ପଞ୍ଚୁ ଫୁଟଣ

ଉଇକିପିଡ଼ିଆ‌ରୁ
ପଞ୍ଚୁ ଫୁଟଣ
କଢେଇରେ ପଞ୍ଚୁ ଫୁଟଣ

ପଞ୍ଚୁ ଫୁଟଣ ହେଉଛି ପାଞ୍ଚଟି ମସଲାର ସମାହାର । ଏହା ପୂର୍ବ ଭାରତ, ପଶ୍ଚିମ ନେପାଳ, ବଙ୍ଗଳା, ଆସାମ ଓ ଓଡ଼ିଶାରେ ଖାଦ୍ୟ ରନ୍ଧନରେ ବହୂଳ ଭାବେ ବ୍ୟବହାର କରାଯାଏ ।

ପଞ୍ଚୁ ଫୁଟଣ ମୂଖ୍ୟତଃ ପାଞ୍ଚୋଟି ବୀଜ ଜାତୀୟ ମସଲା, ଯଥା; ଜିରା, ସୋରିଷ, ମେଥୀ, ପାନମଧୁରୀ ଓ କଳାଜୀରାର ସମାହାର ।[୧][୨] ପଞ୍ଚୁ ଫୁଟଣ ସାଧାରଣତଃ ଏକାଠି ବ୍ୟବହାର କରାଯାଏ । ତେବେ ବ୍ୟବହାର ସମୟରେ ଅନେକେ ମେଥୀ କମ୍‌ ପରିମାଣରେ ବ୍ୟବହାର କରନ୍ତି । କାରଣ ମେଥୀକୁ ଅଧିକ ଭାଜିଲେ ପିତା ଲାଗିପାରେ ।[୩] ପାରମ୍ପରିକ ଓଡ଼ିଆ ରାନ୍ଧଣାରେ ପଞ୍ଚୁ ଫୁଟଣ ପରିବା, ମାଂସ, ଆଚାର ଇତ୍ୟାଦିରେ ବ୍ୟବହାର କରାଯାଏ ।[୪] ଓଡ଼ିଶା, ମିଥିଳା, ନେପାଳ, ଭୋଜପୁରୀ ଏବଂ ବଙ୍ଗାଳୀ ରନ୍ଧନ ପ୍ରଣାଳୀରେ ପଞ୍ଚୁ ଫୁଟଣ ସୋରିଷ ତେଲ କିମ୍ବା ଘିଅରେ ଭଜା ହୁଏ । ଏହି ପ୍ରଣାଳୀ ବା ପଦ୍ଧତିକୁ ବଘାରିବା ବା ଛୁଙ୍କ ଦେବା କୁହାଯାଏ । ପଞ୍ଚୁ ଫୁଟଣ ଭାଜି ହୋଇଯିବାପରେ ଅନ୍ୟାନ୍ୟ ପରିବା ଅଥବା ରନ୍ଧନ ସାମଗ୍ରୀ ପକାଇ ଖାଦ୍ୟ ରନ୍ଧା ହୁଏ ।

ଆଧାର[ସମ୍ପାଦନା]

  1. "Panch Phoron Seeds Glossary | Recipes with Panch Phoron Seeds". Tarladalal.com. Retrieved 2012-07-13.
  2. "Panch Phoron". Retrieved 9 April 2016.
  3. Mom, Bong (2007-06-07). "Bong Mom's CookBook: Panch Phoran". Bongcookbook.com. Retrieved 2012-07-13.
  4. Deepika Sahu (10 May 2012). "The power of five seeds". Archived from the original on 2012-07-08.

ଅଧିକ ତଥ୍ୟ[ସମ୍ପାଦନା]