ଭୁଜାଖିଆ ପୀର

ଉଇକିପିଡ଼ିଆ ରୁ
Jump to navigation Jump to search

ଭୁଜାଖିଆ ପୀର ବାଲେଶ୍ୱର ଜିଲ୍ଲାର ବାଲେଶ୍ଵରରେ ଥିବା ଏକ ଆସ୍ଥାନ । ଏହା ପ୍ରଧାନତଃ ମୁସଲମାନ ଧର୍ମାବଲମ୍ବୀଙ୍କଦ୍ୱାରା ଉପାସିତ ହେଉଥିଲେ ମଧ୍ୟ ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀଙ୍କଦ୍ୱାରା ଉପାସିତ ହୋଇଥାଏ । ଏହା ଜଣେ ମୁସଲମାନ ଫକୀରଙ୍କ ସ୍ମୃତିରେ ପ୍ରତିଷ୍ଠିତ ।[୧] ଏହି ପୀରର ବର୍ଣ୍ଣନା ଆଇନ-ଇ-ଆକବରୀରେ ରହିଛି ।[୨]

ଇତିହାସ[ସମ୍ପାଦନା]

ଐତିହାସିକ ପ୍ରମାଣକୁ ଦେଖିଲେ ଜଣାଯାଏ ଯେ ଏହି ଆସ୍ଥାନ ପ୍ରାୟତଃ ୫୦୦-୬୦୦ ବର୍ଷ ତଳର । "ହଜତର ଶ୍ୱଲେହ ମହମ୍ମଦ" ବା ଶ୍ରଦ୍ଧାରେ ବାବା ଭୁଜଖିଆ ପୀର ନାମରେ ଜଣା ଧର୍ମ ପ୍ରଚାରକ ବାଗଦାଦରୁ ବାଲେଶ୍ୱର ଆସି 'ସୁନହଟ' ନାମକ ସ୍ଥାନରେ ବାସ କରିଥିଲେ । ସେ ଏକ ନିମ୍ବ ଗଛ ତଳେ ରହିଥିଲେ । ସେହି ସମୟରେ ସେହି ସ୍ଥାନଟି ଉଇକଲିପଟାସ ଓ କଣ୍ଟାଗଛରେ ଭରପୂର ଥିଲା । ଲୋକେ ତାଙ୍କୁ ଫକିର ବାବା ବେଲି ଡାକୁଥିଲେ । ଫକୀର ବାବା ଭିକ ମାଗି ଚଳୁଥିଲେ । ବାବା ଯାହା ଭିକ୍ଷା କରି ଆଣୁଥିଲେ ସଂଧ୍ୟାରେ ସବୁତକ ପିଲାମାନଙ୍କୁ ବାଣ୍ଟି ଦେଉଥିଲେ । ତାଙ୍କ ଭିକ୍ଷାରେ ସେ ବାଲେଶ୍ୱରବାସୀଙ୍କ ନିତିଦିନିଆ ଖାଦ୍ୟ ଓ ସବୁରି ଘରେ ସବୁବେଳେ ଉପଲବ୍ଦ୍ଧ ଥିବା କେବଳ ଭୁଜା (ମୁଢ଼ି) ହିଁ ମାଗୁଥିଲେ। ୧୮୦୦ ଶତାବ୍ଦୀ ବେଳକୁ ଭୁଜାଖିଆ ପୀର ବାବାଙ୍କ ଆସ୍ଥାନ ପାଖକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ପୂଜାକରୁଥିଲେ । କିନ୍ତୁ ପୋଖରୀ ପାଖରେ ଥିବା ପୀର ବାବାଙ୍କ ପାଖକୁ ପ୍ରାୟତଃ ହିନ୍ଦୁ ଲୋକ ବେଶି ଯାଉନଥିଲେ । ୧୯୫୨ ମସିହା ଠାରୁ ଧାମନଗରର ବାବା "ହଜରତ୍ ମୌଲନା ମହମ୍ମଦ ହବିବୁର ରହେମାନଙ୍କ" ପରାମର୍ଶରେ ପ୍ରଥମେ "ଉରୁସ ବା ଉରୁସ" ଉତ୍ସବ ଆରମ୍ଭ ହେଲା । ସେହି ଉରୁସ ଶବ୍ଦ ଆରବୀ ଶବ୍ଦ ଥିଲା । ସେ ଶବ୍ଦର ଅନ୍ୟ ଅର୍ଥ ଥିଲା ପୂଜା ବା ମାନସିକ ପର୍ବ । ଉରୁସ ପ୍ରତ୍ୟକ ଗୁରୁବାର ଦିନ ପାଳନ କରାଯାଉଥିଲା । କିନ୍ତୁ ତାହା ପରବର୍ତ୍ତୀ ସମୟରେ ଏକ ନିର୍ଦ୍ଦିଷ୍ଟ ମାସ ଓ ତାରିଖକୁ ଗଣିବା ପରେ ପ୍ରାୟତଃ ବର୍ଷକୁ ଥରେ "ଉରୁସ" ପର୍ବ ପାଳନ କରାଯିବାର ବିଧି ପରମ୍ପରା ଥିଲା । ଏହି 'ଉରୁସ' ପର୍ବ ହିନ୍ଦୁମାନଙ୍କଦ୍ୱାରା ପାଳନ କରାଯାଉଥିଲା ଓ ଏଥିରେ ହିନ୍ଦୁମାନଙ୍କର ଭୂମିକା ଅଧିକ ଥିଲା । ୧୯୫୨ ମସିହାରେ ଏହା ବିଧିବଦ୍ଧ ଭାବରେ ଆରମ୍ଭ କରାହେବା ବେଳକୁ ସୁନହଟର ବିଶିଷ୍ଟ କବିରାଜ ଲମ୍ବୋହର ଦାସ ଏହାର ମୁଖ୍ୟ ଥିଲେ । ଏହାଛଡା ମହିନ୍ଦ୍ର ଦାସ, ଶିବ ପରିଡ଼ା ଓ କାଜି ମହମ୍ମଦ ରେଜା ଆଦି ବ୍ୟକ୍ତିବିଶେଷ ଏହାକୁ ପାରମ୍ପାରିକ ରୀତିରେ ଆରମ୍ଭ କରିଥିଲେ । ୧୯୭୦ ମସିହାଠାରୁ ଏହାକୁ ବାର୍ଷିକ ୩ ଦିନ ଧରି ପାଳନ କରାଯାଉଛି । ଉରୁସର ପ୍ରଥମ ଦିନ ଅର୍ଥାତ ବୁଧବାର ଦିନ ବୁଢାବଳଙ୍ଗ ନଦୀରୁ ୪୫ କଳସ ପାଣି ଆଣି ଚନ୍ଦନ ମିଶାଇ ବାବାଙ୍କ ସ୍ଥାନଙ୍କୁ ଧୋଇଦିଆଯାଏ । ଏହାକୁ "ଗୋସାଲ ସ୍ନାନ" ବୋଲି କୁହାଯାଏ । ଗୁରୁବାର ଦିନ ଏଠାରେ ମୁଖ୍ୟତଃ ଏଠାରେ ମୁଢ଼ି ଭୋଗ ଲଗାଯାଏ ଓ ଅନେକ ଲୋକ ମାନସିକ କରି ମୁଢ଼ି ଲଗାନ୍ତି । ଶୁକ୍ରବାର ଦିନ "ଲଙ୍ଗର" ବା ଭୋଜି ହୁଏ । ଏଥିରେ ଅରୁଆ ଚାଉଳରେ ତିଆରି ନିରାମିଷ ବିରିଆନି ଭୋଗ ଲାଗେ । ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକ ଏହାକୁ ଖାଆନ୍ତି ।

ଲୋକ ବିଶ୍ୱାସ[ସମ୍ପାଦନା]

ଫକୀରମୋହନ ସେନାପତିଙ୍କ ନାମ ସହ ଫକୀର ନାମ ଯୋଡିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ହୋଇଥିବାରୁ ତାଙ୍କ ମୂଳ ନାମ ବ୍ରଜମୋହନରୁ ଫକୀର ମୋହନ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. Mohammed Yamin. Impact of Islam on Orissan Culture. Readworthy. pp. ୧୨୮–. ISBN ୯୭୮-୯୩-୫୦୧୮-୧୦୨-୭. 
  2. Abū al-Faz̤l ibn Mubārak; Douglas Craven Phillott (୨୦୦୪). The Āʼīn-i Akbarī. Sang-e-Meel Publications. ISBN ୯୭୮-୯୬୯-୩୫-୧୫୩୦-୫.