ଛତୁ ତରକାରୀ

ଉଇକିପିଡ଼ିଆ‌ରୁ
ଛତୁ ତରକାରୀ
ଛତୁ ତରକାରୀ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛତୁ, ଆଳୁ, ବେସର
ବଦଳଛତୁ ତରକାରୀ, ଛତୁ ବେସର

ଛତୁ ତରକାରୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । ଏହା ଛତୁକୁ ଛୋଟ ଛୋଟ ଖଣ୍ଡ କରି କାଟି ମସଲା ଛୁଙ୍କ ଦେଇ ତିଆରି କରାଯାଇଥାଏ ।

ଉପାଦାନ[ସମ୍ପାଦନା]

ପ୍ରକାର[ସମ୍ପାଦନା]

  • ଛତୁ ତରକାରୀ: ଏହା ଛତୁ, ଆଳୁ, ବାଇଗଣ ଆଦିକୁ ଅଦା, ରସୁଣ, ପିଆଜ ଓ ବିଲାତି ବାଇଗଣ ଛୁଙ୍କ ଦେଇ ତିଆରି କରାଯାଇଥାଏ ।
  • ଛତୁ ବେସର: ଏହା ଛତୁ, ଆଳୁ, ବେସର ବଟା ସହ ଅଦା, ରସୁଣ, ପିଆଜ ଓ ବିଲାତି ବାଇଗଣ ଛୁଙ୍କ ଦେଇ ତିଆରି କରାଯାଇଥାଏ ।

ତିଆରି ପ୍ରଣାଳୀ[ସମ୍ପାଦନା]

ଛତୁ ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ତାହାକୁ ଭଜା ଯାଇଥାଏ । ପିଆଜ, ଗୋଟା ଜିରା ଓ ଗୋଟା ସୋରିଷ, ବେସର ବଟା, ଲଙ୍କା, ବିଲାତି ବାଇଗଣ ଆଦିକୁ ତେଲରେ ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।