କଦଳୀଗଛ
କଦଳୀଗଛ | |
---|---|
କଦଳୀ ଗଛ, କନାହା ବେଳାଭୂମି, ମାଉଇ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗୋଷ୍ଠୀ: | କମେଲିନିଡ |
ବଂଶ: | ମୁସାସି |
ପ୍ରଜାତି: | ମୁସା(ପ୍ରଜାତି) ଲ.[୧] |
ଜାତି | |
ପ୍ରାୟ ୭୦, ଅନୁଚ୍ଛେଦ ଦେଖନ୍ତୁ |
ମୁସାସି କୁଳରେ ଥିବା ମୁସା ପ୍ରଜାତିର ଉଦ୍ଭିଦମାନଙ୍କୁ କଦଳୀଗଛ ବୋଲି କୁହାଯାଏ । ଏହି ପ୍ରଜାତିରେ କଦଳୀ ଫଳୁଥିବା ସପୁଷ୍ପକ ଉଦ୍ଭିଦ ଆଦି ଅଛନ୍ତି । ପାଖାପାଖି ୭୦ଟି ମୁସା ଜାତି ବିଷୟରେ ବିଶେଷ ଜ୍ଞାନ ଆହରଣ କରାଯାଇଛି ।
ବଡ଼ ଗଛ ଯେତିକି ଲମ୍ବା ବଢୁଥିଲେ ମଧ୍ଯ କଦଳୀଗଛଗୁଡିକ ବାସ୍ତବରେ ବୃହଦାକାୟ ଗୁଳ୍ମ ଅଟନ୍ତି । କାରଣ ତାଙ୍କର ତଥାକଥିତ ଗଣ୍ଡିଟି ବାସ୍ତବରେ ପତ୍ରମୂଳର ଉପରତଳ କରି ହୋଇଥିବା ଅବସ୍ଥା ।
ମୁସାର ଜାତିଗୁଡ଼ିକୁ କେତେକ ଲେପିଡୋପ୍ଟେରା ଲାର୍ଭା ଖାଦ୍ୟ ରୂପେ ବ୍ଯବହାର କରନ୍ତି । ଯେପରିକି - ବୃହତ୍ ଚିତାବାଘ ମୋଥ ।
ବର୍ଣ୍ଣନା
[ସମ୍ପାଦନା]କେତେକ ବୃହଦାକାୟ ଗୁଳ୍ମଜାତୀୟ ଉଦ୍ଭିଦ ମଧ୍ଯରେ କଦଳୀଗଛ ଅନ୍ଯତମ । କେତେକ କଦଳୀଗଛ ୯ମିଟର ଯାଏଁ ବଢ଼ି ପାରନ୍ତି । ଏହି ବୃହତ୍ ଗୁଳ୍ମଟି ଏକ ବିବର୍ତ୍ତିତ ଭୂତଳ କାଣ୍ଡ (ରାଇଜୋମ), ଏକ ନକଲି-କାଣ୍ଡ, ଚେରମାନଙ୍କର ଏକ ଜାଲିକାଜାଲିକା ଏବଂ ଏକ ବୃହତ୍ ଫୁଲ ପରି ଅଙ୍ଗ(?)ରେ ଗଠିତ । ନକଲି-କାଣ୍ଡଟି ବାସ୍ତବରେ ବିଶାଳ ପତ୍ରମାନଙ୍କର baseଦ୍ୱାରା ଗଠିତ ହୋଇଥାଏ । ଯେତେବେଳେ ଗଛଟି ଫୁଲ ଫୁଟାଇବାକୁ ଆରମ୍ଭ କରେ ସେତେବେଳେ ଏକ ବାସ୍ତବ କାଣ୍ଡ ତିଆରି ହୁଏ । ସେ ପର୍ଯ୍ୟନ୍ତ ମୁଖ୍ଯ କାଣ୍ଡଟି ବିବର୍ତ୍ତିତ ହୋଇ ରାଇଜୋମ ରୂପରେ ମାଟିତଳେ ରହିଥାଏ ।[୨] ଏହି ରାକିସରୁ ବଡ଼ ବଡ଼ ନାଲିଆ-ବାଇଗଣୀ ରଙ୍ଗର ଆବରଣରେ ଆବୃତ ହୋଇ କେତେଗୁଡ଼ିଏ ମାଈ ଫୁଲ ବାହାରିଥାନ୍ତି । ସବା ଶେଷରେ ଏକ ପୁରୁଷ ଫୁଲ ବାହାରିଥାଏ । ନକଲି-କାଣ୍ଡରୁ ଗୋଟି ଗୋଟି କରି ବଡ଼ବଡ଼ ପତ୍ର ବାହାରିଥାଏ ଯାହା ପ୍ରାୟ ଦୁଇଟି ଲାମିନୀୟ ଅଧାରେ ତିଆରି ହୋଇଥାଏ ।[୩] କଦଳୀଗଛ ଉଭୟ ଲିଙ୍ଗୀୟ ଜନନ ଏବଂ ଅଲିଙ୍ଗୀ ଜନନ ପଦ୍ଧତିରେ ପ୍ରଜନନ କରିଥାଏ । ଲିଙ୍ଗୀୟ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିଶିଷ୍ଟ ହୋଇଥିବା ବେଳେ ଅଲିଙ୍ଗୀ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିହୀନ ହୋଇଥାଏ ।[୪]
ସିଷ୍ଟେମାଟିକ ଏବଂ ବର୍ଗୀକରଣ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପ୍ରଜାତି ମୁସା ପ୍ରଥମେ ଲିନିଅସଙ୍କଦ୍ୱାରା ବର୍ଣ୍ଣିତ ହୋଇଥିଲା ।[୫] ମୁସା ନାମଟି ଆରବୀୟ ଶବ୍ଦ ମୌଜ (موز)ର ଲାତିନୀୟ ରୂପ । ତୁର୍କୀ, ସୋମାଲି ଏବଂ ପାରସୀ ଭାଷାରେ ମଧ୍ଯ କଦଳୀକୁ ମୁଜ୍ ବୋଲି କୁହାଯାଏ । ସମ୍ଭବତଃ ବାନାନା ଶବ୍ଦଟି ପଶ୍ଚିମ ଆଫ୍ରିକୀୟ ଭାଷା ୱୋଲୋଫରୁ ସ୍ପେନୀୟ ତଥା ପର୍ତ୍ତୁଗୀଜ ଭାଷା ଦେଇ ଇଂରାଜୀରେ ପ୍ରବେଶ କରିଛି ।[୬]
ଓଡ଼ିଆରେ କଦଳୀ ନାମଟି ସଂସ୍କୃତ ଭାଷାର କଦଲୀରୁ ଅଣାଯାଇଛି, ଏବଂ ସଂସ୍କୃତରେ ଏହା ମୁଣ୍ଡା ଭାଷାର କଦଳରୁ ଅଣାଯାଇଛି ।
ଜାତି
[ସମ୍ପାଦନା]କାଲିମୁସା(ଅଷ୍ଟ୍ରାଲିମୁସା ଅନ୍ତର୍ଭୁକ୍ତ)
[ସମ୍ପାଦନା]- ମୁ. × ଅଲିନ୍ସନାୟା ର.ଭ.ଭାଲ୍ମେୟର [ଅ]
- ମୁ. ଅଜିଜୀ ହାକିନେନ
- ମୁ. ବାରିଓନେନ୍ସିସ Häkkinen
- M. bauensis Häkkinen & Meekiong [C]
- M. beccarii N.W.Simmonds [A][Note ୧]
- M. boman Argent [A]
- M. borneensis Becc. [C]
- M. bukensis Argent [A]
- M. campestris Becc. [C]
- M. coccinea Andrews [C] – scarlet banana
- M. exotica R.V.Valmayor [C]
- M. fitzalanii F.Muell. [A] – extinct
- M. gracilis Holttum [C]
- M. hirta Becc. [A]
- M. insularimontana Hayata [A]
- M. jackeyi W.Hill [A]
- M. johnsii Argent [A]
- M. lawitiensis Nasution & Supard. [C]
- M. lokok Geri & Ng
- M. lolodensis Cheesman [A]
- M. maclayi F.Muell. ex Mikl.-Maclay [A]
- M. monticola M.Hotta ex Argent [A]
- M. muluensis M.Hotta [A]
- M. paracoccinea A.Z.Liu & D.Z.Li [C]
- M. peekelii Lauterb. [A]
- M. salaccensis Zoll. ex Backer [A]
- M. textilis Née [A] – Abacá
- M. × troglodytarum L. [A] – the cultivated Fe'i bananas
- M. tuberculata M.Hotta [A]
- M. violascens Ridl. [C]
- M. viridis R.V.Valmayor et al.
- M. voonii Häkkinen
ବ୍ଯବହାର
[ସମ୍ପାଦନା]କଦଳୀପତ୍ରର ବ୍ୟବହାର
[ସମ୍ପାଦନା]କଦଳୀପତ୍ରରେ ଖାଦ୍ୟ ରଖି ଚକାମାଡ଼ି ତଳେବସି ଭୋଜନ କରାଯାଏ । କଦଳୀପତ୍ରରେ ଆମିଷ ଭୋଜନ ନିଷିଦ୍ଧ । କଦଳୀପତ୍ରରେ ଭୋଜନ କଲାବେଳେ ଚାମଚ, ଛୁରି ଓ କଣ୍ଟା ବ୍ୟବହାର କରାଯାଏ ନାହିଁ । କଦଳୀପତ୍ର ପକାଇବାର ମଧ୍ୟ ବିଧି ରହିଛି । ପତ୍ରର ଚଉଡ଼ା ଭାଗ ଆମର ଡାହାଣ ପଟକୁ ଓ ଅଣଓସାରିଆ ଭାଗ ବାମ ପଟକୁ ରଖିଲେ ଡାହାଣ ହାତରେ ଭୋଜନ କରିବା ସୁବିଧା ହୁଏ । ମୂଳଭାଗରେ ଅନ୍ନ ଓ ଅଗ୍ରଭାଗରେ ବ୍ୟଞ୍ଜନ ବଢ଼ାଯାଇଥାଏ । କଦଳୀପତ୍ରକୁ ଭୋଜନ ପରେ ଭଙ୍ଗାଯାଏ ନାହିଁ । ଅଗମୂଳ ଧରି ଉଠାଯାଏ । ଓଡ଼ିଆ ରାନ୍ଧଣାରେ ମାଛ ସିଝାଇବା ପାଇଁ କଦଳୀ ପତ୍ର କାମରେ ଆସେ ।
କଦଳୀର ବ୍ୟବହାର
[ସମ୍ପାଦନା]ଓଡ଼ିଆ ରାନ୍ଧଣାରେ କଂଚା କଦଳୀରେ ଡାଲମା ଓ ଭଜା ତିଆରି ହୁଏ । ପାଚିଲା କଦଳୀରେ ଶିରିଣି ତିଆରି ହୁଏ ।
କଦଳୀଗଛର ଅନ୍ୟ ଅଂଶର ବ୍ୟବହାର
[ସମ୍ପାଦନା]କଦଳୀ ଫୁଲରେ ତରକାରୀ ହୁଏ । କଦଳୀ ମ଼ଞାରେ ରାଇ ଓ ତରକାରୀ ତିଆରୀ ହୁଏ ।
-
ଫୁଲ ଏବଂ ଫଳ ଥିବା କଦଳୀଗଛ
-
ଅର୍ଦ୍ଧ ଉନ୍ମୁକ୍ତ କଦଳି ଫୁଲ
-
ସ୍ତ୍ରୀ ଫୁଲରେ ଓଭାରୀ ଉପରେ ପାଖୁଡା
-
ଫୁଲ ସହ କଦଳୀଗଛ
ଆଧାର
[ସମ୍ପାଦନା]- ↑ GRIN (2009-02-19). "Genus: Musa L." Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Archived from the original on 2012-10-11. Retrieved 2011-02-06.
- ↑ The Editors of Encyclopaedia Britannica. “Banana.” Encyclopædia Britannica, Encyclopædia Britannica, Inc., 22 Aug. 2019, www.britannica.com/plant/banana-plant.
- ↑ Rouard, Mathieu, et al. “Morphology of Banana Plant.” The Banana Knowledge Platform of the ProMusa Network, Feb. 2019, www.promusa.org/Morphology+of+banana+plant.
- ↑ Judd, Walter S. Plant Systematics a Phylogenetic Approach. Sinauer Assoc., 2007.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;WCSP_254737
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Banana" at Dictionary.Reference.com.
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "Note" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="Note"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।