୧୦ )[୧୩]
  • ୧୯୬୯ - ଚିତ୍ରପୁରୀ ସମ୍ମାନ
  • ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
  • ୧୯୮୧- ଧରିତ୍ରୀ ସମ୍ମାନ
  • ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
  • ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
  • ୧୯୯୦ - ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ
  • ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
  • ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
  • ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
  • ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
  • ୨୦୦୦ - ସରସ୍ୱତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
  • ୨୦୦୦- ଚଳଚ୍ଚିତ୍ର ସହସ୍ରବାଦୀ ସମ୍ମାନ
  • ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
  • ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
  • ୨୦୦୨- ନେହେରୁ ଯୁବ କେନ୍ଦ୍ର
  • ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
  • ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
  • ୨୦୦୪- ବାଣୀଚିତ୍ର ସମ୍ମାନ
  • ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
  • ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
  • ୨୦୦୩ - ଲାୟନସ କ୍ଳବ ସମ୍ମାନ
  • ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୪]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001. Retrieved 26 March 2013.
  2. Indian Films. 1978. Retrieved 26 March 2013.
  3. Indian Literature. Sahitya Akademi. 2002. Retrieved 26 March 2013.
  4. http://orissacinema.com/interviews/sikandar_alam.html
  5. "ଆର୍କାଇଭ୍ କପି". Archived from the original on 2013-03-13. Retrieved 2012-08-01. {{cite web}}: Cite has empty unknown parameter: |1= (help)
  6. http://www.thehindu.com/arts/music/article540158.ece
  7. "ଆର୍କାଇଭ୍ କପି". Archived from the original on 2011-08-01. Retrieved 2012-08-01. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି". Archived from the original on 2012-08-09. Retrieved 2012-08-01. {{cite web}}: Cite has empty unknown parameter: |1= (help)
  9. http://cinemasagar.com/blog/75-milestomes-in-odia-film/
  10. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html[permanent dead link]
  11. "ଆର୍କାଇଭ୍ କପି". Archived from the original on 2011-08-01. Retrieved 2012-08-01. {{cite web}}: Cite has empty unknown parameter: |1= (help)
  12. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html[permanent dead link]
  13. "ସିକନ୍ଦର ଆଲାମ ପାଇବେ ନିତାଇ ପାଲିତ ପୁରସ୍କାର". dharitri.com. ୧୦ ମାର୍ଚ୍ଚ ୨୦୧୦. Retrieved 12 March 2021. {{cite web}}: Check date values in: |date= (help)
  14. "ଆର୍କାଇଭ୍ କପି". Archived from the original on 2012-05-14. Retrieved 2012-08-01. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]