ପାରଳାଖେମୁଣ୍ଡି
| ସହର ତଥା ପୌରପାଳିକା | |||||||
ପାରଳାଖେମୁଣ୍ଡିର ପ୍ରମୁଖ ପର୍ଯ୍ୟଟନ ଓ ଐତିହାସିକ ସ୍ଥଳସମୂହ | |||||||
ଓଡ଼ିଶା ମାନଚିତ୍ରରେ ଅବସ୍ଥିତି | |||||||
| ଦେଶ | ଭାରତ | ||||||
|---|---|---|---|---|---|---|---|
| ରାଜ୍ୟ | ଓଡ଼ିଶା | ||||||
| ଜିଲ୍ଲା | ଗଜପତି | ||||||
| ପ୍ରତିଷ୍ଠା | ୧୭ ଅଗଷ୍ଟ ୧୮୮୫ | ||||||
| ପ୍ରତିଷ୍ଠାତା | କୋଳାହୋମୀ | ||||||
| ନାମକରଣ ଉତ୍ସ | ପ୍ରବାଳଖଣ୍ଡ | ||||||
| ସରକାରୀ ପ୍ରକାର | ପୌରପାଳିକା | ||||||
| ପରିଚାଳନା ସଂସ୍ଥା | ପାରଳାଖେମୁଣ୍ଡି ପୌରପାଳିକା | ||||||
| ସମୁଦାୟ ଆୟତନ | ୨୧.୪୦ କି.ମି.୨ | ||||||
| ସମୁଦ୍ର ପତନଠାରୁ ଉଚ୍ଚତା | ୧୪୫ ମିଟର (୪୭୬ ଫୁଟ) | ||||||
| ମୋଟ ଜନସଂଖ୍ୟା (୨୦୧୧) | ୪୬,୨୭୨ | ||||||
| ଜନସଂଖ୍ୟା ଘନତା | ୨,୧୬୨/କି.ମି.୨ | ||||||
| ସରକାରୀ ଭାଷା | ଓଡ଼ିଆ | ||||||
| ଆଞ୍ଚଳିକ ଭାଷା | ଓଡ଼ିଆ, ତେଲୁଗୁ, ସଉରା ଏବଂ ଇଂରାଜୀ | ||||||
| ସମୟ ମଣ୍ଡଳ | ଆଇ.ଏସ.ଟି. (UTC+5:30) | ||||||
| ପିନ କୋଡ଼ | ୭୬୧୨୦୦ | ||||||
| ଟେଲିଫୋନ କୋଡ଼ | ୦୬୮୧୫ | ||||||
| ଗାଡ଼ି ପଞ୍ଜୀକରଣ ନଂ. | OD-20 | ||||||
| ୱେବସାଇଟ୍ | paralakhemundimunicipality.com | ||||||
ପାରଳାଖେମୁଣ୍ଡି (ସଂକ୍ଷେପରେ ପାରଳା ନାମରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ଗଜପତି ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ପ୍ରମୁଖ ସହର ଅଟେ । ୧୭ ଅଗଷ୍ଟ ୧୮୮୫ ମସିହାରେ ଗଠିତ ଏହି ପୌରପାଳିକା, ଓଡ଼ିଶାର ସର୍ବପୁରାତନ ପୌରପାଳିକାମାନଙ୍କ ମଧ୍ୟରୁ ଅନ୍ୟତମ । ୨୧.୪୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସହରର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୪୬,୨୭୨ ଅଟେ । ଓଡ଼ିଆ ଏଠାକାର ମୁଖ୍ୟ ତଥା ସରକାରୀ ଭାଷା ହୋଇଥିବା ବେଳେ ତେଲୁଗୁ ଏବଂ ସଉରା ଭାଷାର ମଧ୍ୟ ବହୁଳ ବ୍ୟବହାର ଦେଖିବାକୁ ମିଳେ ।
ଏହି ସହର ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସୀମାରେ ଅବସ୍ଥିତ । ମହେନ୍ଦ୍ରତନୟା ନଦୀ ଏହି ସହରକୁ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣା ସହରଠାରୁ ପୃଥକ୍ କରିଥାଏ । ମଧ୍ୟଯୁଗୀୟ ଇତିହାସରେ ଏହା ପୂର୍ବ ଗଙ୍ଗବଂଶୀୟ ରାଜାମାନଙ୍କର ଖେମୁଣ୍ଡି ଶାଖାର ପାରଳାଖେମୁଣ୍ଡି ଜମିଦାରୀର ରାଜଧାନୀ ଥିଲା । ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ କେନ୍ଦ୍ର ଭାବରେ ପରିଚିତ ଏହି ସହର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, କବି ଗୋପାଳକୃଷ୍ଣ ପଟ୍ଟନାୟକ, ଭାଷାବିତ୍ ଗୋପୀନାଥ ନନ୍ଦ ଶର୍ମା ଏବଂ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଭଳି ବରପୁତ୍ରମାନଙ୍କର ଜନ୍ମସ୍ଥାନ ଅଟେ । ପାରଳାଖେମୁଣ୍ଡି ଏହାର ଶତାବ୍ଦୀ ପ୍ରାଚୀନ ମଠ, ମନ୍ଦିର, ଗଜପତି ପ୍ରାସାଦ ଏବଂ ବୃନ୍ଦାବନ ପ୍ରାସାଦ ଭଳି ଐତିହ୍ୟ ଅଟ୍ଟାଳିକା ତଥା ପାରମ୍ପରିକ ଶିଙ୍ଗ କାରୁକାର୍ଯ୍ୟ ପାଇଁ ସୁପ୍ରସିଦ୍ଧ ।
ଭୂଗୋଳ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରଳାଖେମୁଣ୍ଡି ସହରର ମୋଟ ଜନସଂଖ୍ୟା ୪୨,୯୯୧ ।[୧] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ । ପାରଳାଖେମୁଣ୍ଡିର ସାକ୍ଷରତା ହାର ୬୮.୭୩% । ଏହା ଜାତୀୟ ହାରଠାରୁ -୩.୮୯% ପ୍ରତିଶତ କମ । ସେଥିରୁ ୩୮.୭୬% ପ୍ରତିଶତ ପୁରୁଷ ଓ ୨୯.୯୭% ନାରୀ ଅଟନ୍ତି । ୧୦.୯୧% ପିଲାଏ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଭାଷା
[ସମ୍ପାଦନା]ଏଠାର ସରକାରୀ ଭାଷା ଓଡ଼ିଶାର ସରକାରୀ ଭାଷା ଓଡ଼ିଆ ।
ଆଧାର
[ସମ୍ପାଦନା]- 1 2 "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 ଜୁନ 2004. Retrieved 24 ସେପ୍ଟେମ୍ବର 2015.
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |