"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ଅଭିନୟ ଜୀବନ |
ଟିକେ →ଅଭିନୟ ଜୀବନ |
||
୪୦ କ ଧାଡ଼ି: | ୪୦ କ ଧାଡ଼ି: | ||
==ଅଭିନୟ ଜୀବନ == |
==ଅଭିନୟ ଜୀବନ == |
||
ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ ''କଳା ପାହାଡ଼'' ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । |
ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ ''କଳା ପାହାଡ଼'' ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।<ref>{{cite news |title=ମୁକୁନ୍ଦଦେବ ଚରିତ୍ରରୁ ଆରମ୍ଭ |url=https://samajaepaper.in/epaperimages/25062022/25062022-md-ct-14/25620223251443.jpg |accessdate=25 June 2022 |work=[[ସମାଜ (ଖବରକାଗଜ)|ସମାଜ]] |date=25 June 2022 |archiveurl=http://web.archive.org/web/20220625084146/https://samajaepaper.in/epaperimages/25062022/25062022-md-ct-14/25620223251443.jpg |archivedate=25 June 2022 |language=ଓଡ଼ିଆ|url-status=live}}</ref> |
||
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref> |
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref> |
୧୪:୪୪, ୨୫ ଜୁନ ୨୦୨୨ ଅନୁସାରେ କରାଯାଇଥିବା ବଦଳ
ରାଇମୋହନ ପରିଡ଼ା | |
---|---|
ଜନ୍ମ | ଉଦୟପୁର, କେନ୍ଦୁଝର ଜିଲ୍ଲା | ୧୦ ଜୁଲାଇ ୧୯୬୩
ମୃତ୍ୟୁ | ୨୪ ଜୁନ ୨୦୨୨ | (ବୟସ ୫୮)
ମୃତ୍ୟୁର କାରଣ | ଆତ୍ମହତ୍ୟା |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୪- ୨୦୨୨ |
ବୈବାହିକ-ସାଥୀ | ରଞ୍ଜିତା ପରିଡ଼ା |
ପିତାମାତା | ତ୍ରୈଲୋକନାଥ ପରିଡ଼ା ତିଳୋତ୍ତମା ପରିଡ଼ା |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩[୧] - ୨୪ ଜୁନ ୨୦୨୨) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।[୨] ୧୯୮୪ ମସିହାରେ ଗଙ୍ଗ ଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ସେ ଯାତ୍ରା ଜଗତର ଅନେକ ନାଟକର ନିର୍ଦ୍ଦେଶନା ଦେବା ସହିତ କିଛି ଯାତ୍ରାପାର୍ଟିରେ ଅଭିନୟ ମଧ୍ୟ କରିଥିଲେ । ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।[୪]
ଜନ୍ମ, ପରିବାର ଓ ଶିକ୍ଷା
ରାଇମୋହନ ୧୯୬୩ ମସିହାର ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତୈଲୋକନାଥ ପରିଡ଼ା ଓ ମାତା ତିଳୋତ୍ତମା ପରିଡ଼ାଙ୍କର ପାଞ୍ଚ ସନ୍ତାନ ମଧ୍ୟରୁ ଏକମାତ୍ର ପୁତ୍ର ଥିଲେ ସେ । କରଞ୍ଜିଆ ମହାବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ସ୍ନାତକ ଡୀଗ୍ରୀ ହାସଲ କରିଥିଲେ ।[୩]
ଅଭିନୟ ଜୀବନ
ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ କଳା ପାହାଡ଼ ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।[୫]
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।[୬]
ଓଡ଼ିଆ କଥାଚିତ୍ର ଜଗତ
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗଙ୍ଗ ଶିଉଳିରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପକା କମ୍ବଳ ପୋତ ଛତାରେ ସେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩]
ବଙ୍ଗଳା କଥାଚିତ୍ର ଜଗତ
ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୭]
ଯାତ୍ରା ଜଗତ
ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସହ ତାରିଣୀ ଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ଭଙ୍ଗା ଆଇନାର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।[୮]
ପରବର୍ତ୍ତୀ ସମୟରେ ସେ କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଦିର ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ ।[୯]
ଦୂରଦର୍ଶନ
ରାଇମୋହନ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ । ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ସିଂହଦ୍ୱାର ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୧୦]
ଅଭିନୀତ ଓଡ଼ିଆ କଥାଚିତ୍ର
ବ୍ୟକ୍ତିଗତ ଜୀବନ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ ତଳ ଶ୍ରେଣୀର ଛାତ୍ରୀ ରଞ୍ଜିତାଙ୍କୁ ପ୍ରେମ କରିଥିଲେ ଏବଂ ୧୯୯୨ ମସିହାରେ ସେ ତାଙ୍କୁ ବିବାହ କରିଥିଲେ ।[୧୧] ଏହି ଦମ୍ପତିଙ୍କର ଶେଫାଳି ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି ।[୩]
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୯୯୮ (ସ୍ୱତନ୍ତ୍ର ଜୁରୀ ସମ୍ମାନ)[୧୨]
- ଅଭିନନ୍ଦିକା ପୁରସ୍କାର - ୨୦୧୦[୧୩]
ମୃତ୍ୟୁ
ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୧୪] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର
- ↑ ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ ୩.୦ ୩.୧ ୩.୨ ୩.୩ "ଅବୁଝା ଅବସାନ: ଶେଷ ସଂଳାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ Das, Haraprasad (24 June 2022). "Ollywood actor Raimohan Parida passes away; Suicide suspected". Pragativadi (in English). Bhubaneswar. Archived from the original on 24 June 2022. Retrieved 24 June 2022.
{{cite news}}
: CS1 maint: unrecognized language (link) - ↑ "ମୁକୁନ୍ଦଦେବ ଚରିତ୍ରରୁ ଆରମ୍ଭ". ସମାଜ. 25 June 2022. Archived from the original on 25 June 2022. Retrieved 25 June 2022.
- ↑ "ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
- ↑ "ଅବୁଝା ଅବସାନ: ଯାତ୍ରାରେ ଛାଡ଼ିଥିଲେ ଛାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ଅବୁଝା ଅବସାନ: ନାଟ୍ୟ ନିର୍ଦ୍ଦେଶନାରୁ ଅଭିନୟ ଯାତ୍ରା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ "ଅବୁଝା ଅବସାନ: ଖଳନାୟକଙ୍କ ପ୍ରେମ କାହାଣୀ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.
{{cite news}}
: CS1 maint: unrecognized language (link) - ↑ http://www.orissadiary.com/CurrentNews.asp?id=30737
- ↑ http://www.hindu.com/2010/01/23/stories/2010012354460200.htm
- ↑ "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.
{{cite news}}
: CS1 maint: unrecognized language (link)
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ରାଇମୋହନ ପରିଡ଼ା