ରକତେ ଲେଖିଚି ନାଁ
ରକତେ ଲେଖିଚି ନାଁ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ନିରଞ୍ଜନ ରଣା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହନ ପରିଡ଼ା |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ![]() |
ଭାଷା | ଓଡ଼ିଆ |
ରକତେ ଲେଖିଚି ନାଁ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।[୧] ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୀମା ଚକ୍ରବର୍ତ୍ତୀ । ଅଭିନେତା ସୁନୀଲ କୁମାର ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଆୟେଶା, ରାଇମୋହନ ପରିଡ଼ା, ସରୋଜ ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର, ଦେବୁ ବୋଷ, ଚୁଙ୍ଗା, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ।[୨]
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର
- ସୀମା ଚକ୍ରବର୍ତ୍ତୀ
- ସୁନୀଲ କୁମାର
- ମିହିର ଦାସ
- ଆୟେଶା ଜୁଲ୍କା[୧]
- ରାଇମୋହନ ପରିଡ଼ା
- ସରୋଜ ଦାସ
- ପିଣ୍ଟୁ ନନ୍ଦ
- ସଲିଲ ମିତ୍ର
- ଦେବୁ ବୋଷ
- ଚୁଙ୍ଗା
- ଜୀବନ ପଣ୍ଡା
- ସ୍ୱରାଜ ବାରିକ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ପ୍ରଦୀପ ନନ୍ଦ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ଅନୁରାଧା ପୌଡ଼ୱାଲ, ସୁଲଗ୍ନା, ମନ୍ମଥ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "କଉଡ଼ି କଉଡ଼ି ସେ ତ'" | |
2. | "ଦେ ଦେ ମସାଜ୍ ଦେ" | |
3. | "ହେ ଇଶ୍ୱର ଜଗତ" | |
4. | "ଜଳୁଚି ଆଜି ଏ ଛାତି" | |
5. | "ସିନ୍ଦୂର କହିଯାଏ ସୁହାଗ" | |
6. | "ରକତେ ଲେଖିଚି ନାଁ" |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "' ଜାଣନ୍ତି କି ! ଏହି ବଲିଉଡ ନାୟିକା ଏକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ". sambad.in. 15 January 2018. Archived from the original on 7 October 2021. Retrieved 22 February 2018.
- ↑ ୨.୦ ୨.୧ "'ତୁ ମୋ ଲଭ୍ ଷ୍ଟୋରୀ' ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ରକତେ ଲେଖିଚି ନାଁ