ଘୁମୁରା ବାଦ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଗଣବାଦ୍ୟ ଘୁମୁରା ବୀରବାଦ୍ୟ ବା ରଣବାଦ୍ୟ ଘୁମୁରା ନିଜର ସ୍ୱାତନ୍ତ୍ର୍ୟ ଓ ବିବିଧତା ଯୋଗୁ କଳାହାଣ୍ଡି ଜିଲ୍ଲାର ସୀମାସରହଦ ପାରହୋଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ପାରମ୍ପରିକ ଘୁମୁରା ବାଦ୍ୟ ଶହ ଶହ ବର୍ଷ ହେଲା କଳାହାଣ୍ଡିର ଲୋକ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ରଣବାଦ୍ୟରୁ ଏହା ଗଣବାଦ୍ୟ ରୂପେ ପରିଣତ ହୋଇଛି । ବହୁ ପ୍ରାଚୀନ କାଳରୁ ଏହି ପାରମ୍ପରିକ ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ପୂର୍ବେ ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ସେନାଙ୍କୁ ଉତ୍ତେଜିତ କରିବାସହ ବୀରରସ ସଂଚାର କରୁଥିଲା ଓ ଶତୃପକ୍ଷଙ୍କ ମନରେ ଛନକା ଭରିଦେଉଥିଲା। ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ଶୃଙ୍ଗାର ରସଧର୍ମୀ ଘୁମୁରାବାଦ୍ୟ ପରିବେଷଣ କରାଯାଉଥିଲା ।

ବୈଶିଷ୍ଟ[ସମ୍ପାଦନା]

ନଟରାଜ ଶିବଙ୍କ ଡମ୍ବରୁ ଓ ପ୍ରଜ୍ଞାଶାଳିନୀ ସରସ୍ୱତୀଙ୍କ ବୀଣା ବାଦ୍ୟଯନ୍ତ୍ରର ସମ୍ମିଶ୍ରଣରେ ଘୁମୁରା ବାଦ୍ୟଯନ୍ତ୍ରର ସୃଷ୍ଟି଼। ଘୁମୁରା ଏକ ପ୍ରକାର ମାଟି ନିର୍ମିତ ଲମ୍ବ ବେକ ଥିବା ମାଟି ମାଠିଆ ଆକୃତିର ଏବଂ ମୁହଁରେ ଗୋଧି ଚମଡା ଛାଉଣୀ ହୋଇଥିବା ବାଦ୍ୟ ଯନ୍ତ୍ର । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗୁରୁ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୁଆଖାଇ(ନୂଆଖାଇ) ସହ ଘୁମୁରାର ରହିଛି ନିବିଡ ସମ୍ପର୍କ । ନୁଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୁଆଖାଇ ସାରିବାପରେ ନର୍ତ୍ତକ ଘୁମୁରା ବାଦ୍ୟ ପରିବେଷଣ କରି ଗ୍ରାମ ପରିକ୍ରମା କରିଥାନ୍ତି ।[୧]

ଆଧାର[ସମ୍ପାଦନା]

  1. ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨