ଛତୁ ତରକାରୀ
Appearance
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଛତୁ, ଆଳୁ, ବେସର |
ବଦଳ | ଛତୁ ତରକାରୀ, ଛତୁ ବେସର |
ଛତୁ ତରକାରୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । ଏହା ଛତୁକୁ ଛୋଟ ଛୋଟ ଖଣ୍ଡ କରି କାଟି ମସଲା ଛୁଙ୍କ ଦେଇ ତିଆରି କରାଯାଇଥାଏ ।
ଉପାଦାନ
[ସମ୍ପାଦନା]ପ୍ରକାର
[ସମ୍ପାଦନା]- ଛତୁ ତରକାରୀ: ଏହା ଛତୁ, ଆଳୁ, ବାଇଗଣ ଆଦିକୁ ଅଦା, ରସୁଣ, ପିଆଜ ଓ ବିଲାତି ବାଇଗଣ ଛୁଙ୍କ ଦେଇ ତିଆରି କରାଯାଇଥାଏ ।
- ଛତୁ ବେସର: ଏହା ଛତୁ, ଆଳୁ, ବେସର ବଟା ସହ ଅଦା, ରସୁଣ, ପିଆଜ ଓ ବିଲାତି ବାଇଗଣ ଛୁଙ୍କ ଦେଇ ତିଆରି କରାଯାଇଥାଏ ।
ତିଆରି ପ୍ରଣାଳୀ
[ସମ୍ପାଦନା]ଛତୁ ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ତାହାକୁ ଭଜା ଯାଇଥାଏ । ପିଆଜ, ଗୋଟା ଜିରା ଓ ଗୋଟା ସୋରିଷ, ବେସର ବଟା, ଲଙ୍କା, ବିଲାତି ବାଇଗଣ ଆଦିକୁ ତେଲରେ ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।