କଦଳୀ ଭଣ୍ଡା ରାଇ
ଦେଖଣା
(Kadali bhanda raiରୁ ଲେଉଟି ଆସିଛି)
କଦଳୀ ଗଛର ଫୁଲକୁ କଦଳୀ ଭଣ୍ଡା କହନ୍ତି । ଏହାର ରଙ୍ଗ ଖଇରିଆ ହୋଇଥାଏ । ଏହାର ଫୁଲ ଗୁଡ଼ିକ ଶକ୍ତ, ଖଇରିଆ ପାଖୁଡାଦ୍ୱାରା ଆଚ୍ଛାଦିତ ହୋଇଥାଏ । ପାଖୁଡାର ଆସ୍ତରଣକୁ ଗୋଟିଏ ପରେ ଗୋଟିଏ ଖୋଲିଲେ ତା ଭିତରେ ଫିକା ହଳଦିଆ ରଙ୍ଗର ଫୁଲ ଥାଏ । ଏହାକୁ ନେଇ ଓଡ଼ିଶାର ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ତରକାରି ପ୍ରସ୍ତୁତ କରାଯାଏ, ତନ୍ମଧ୍ୟରୁ କଦଳୀ ଭଣ୍ଡା ରାଇ ଗୋଟିଏ । କେତେକ ଭଣ୍ଡା ପିତା ମଧ୍ୟ ଲାଗେ, ତେଣୁ ପ୍ରସ୍ତୁତ କରିବା ଆଗରୁ ଚାଖି ଏହାକୁ ବ୍ୟବହାର କରାଯାଇଥାଏ ।
ପ୍ରସ୍ତୁତି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଆଯାଏ । ଫୁଲର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ । ଏହାକୁ ଫୁଲରୁ ଅଲଗା କରିବାକୁ ହେବ ।[୧] ତାପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଆଯାଏ ।
- ଶୋରିସ, ପୋସ୍ତ, ରସୁଣ, ଜିରା, କଞ୍ଛା ଲଙ୍କାକୁ ବାଟି ନିଆଯାଏ ।
- ଆଳୁ, ବୋଇତାଳୁ, କୁନ୍ଦୁରି, ବାଇଗଣକୁ ଛୋଟ ଛୋଟ କରି କାଟି ନିଆଯାଏ ।
- କଡେଇରେ କିଛିଶୋରିସ ତେଲ ଦେଇ, ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାଯାଇଥାଏ ।
- ପରିବାକୁ ଅଳ୍ପ ସନ୍ତୁଳି ଦେଇ ସେଥିରେ କଟା ଭଣ୍ଡାକୁ ମିଶାଯାଇଥାଏ ।
- ଲୁଣ, ସାମାନ୍ୟ ହଳଦି, ଆବଶ୍ୟକ ମୁତାବକ ପାଣି ଦେଇ ଘୋଡାଇ ଦିଆଯାଏ ।
- ପରିବା ସିଝି ଆସିଲେ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାଇ ଦିଆଯାଏ ।
- ଏହାକୁ ଗରମ ଭାତ ବା ପଖାଳ ସହିତ ପରସାଯାଇଥାଏ । [୨]
ଆଧାର
[ସମ୍ପାଦନା]- ↑ "Foodista | Recipes, Cooking Tips, and Food News | Kadali Bhanda Raee ( Banana Flower Curry )". foodista.com. 2012. Retrieved 13 June 2012.
Drain and sqeeze the banana flowers
- ↑ "My Receipe - Kadali Bhanda Raee (Banana Flower Curry)". nuaodisha.com. 2012 [last update]. Retrieved 13 June 2012.
Serve with rice
{{cite web}}
: Check date values in:|year=
(help)