ଖଟା (ରନ୍ଧା ଖାଦ୍ୟ)
Appearance
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ |
ମୂଳ ଉପାଦାନ | ଓଉ/ଆମ୍ବ/ବିଲାତି ବାଇଗଣ/ଭେଣ୍ଡି/କରମଙ୍ଗା/ଆମ୍ବଡା/ସପୁରୀ/ଆମ୍ବୁଲ , ଚିନି, ମସଲା |
ଖଟା ଏକ ସାଧାରଣ ଓଡ଼ିଆ ରନ୍ଧା ଖାଦ୍ୟ ଯାହା ବିଲାତି ବାଇଗଣ/ ଓଉ/ଆମ୍ବ/ଭେଣ୍ଡି/କରମଙ୍ଗା/ଆମ୍ବଡା/ସପୁରୀ/ଆମ୍ବୁଲ ଆଦିରୁ ତିଆରି ହୋଇଥାଏ ଓ ଏହାର ସ୍ୱାଦ ଖଟା ହୋଇଥାଏ ।
ଉପାଦାନ
[ସମ୍ପାଦନା]ଓଉ ଖଟା ନିମନ୍ତେ
[ସମ୍ପାଦନା]ପ୍ରଣାଳୀ
[ସମ୍ପାଦନା]ଓଉ ଖଟା
[ସମ୍ପାଦନା]ଓଉକୁ ଧୋଇ ସଫା କରାଯାଇଥାଏ । ତାକୁ ଛୁରିରେ ଲମ୍ବା ସରୁ ସରୁ ଖଣ୍ଡ କରି କଟାଯାଇଥାଏ । ଚୁଲିରେ କଡ଼େଇ ବସାଇ ତାହା ଗରମ ହୋଇଗଲେ ସେଥିରେ ୧-୨ ଚାମଚ ତେଲ ଢଳାଯାଇଥାଏ । ଏଥିରେ ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭଜାଯାଇଥାଏ । ତାହାପରେ ହେଙ୍ଗୁ ପକାଇ ଅଳ୍ପ ବଘାରି ସେଥିରେ ଓଉକୁ ପକାଇ ଢାଙ୍କି ଦିଆଯାଇଥାଏ । ଏହା ସିଝି ଆସିଲେ ସେଥିରେ ଅଳ୍ପ ପାଣି ଓ ଚିନି ପକାଇ ଦେଇ ୫ରୁ ୧୦ ମିନଟ ବସାଯାଇଥାଏ । ତାହାପରେ ଚୁଲିର ଆଞ୍ଚ କମ କରି ସେଥିରେ କଟା ଧଣିଆ ପତ୍ର ଓ ଜିରା ଗୁଣ୍ଡ ଛିଞ୍ଚି ଭାତ ସହିତ ପରସାଯାଇଥାଏ ।
ଶ୍ରେଣୀବିଭାଗ
[ସମ୍ପାଦନା]- ଓଉ ଖଟା
- ବିଲାତି ବାଇଗଣ ଖଟା
- ଆମ୍ବ ଖଟା
- ଭେଣ୍ଡି ଖଟା
- ବରକୋଳି ଖଟା