ଭୂଷଣ୍ଡେଶ୍ୱର ମନ୍ଦିର
ଭୂଷଣ୍ଡେଶ୍ୱର ମନ୍ଦିର | |
---|---|
![]() | |
Religion | |
ସମ୍ବନ୍ଧତା | Hinduism |
District | ବାଲେଶ୍ୱର |
Location | |
ଦେଶ | ଭାରତ |
ଭୁଷଣ୍ଡେଶ୍ୱର ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ଠାରେରେ ଅବସ୍ଥିତ । ଏହା ଏସିଆ ମହାଦେଶର ସବୁଠୁ ବଡ଼ ଶିବଲିଙ୍ଗ (୧୩*୧୪ ଫୁଟ) । [୧][୨]
ଅବସ୍ଥିତି[ସମ୍ପାଦନା]
ଏହା ବାଲେଶ୍ୱର ସହରଠାରୁ ପାଖାପାଖି ୧୦୦ କିମି ଦୂର ଚନ୍ଦନେଶ୍ୱରରୁ ୨୦ କି.ମି. ଦୂରରେ ଅବସ୍ଥିତ । ପାଖ ରେଳଷ୍ଟେସନ ଜଳେଶ୍ୱର (୪୦ କିମି) ଓ ବିମାନଘାଟି ଭୁବନେଶ୍ୱର (୩୦୦ କିମି) ।
ନିର୍ମାଣ ଶୈଳୀ[ସମ୍ପାଦନା]
ଏହା ଉତ୍କଳୀୟ ମନ୍ଦିର ନିର୍ମାଣ ଶୈଳୀରେ ନିର୍ମିତ । ଭୂଷଣ୍ଡେଶ୍ୱର ମହାଦେବ ଲିଙ୍ଗର ଉଚ୍ଚତା ୧୨ ଫୁଟ ଓ ମୋଟ ଗୋଲେଇ ୧୭ ଫୁଟ । ଲିଙ୍ଗର ଉପରି ଭାଗର ଗୋଳେଇ ୧୨ ଫୁଟ ୧୭ ଇଞ୍ଚ । ତଳ ଅଞ୍ଚଳରେ ଥିବା ବେଦିର ଗୋଳେଇ ୨୯ ଫୁଟ । ଏହି ଲିଙ୍ଗା କଳା ମୁଗୁନି ପଥରରେ ତିଆରି । ଏହାର ମୋଟ ଓଜନ ୧୬୮୦ କୁଇଣ୍ଟାଲ । ଏହାକୁ ଏସିଆର ବୃହତ୍ତମ ଶିବଲିଙ୍ଗ ରୂପରେ ପରିଗଣନା କରାଯାଇଥାଏ ।
କିମ୍ବଦନ୍ତୀ ଓ ଇତିହାସ[ସମ୍ପାଦନା]
କଳା ମୁଗୁନି ପଥରରେ ତିଆରି ବାବା ଭୂଷଣ୍ଡେଶ୍ୱରଙ୍କ ଲିଙ୍ଗ ଏଠାରେ ବହୁକାଳରୁ ପୂଜା ପାଉଛନ୍ତି । ଏହା ପାଖାପାଖି ୩.୮ ମି. ଉଚ୍ଚ ଓ ୩.୫ ମି. ବ୍ୟାସବିଶିଷ୍ଠ । କିମ୍ବଦନ୍ତୀ ଅନୁସାରେ ରାବଣକୁ ବରଦାନ କରି ଶିବ ତାଙ୍କୁ ଟେକି ଟେକି ନେବା ବେଳେ ତଳେ ନ ରଖିବାକୁ ଆଦେଶ ଦେଇଥିଲେ, ତେବେ ଲଙ୍କାକୁ ନେବା ବାଟରେ ରାବଣକୁ ଶୋଷ ଲାଗିବାରୁ ଜଣେ ତୋକ ଗାଇଆଳକୁ ଏହା ଟେକି ଧରିବାକୁ ଦେଇଥିଲେ, ଭାର ସମ୍ଭାଳି ନପାରି ସେ ଏହାକୁ ତଳେ ଥୋଇଦେବାପରେ ରାବଣ ପାଣି ପିଇ ଫେରିବା ପରେ ଏହାକୁ ଆଉ ଟେକି ପାରିନଥିଲେ । ତାହା ପରଠାରୁ ଏହି ଲିଙ୍ଗ ଏଠାରେ ଭୂଷଣ୍ଡେଶ୍ୱର ଭାବରେ ପୂଜା ପାଉଛନ୍ତି । [୩] ସୁବର୍ଣ୍ଣରେଖା ମୁହାଣରେ ଥିବା ଏହି ମନ୍ଦିରକୁ ଏଠାରେ ଥିବା ଶିବ ଲିଙ୍ଗ ଆଗ କାଳରେ ଜାହାଜରେ ଅଣାଯାଇଥିଲା ବୋଲି ବିଶ୍ୱାସ କରାଯାଏ । [୪]