ବନ୍ଧା କୋବି ଚଟଣୀ
ଦେଖଣା
ଏହି ପ୍ରସଙ୍ଗଟିରେ ବୋଧ ହୁଏ ବ୍ୟାକରଣ, ଲିଖନ ଶୈଳୀ, ସନ୍ଧି, ଢଙ୍ଗ ବା ବନାନ ସୁଧାରିବାକୁ ପଡ଼ିପାରେ । ଆପଣ ସମ୍ପାଦନ କରି ଏହାକୁ ସୁଧାରି ପାରନ୍ତି । |
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ବନ୍ଧା କୋବି, ରାଶି, ରସୁଣ, ଅଦା, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ, ହଳଦୀ, ଜିରା, ତେଲ |
ବନ୍ଧା କୋବି ଚଟଣୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।
ଉପାଦାନ
[ସମ୍ପାଦନା]- ବନ୍ଧା କୋବି – ୫୦୦ ଗ୍ରାମ
- ରାଶି – ୨୫ ଗ୍ରାମ
- ରସୁଣ – ସାତ ଆଠ କଲି
- ଅଦା - ଇଞ୍ଚେ
- କଞ୍ଚାଲଙ୍କା – ଚାରି ପାଞ୍ଚଟି (ରାଗକୁ ଦେଖି)
- ଲୁଣ, ହଳଦୀ, ତେଲ, ଜିରା, ତେନ୍ତୁଳି ଆବଶ୍ୟକତା ଅନୁସାରେ
ତିଆରି ପ୍ରଣାଳୀ
[ସମ୍ପାଦନା]ବନ୍ଧାକୋବିକୁ କାଟି, ଧୋଇ, ଛାଣି ରଖନ୍ତୁ। ରାଶିକୁ ଭାଜି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଘୋଡ଼ାଇ ଦିଅନ୍ତୁ। ତିନି ମିନିଟ୍ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ବାଟି ପରସି ଦିଅନ୍ତୁ।
ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।
ଆଧାର
[ସମ୍ପାଦନା]- ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)