ଚୋରଣୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଚୋରଣୀ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଅଜୟ ରାଉତ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦେବୀଦତ୍ତ ମହାନ୍ତି
କଳାକାରଜଗଜିତ ପାଲ
ଶୀତଲ ପାତ୍ର
ରାଇମୋହନ
ପିଣ୍ଟୁ ନନ୍ଦ
ଚୌଧୁରୀ ଜୟପ୍ରକାଶ ଦାସ
ରାକ୍ଷୀ ଦାଶ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୮ ନଭେମ୍ବର ୨୦୨୧
କଥାଚିତ୍ରର ସମୟ
୨ ଘଣ୍ଟା ୪୮ ମିନିଟ୍ ୪୮ ସେକେଣ୍ଡ
ଦେଶ ଭାରତ
ଭାଷାଓଡ଼ିଆ

ଚୋରଣୀ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବି. ଚନ୍ଦନ କୁମାର କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ ଓ ଶୀତଲ ପାତ୍ର ।[୨] ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ, ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ତ୍ରିଭୁବନ ପଣ୍ଡା, କୁନାଲ ପଟ୍ଟନାୟକ, ଶଙ୍କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୮ ନଭେମ୍ବର ୨୦୨୧ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ସ୍ମୃତିମୟୀ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ହଉ ହଉ ହେଇଯାଉଚି"ଦେବୀଦତ୍ତ ମହାନ୍ତିସ୍ମୃତିମୟୀ ମହାପାତ୍ର 
2."ମିଳିଗଲା ମିଳିଗଲା"ନିର୍ମଳ ନାୟକଶଶାଙ୍କ ଶେଖର, ସୋହିନୀ ମିଶ୍ର 
3."ମୋ ଝିଅକୁ ବାହା କରେଇବି"ନିର୍ମଳ ନାୟକଅଭିଜିତ ମଜୁମଦାର, ସତ୍ୟଜିତ ପ୍ରଧାନ 
4."ଦୁହ୍ଲନ୍ ଦୁହ୍ଲନ୍"ନିର୍ମଳ ନାୟକସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Chorani Odia Movie Cast, Crew, Release Date, Poster, Information". Odia360.Com (in ଆମେରିକୀୟ ଇଂରାଜୀ). 28 November 2021. Archived from the original on 1 December 2021. Retrieved 1 December 2021.
  2. ୨.୦ ୨.୧ "ଜଗଜିତଙ୍କ ସହ ଅର୍ଲିନ ଅଙ୍କିତା". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.

ବାହାର ଆଧାର[ସମ୍ପାଦନା]