ହସ ଲୁହ ଭରା ଦୁନିଆ

ଉଇକିପିଡ଼ିଆ‌ରୁ
ହସ ଲୁହ ଭରା ଦୁନିଆ
ନିର୍ଦ୍ଦେଶକପ୍ରଣବ ଦାସ
ପ୍ରଯୋଜକକାଳିନ୍ଦୀ ତ୍ରିପାଠୀ
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟପ୍ରଣବ ଦାସ
କାହାଣୀପ୍ରଣବ ଦାସ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ମିହିର ଦାସ
ହର ପଟ୍ଟନାୟକ
ରାଇମୋହନ ପରିଡ଼ା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଅସୀତ ପାଢ଼ୀ
ସମ୍ପାଦକବିବେକାନନ୍ଦ ଶତପଥୀ
ମୁକ୍ତିଲାଭ ତାରିଖ
୧୬ ମାର୍ଚ୍ଚ ୧୯୯୦[୧]
ଦେଶ ଭାରତ
ଭାଷାଓଡ଼ିଆ

ହସ ଲୁହ ଭରା ଦୁନିଆ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳିନ୍ଦୀ ତ୍ରିପାଠୀ ।[୨] ଶୀର୍ଷନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟି ସଂଳାପ ରଚନା କରିଥିଲେ ।[୨] ପ୍ରଣବ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩]

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ନରେନ୍ଦ୍ର ବେହେରା, ଦେବୁ ବ୍ରହ୍ମା, ଜୟୀରାମ ସାମଲ, ପ୍ରତିଭା ସାହୁ, ଅରୁଣ ଦାସ, କାଳନ୍ଦୀ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଏହି କଥାଚିତ୍ରଟିର କାହାଣୀ ପାଞ୍ଚଜଣ ଅନାଥ ଯୁବକଙ୍କ ଉପରେ ପର୍ଯ୍ୟବସିତ । ଏହି ପାଞ୍ଚଜଣ ଯୁବକ ଗୋଟିଏ ଅନାଥାଶ୍ରମରେ ବଡ଼ ହୋଇଥିଲେ ଏବଂ ବଡ଼ ହେବା ପରେ ନିଜେ ନିଜର ରୋଜଗାର ଖୋଜି ଜୀଇଁବାର ବାଟ ଖୋଜୁଥିଲେ । ଏହି ସମୟରେ ସେମାନଙ୍କର ସାହାଯ୍ୟ ଲୋଡ଼େ ଆଶା ନାମକ ଝିଅଟିଏ ।

ଜଣେ ଖଳ ପ୍ରକୃତିର ଲୋକ ଆଶାକୁ ହତ୍ୟା କରି ତା'ର ସମସ୍ତ ଧନସମ୍ପତ୍ତିକୁ ହାତେଇବାର ପ୍ରଚେଷ୍ଟା କରୁଥାଏ । ତେଣୁ ଆଶାକୁ ସାହାଯ୍ୟର ହାତ ବଢ଼ାନ୍ତି ଏହି ପାଞ୍ଚ ଯୁବକ । ଶେଷରେ ସେମାନେ ସେମାନଙ୍କର ଜୀବନ‌କୁ ଉତ୍ସର୍ଗ କରିଦିଅନ୍ତି ସେ ସମ୍ପତ୍ତିକୁ ବଞ୍ଚାଇବାକୁ ।[୨]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୨] ଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ହସ ଲୁହ ଭରା ଦୁନିଆ". www.cinecritics.in (in ଇଂରାଜୀ). Retrieved 21 July 2018.[permanent dead link]
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ହସ ଲୁହ ଭରା ଦୁନିଆ" (PDF). ନିତିଦିନ. Archived from the original on 21 July 2018. Retrieved 21 July 2018.
  3. ୩.୦ ୩.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]