Jump to content

ଆଳୁ ପୋଟଳ ଭଜା

ଉଇକିପିଡ଼ିଆ‌ରୁ
ଆଳୁ ପୋଟଳ ଭଜା
ଆଳୁ ପୋଟଳ ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ, ପୋଟଳ, ସୋରିଷତେଲ, ହଳଦୀ, ଲୁଣ, ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କାଗୁଣ୍ଡ।, ପିଆଜ

ଆଳୁ ପୋଟଳ ଭଜା ଏକ ପ୍ରକାର ଓଡ଼ିଶାରେ ଖିଆଯାଉଥିବା ଏକ ପ୍ରକାର ଭଜା ତରକାରି । ଏହା ଆଳୁ ଓ ପୋଟଳକୁ ଭାଜି ତିଆରି କରାଯାଇଥାଏ ।

ଦରକାରୀ ସାମଗ୍ରୀ

[ସମ୍ପାଦନା]

ଆଳୁ, ପୋଟଳ, ସୋରିଷତେଲ, ହଳଦୀ, ଲୁଣ, ପଞ୍ଚୁ ଫୁଟଣ ଶୁଖିଲା ଲଙ୍କାଗୁଣ୍ଡ, ପିଆଜ

ପ୍ରସ୍ତୁତି ପ୍ରଣାଳୀ

[ସମ୍ପାଦନା]

ପ୍ରଥମେ ପୋଚଳ, ଆଳୁକୁ ଭଲ ଭାବରେ ଧୋଇନେଇ ଲମ୍ବା ଲମ୍ବା, ସରୁ ସରୁ କରି କାଟି ନିଅନ୍ତୁ। କଡ଼େଇ ଚୁଲୀରେ ବସାଇ ସାମାନ୍ୟ ଗରମ ହେଲା ପରେ ସୋରିଷତେଲ ଦେଇ ତେଲ ତାତି ଆସିଲେ ପଞ୍ଚୁ ଫୁଟଣ ପକାନ୍ତୁ। ଏହାପରେ ଏଥିରେ ଶୁଖିଲା ଲଙ୍କା ଓ କଟା ପିଆଜ ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ କାଟି ରଖିଥିବା ପୋଟଳ ଓ ଆଳୁକୁ ପକାଇ ସେଥିଲେ ଲୁଣ ଓ ହଳଦୀ ଆବଶ୍ୟକ ପରିମାଣରେ ପକାନ୍ତୁ। ଧିମା ଆଞ୍ଚରେ ୧୫ରୁ ୨୦ ମିନିଟ ଭାଜନ୍ତୁ।


ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ।