ହବିଷ

ଉଇକିପିଡ଼ିଆ‌ରୁ

ଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ଠାକୁର ସ୍ନାନ କରନ୍ତି, ତାଙ୍କୁ ଜର ହୁଏ, ଦେବା ବିଗ୍ରହମାନଙ୍କୁ ଔଷଧ ମଧ୍ୟ ଲାଗି କରାଯାଏ । ଏଆହ ହେଉଛି ତାଙ୍କ ମାନବୀୟ ଲୀଳାର ଅଙ୍ଗ । ଜଗନ୍ନାଥଙ୍କ ଯାହା ବି କାମ ହେଉ ସେବାୟତମାନେ ନିଷ୍ଠାର ସହ କରନ୍ତି । ଏହି ନିଷ୍ଠା ପାଇଁ ସେମାନେ ହବିଷ କରନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସେବାୟତମାନେ ହବିଷ କରନ୍ତି । ପୂର୍ବରୁ ମୁନି ଋଷିମାନେ କଷ୍ଟ କରି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ତପସ୍ୟା କରିବା ଭଳି ଏହି ସେବାୟତମାନେ ହବିଷ କରି ପ୍ରଭୁଙ୍କ କୃପା ଲାଭ କରନ୍ତି । ଆଉ ସମସ୍ତ କଠିନ କାମ ଅତି ସହଜରେ ସମ୍ପାଦନ କରନ୍ତି । ଦୋଳାଦେବୀ କଡରେ ଥିବା କମାରଶାଳରେ ସ୍ନାନପୁର୍ଣିମା ପରଦିନଠାରୁ ଗୁପ୍ତଘର ନିର୍ମାଣ ହୋଇଛି । ବାହାରେ ତିନୋଟି ଶାଳରେ ରଥ ଓ ବିଗ୍ରହ ନିର୍ମାଣ ପାଇଁ ବିଭିନ୍ନ ଲୁହାସମଗ୍ରୀ ନିର୍ମାଣ ହେଉଥିବାବେଳେ ଗୁପ୍ତ ଘରେ ଗୁପ୍ତ ସେବା ଚାଲିଛି । ଏହି ଗୁପ୍ତ ଘରକୁ କେବଳ ତିନିବାଡର ମୁଖ୍ୟ କାମର ସେବକଙ୍କୁ ଅନୁମତି ଅଛି । ଏହି ସମୟରେ ମୁଖ୍ୟ ସେବକମାନେ ହବିଷରେ ରହନ୍ତି । ତେବେ ତିନିବାଡର ଧ୍ୱଜା ନିର୍ମାଣ ବେଳେ ଏହି ରୂପକାରସେବକମାନେ ସପରିବାର ହବିଷରେ ରହନ୍ତି । ଏହି ସେବାୟତମାନଙ୍କ ଘରକୁ ସ୍ନାନପୁର୍ଣିମ ୧୫ ପରେ କୋଇଲି ବୈକୁଣ୍ଠରୁ ଦାରୁ ଆସେ । ସେହିଦିନଠାରୁ ସେମାନେ ହବିଷରେ ରହନ୍ତି । ଏହି ଦାରୁରେ ବଳଭଦ୍ରଙ୍କ ରଥ ପାଇଁ ଲକ୍ଷ୍ମୀନୃସିଂହ ନିର୍ମାଣ ହେଉଥିବା ବେଳେ ଜଗନ୍ନାଥଙ୍କ ପାଇଁ ହନୁମାନ ନିର୍ମାଣ ହୁଅନ୍ତି । ଶୁଭଦ୍ରାଙ୍କ ରଥ ପାଇଁ ମାଭୁବନେଶ୍ୱରୀ ନିର୍ମାଣ ହୁଅନ୍ତି । ଏହି ସମୟରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ଏମାନେ ହବିଷ ପାଳନ କରନ୍ତି । ହବିଷ ପାଳନ ସମୟରେ ଆମିଷ, ପିଆଜ, ରସୁଣ ଓ ବାହାର ଖାଦ୍ୟ ବର୍ଜନ ଥାଏ । ଏହି ସମୟରେ ଶେଜ, ମାଣ୍ଡୀ ଓ ଅନ୍ୟ ବସ୍ତ୍ର ବର୍ଜନ କରାଯାଏ ।


ଆଧାର[ସମ୍ପାଦନା]

ପ୍ରମେୟ ପୃଷ୍ଠା ୨ ତା-୯ ଜୁନ ୨୦୧୫