Jump to content

ଭୁବନେଶ୍ୱରୀ ମିଶ୍ର

ଉଇକିପିଡ଼ିଆ‌ରୁ
(ଭୁବନେଶ୍ଵରୀ ମିଶ୍ରରୁ ଲେଉଟି ଆସିଛି)
ଭୁବନେଶ୍ୱରୀ ମିଶ୍ର
ଜନ୍ମ(1950-01-25)୨୫ ଜାନୁଆରୀ ୧୯୫୦
ପୁରୀ
ମୃତ୍ୟୁ୧୯ ଫେବୃଆରୀ ୨୦୧୬(2016-02-19) (ବୟସ ୬୬)
ନୂଆଦିଲ୍ଲୀ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୬-୨୦୧୬

ଭୁବନେଶ୍ୱରୀ ମିଶ୍ର (୨୫ ଜାନୁଆରୀ ୧୯୫୦ - ୧୯ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ଉଭୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାନକରୁଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର କୃଷ୍ଣ ସୁଦାମାରୁ ବିଧିବଦ୍ଧ ଭାବେ ସିନେମାରେ କଣ୍ଠଦାନ ଆରମ୍ଭ କରିଥିଲେ । ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର ଗୀତ "ଟିକି ମୋର ନାଆଟି" ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ।[୧] ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା "ଇଟିକିଲି ମିଟିକିଲି", "ଜହ୍ନର ସିନ୍ଦୂର ଗାର", "ତୁମେ ମୋର ପ୍ରଭୁ", "ପୀରତି କିଏ କରିଛି", "ଜଗତର ନାଥ ଜଗନ୍ନାଥ", "ଦୟାମୟୀ ମହାମାୟୀ ମା' ମଙ୍ଗଳା" ଆଦି । ସେ ଆକାଶବାଣୀ କଟକର ଜଣେ "ଏ ଗ୍ରେଡ଼" କଣ୍ଠଶିଳ୍ପୀ ଥିଲେ । ସତୁରି ଦଶକରେ ଆକାଶବାଣୀରେ ସେ ଏକକ ଭାବରେ ତଥା ଚିତ୍ତ ଜେନା ଓ ପ୍ରଣବ ପଟ୍ଟନାୟକଙ୍କ ସହ ଦୈତ ସଙ୍ଗୀତ ଗାଇଛନ୍ତି । ଯଥାକ୍ରମେ ଶ୍ରୀକୃଷ୍ଣ ରାସଲୀଳା ଓ ଜୟ ମା ମଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ଗାନ ନିମନ୍ତେ ମିଶ୍ର ୧୯୭୯ ଓ ୧୯୮୦ ମସିହାରେ ଦୁଇବର୍ଷ ଧରି ଲଗାତର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । [୨][୩]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଭୁବନେଶ୍ୱରୀ, ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ୫ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ବହୁ ବର୍ଷ ସଙ୍ଗୀତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪] ସମ୍ବିତ ଓ ସଞ୍ଜିତ ନାମରେ ଭୁବନେଶ୍ୱରୀଙ୍କର ଯମଜ ପୁତ୍ର ଅଛନ୍ତି । ଶେଷ ସମୟ ବେଳକୁ, ଝିଅ କସ୍ତୁରିକା ମିଶ୍ରଙ୍କ ସହ ଭୁବନେଶ୍ୱରୀ ଗାଜିଆବାଦରେ ଅବସ୍ଥାନ କରୁଥିଲେ । ୧୯ ଫେବୃଆରୀ ୨୦୧୬ରେ ନୂଆଦିଲ୍ଲୀଠାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିଲା ।[୫]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ↑ "Noted singer Bhubaneswari Mishra passes away". Deccan Chronicle. 20 February 2016. Retrieved 28 February 2016.
  2. ↑ Singha, Minati (19 February 2016). "Noted singer Bhubaneswari Mishra passes away". The Times of India. Retrieved 20 February 2016.
  3. ↑ "Singer Bhubaneswari Mishra passes away". Business Standard. 19 February 2016. Retrieved 28 February 2016.
  4. ↑ "କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ". ଧରିତ୍ରୀ ୨୦/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩.
  5. ↑ "ଭୁବନେଶ୍ୱରୀ ଏବେ ଅଭୁଲା ସ୍ମୃତି". ସମୟ, ୨୦ ଫେବୃଆରୀ ୨୦୧୬. Archived from the original on 22 February 2016. Retrieved 23 December 2016.
  6. ↑ "Noted singer Bhubaneswari Mishra passes away". The Hindu. 20/02/2016. Retrieved 20 February 2016. {{cite news}}: Check date values in: |date= (help)

ଅଧିକ ତଥ୍ୟ

[ସମ୍ପାଦନା]