ଭେଣ୍ଡି
ଦେଖଣା
| ଭେଣ୍ଡି | |
|---|---|
| Okra flower bud and immature seed pod | |
| Scientific classification | |
| Kingdom: | |
| Division: | |
| Class: | |
| (unranked): | |
| Order: | |
| Family: | |
| Genus: | |
| Species: | A. esculentus
|
| Binomial name | |
| Abelmoschus esculentus | |
| Worldwide okra production | |
| Synonyms | |
|
Hibiscus esculentus L. | |
ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍କପ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ଼, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସୀୟ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। [୧]
ବିବିଧ ଭାଷାରେ ନାମ
[ସମ୍ପାଦନା]| ଭାଷା | ନାମ |
|---|---|
| ଓଡ଼ିଆ | ଭେଣ୍ଡି |
| ହିନ୍ଦୀ | ଭିଣ୍ଡି |
| ଗୁଜରାଟୀ | ଭିଣ୍ଡି િભણ્િડ |
| ତାମିଲ | ଭେଣ୍ଡାଇ பேம்டாஇ |
| ତେଲୁଗୁ | ବେଣ୍ଡି బేణ్డి |
| ବଙ୍ଗଳା | ଧେରସ েধরস |
| ମରାଠି | ଭେଣ୍ଡି भेंिड |
| ମାଲୟାଲମ | ଭେଣ୍ଡାକା ഭേണ്ഡാകാ |
| ବର୍ମିଜ | ୟୋନେ-ପା-ଡୀ |
| English | Okra/Lady's Finger/Gumbo |
ଗୁଣ
[ସମ୍ପାଦନା]ଖାଦ୍ୟନଳୀର ସୁରକ୍ଷା ଓ ଆରୋଗ୍ୟକାରୀ, ବ୍ୟଥା ପ୍ରଶମକ, ବାୟୁ ନାଶକ ଓ ପେଟବ୍ୟଥା ନିବାରକ, କୋଷ୍ଠ ପରିସ୍କାରକ, ନିମୁନିଆ, ବ୍ରୋଙ୍କାଇଟିସ୍, ମୂତ୍ରସମ୍ବନ୍ଧୀୟ ରୋଗ ଓ ହୃଦୟରୋଗ ନିବାରକ।
| Nutritional value per 100 g (3.5 oz) | |
|---|---|
| Energy | 129 kJ (31 kcal) |
| Carbohydrates | 7.03 g |
| - Sugars | 1.20 g |
| - Dietary fiber | 3.2 g |
| Fat | 0.10 g |
| Protein | 2.00 g |
| Water | 90.17 g |
| Calcium | 81 mg (8%) |
| Percentages are relative to US recommendations for adults. Source: USDA Nutrient Database | |
ବ୍ୟବହାର
[ସମ୍ପାଦନା]
ଔଷଧୀୟ
[ସମ୍ପାଦନା]ଏହାର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ।
- ନିମୁନିଆ ଓ ବ୍ରୋଙ୍କାଇଟିସରେ ଏହାର ପତ୍ରକୁ ଗରମ ସେକ ଦେବାପାଇଁ ବ୍ୟବହାର କରାଯାଏ। ଏହି ରୋଗପାଇଁ ଭେଣ୍ଡିର ଫୁଲ ଓ ଫଳକୁ ପାଣିରେ ସିଝାଇ ତା’ର କ୍ୱାଥକୁ ପାଣିକୁ ମହୁ ସହିତ ନେଲେ ଉପକାର ମିଳେ।
- ମୂତ୍ରନଳୀ ଓ ଯୋନିର ସଂକ୍ରମଣରେ ଏହାର ଚେର ସିଝା ପାଣି(ଅର୍କ)କୁ ବ୍ୟବହାର କରାଯାଏ।
- ଭେଣ୍ଡିର ମଞ୍ଜି ହୃଦୟ ରୋଗରେ ଉପଯୋଗ କରାଯାଏ। ଏହି ମଞ୍ଜିକୁ ଭାଜି ଗୁଣ୍ଡକରି ସେହି ଗୁଣ୍ଡକୁ ଚା’ ପରି ପାଣିରେ ସିଝାଇ ଦିନକୁ ଚାରି ପାଞ୍ଚ ଗିଲାସ ପିଇଲେ ଉପକାର ମିଳେ।
- କଞ୍ଚାଫଳ ଯକ୍ଷ୍ମାରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ।
ଅନ୍ୟାନ୍ୟ
[ସମ୍ପାଦନା]- ଭେଣ୍ଡି ଏକ ଭଲ ପରିବା। ଏହା ପୁଷ୍ଟିକାରକ ଓ ସ୍ୱାଦିଷ୍ଠ। ପୃଥିବୀର ବିଭିନ୍ନ ଦେଶରେ ଏହାକୁ ପରିବାରୂପେ ବ୍ୟବହାର କରାଯାଏ। ଓଡ଼ିଆ ରାନ୍ଧଣାରେ ଭେଣ୍ଡି ଗୋଟା ଭଜା, ଭେଣ୍ଡି ଭଜା ଓ ଭେଣ୍ଡି ପଥୁରିବସା(ତାଟିଆବସା) ଖୁବ୍ ଲୋକପ୍ରିୟ। ଦକ୍ଷିଣଭାରତୀୟ ବ୍ୟଞ୍ଜନରେ ସମ୍ବରର ଏକ ମୁଖ୍ୟ ଉପାଦାନ ହେଲା ଭେଣ୍ଡି।
ଆଧାର
[ସମ୍ପାଦନା]- ↑ National Research Council (2006-10-27). "Okra". Lost Crops of Africa: Volume II: Vegetables. Lost Crops of Africa. Vol. 2. National Academies Press. ISBN 978-0-309-10333-6. Retrieved 2008-07-15.
{{cite book}}: Cite has empty unknown parameter:|origdate=(help); External link in(help); Unknown parameter|chapterurl=|chapterurl=ignored (|chapter-url=suggested) (help)
ବାହାର ଆଧାର
[ସମ୍ପାଦନା]- Plants That Heal by Dr. J C Kurian, Oriental Watchman Publishing House, Pune, India.
ଛବି
[ସମ୍ପାଦନା]
