ଦେବାଶିଷ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
(Debashish Panigrahiରୁ ଲେଉଟି ଆସିଛି)
ଦେବାଶିଷ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ(1965-08-29)୨୯ ଅଗଷ୍ଟ ୧୯୬୫


[୧]
ବାଲେଶ୍ୱର
ମୃତ୍ୟୁ୧୮ ଜୁନ ୨୦୨୧(2021-06-18) (ବୟସ ୫୫)
କଲିକତା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଏମଫିଲ, ପିଏଚଡ଼ି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨
ଜୀବନସାଥୀଝୁମକି ରଥ
ସନ୍ତାନ୧ ପୁଅ, ୧ ଝିଅ

ଦେବାଶିଷ ପାଣିଗ୍ରାହୀ (୨୯ ଅଗଷ୍ଟ ୧୯୬୫ - ୧୮ ଜୁନ ୨୦୨୧)[୨] ଜଣେ ଭାରତୀୟ ପୋଲିସ ଅଧିକାରୀ ଓ ଓଡ଼ିଆ ସାହିତ୍ୟିକ ଥିଲେ । ସେ ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ୨୦୧୬ ଡିସେମ୍ବର ୨୫ ତାରିଖରୁ ସେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ ଥିଲେ ।[୩] ତାଙ୍କ ରଚିତ ବିଭିନ୍ନ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଅନୁବାଦିତ ହୋଇଛି ।[୪] ୨୦୦୨ ମସିହାରେ ନିଜର କ୍ଷୁଦ୍ରଗଳ୍ପ ସଂକଳନ "ତଥାକଥିତ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରିଥିଲେ ।[୫]

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦେବାଶିଷ ପାଣିଗ୍ରାହୀ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ସେ କଣ୍ଠଶିଳ୍ପୀ ଝୁମକି ରଥଙ୍କ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଉଚ୍ଚଶିକ୍ଷା[ସମ୍ପାଦନା]

ସେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ସେ ନୂଆ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମଫିଲ ଓ ଡକ୍ଟରେଟ ଲାଭକରିଥିଲେ ।

ପୋଲିସ ସେବା[ସମ୍ପାଦନା]

୧୯୯୧ ମସିହାରେ ସେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ । ସେ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଆଦି ଜିଲ୍ଲାରେ ପୋଲିସ ସବଇନିସ୍ପେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ସେ ପୋଲିସ ପ୍ରଶାସନ ବିଭାଗର ଡିଆଇଜି, ମଡ଼ର୍ଣ୍ଣନାଇଜେସନ ଓ ପର୍ସନେଲ ବିଭାଗର ଆଇଜି ଭାବରେ କାର୍ଯ୍ୟ କରିଥିଲେ । ୨୦୧୬ ମସିହାରୁ ୨୦୨୧ ମସିହାରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେ ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ପାରଦର୍ଶିତା ପାଇଁ ସେ ଅନେକ ପୋଲିସ ମେଡ଼ାଲ ହାସଲ କରିଥିଲେ ।[୬]

ମୃତ୍ୟୁ[ସମ୍ପାଦନା]

କରୋନାରେ ପୀଡ଼ିତ ହୋଇ ୨୦୨୧ ମସିହା ଜୁନ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

  • ତଥାକଥିତ - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଅତିନ୍ଦ୍ରିୟ - ୨୦୦୪ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଅଭିଭାବକ - ୨୦୧୦ (ଅଗ୍ରଦୂତ ପ୍ରକାଶନୀ)
  • ଆଗ ଧାଡ଼ିର ଲୋକ ଓ ପାହାଡ ପଛର ଜହ୍ନ - ୨୦୧୧ (ଅଗ୍ରଦୂତ ପ୍ରକାଶନୀ)
  • ଅନାମିକା - ୨୦୧୩ (ଅଗ୍ରଦୂତ ପ୍ରକାଶନୀ)
  • ଅୟମାରମ୍ଭ - ୨୦୦୮ (ଅଗ୍ରଦୂତ ପ୍ରକାଶନୀ)
  • ଦ୍ରାଘିମା - ୨୦୧୩ (ପକ୍ଷୀଘର ପ୍ରକାଶନୀ)[୭]
  • ପରିବ୍ରାଜକ - ୨୦୦୬ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ପତର ଫାଙ୍କର ସୂର୍ଯ୍ୟ - ୨୦୧୨ (ପକ୍ଷୀଘର ପ୍ରକାଶନୀ)
  • ତ୍ରିବିଧ - ୨୦୧୫ (ପକ୍ଷୀଘର ପ୍ରକାଶନୀ)[୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Authorised Cadre Strength of the Indian Police Service (As on 01/01/2018)" (PDF). ips.gov.in. Retrieved 26 December 2018.[permanent dead link]
  2. "ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷଙ୍କ ପରଲୋକ". ୧୯ ଜୁନ ୨୦୨୧. pp. ୧. Archived from the original on 19 June 2021. Retrieved 19 June 2021. {{cite web}}: Check date values in: |date= (help)
  3. "Major Reshuffle in Odisha IPS Cadre: Debasis Panigrahi new Odisha Vigilance Director". pragativadi.com. Retrieved 26 December 2018.
  4. "Cop book at London fair". telegraphindia.com. Retrieved 26 December 2018.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
  6. "ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ". www.prameyanews7.com/. ପ୍ରମେୟ. Retrieved 19 June 2021.
  7. ଦେବାଶିଷ ପାଣିଗ୍ରାହୀ (2013). ଦ୍ରାଘିମା. Pakshīghara Prakāśanī.
  8. "ତ୍ରିବିଧ / ଦେବଶିଷ ପାଣିଗ୍ରାହୀ". opac.nationallibrary.gov.in. National Library of India. Retrieved 20 June 2021.
  9. "Orissa top cops turn over new leaf in writing". indianexpress.com. Retrieved 26 December 2018.