ଚାନ୍ଦିପୁର

Coordinates: 21°28′N 87°01′E / 21.47°N 87.02°E / 21.47; 87.02
ଉଇକିପିଡ଼ିଆ‌ରୁ
(Chandipurରୁ ଲେଉଟି ଆସିଛି)
ଚାନ୍ଦିପୁର
—  ସହର  —
ଚାନ୍ଦିପୁର
ଚାନ୍ଦିପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°28′N 87°01′E / 21.47°N 87.02°E / 21.47; 87.02
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବାଲେଶ୍ୱର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


3 metres (9.8 ft)

ଚାନ୍ଦିପୁର(English: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।

ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।

ଚାନ୍ଦିପୁର ବେଳାଭୂମି

ଭୂଗୋଳ[ସମ୍ପାଦନା]

ଚାନ୍ଦିପୁର 21°28′N 87°01′E / 21.47°N 87.02°E / 21.47; 87.02ଠାରେ ଅବସ୍ଥିତ ।[୧] ଏହାର ହାରାହାରି ଉଚ୍ଚତା ୩ ମିଟର (୧୦ ଫୁଟ) ।

ମିସାଇଲ ପରୀକ୍ଷଣ

ପଦାତିକ ସେନା[ସମ୍ପାଦନା]

ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।

ଗମନାଗମନ[ସମ୍ପାଦନା]

ଚାନ୍ଦିପୁରକୁ ବାଲେଶ୍ୱରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ୱର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥଦ୍ୱାରା ଭୁବନେଶ୍ୱରକଲିକତା ସହ ସଂଯୁକ୍ତ ।

ଦ୍ରଷ୍ଟବ୍ୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]