ଭାରତୀୟ ଆଦିବାସୀ ନାଚଗୁଡ଼ିକର ତାଲିକା

ଉଇକିପିଡ଼ିଆ‌ରୁ
(ଆଦିବାସୀ ନାଚରୁ ଲେଉଟି ଆସିଛି)

ଭାରତରେ ୭୦୫ଟି ଆଦିବାସୀ ଜନଜାତିର ଅଧିବାସୀ ବାସ କରନ୍ତି[୧] ଓ ଏହି ଜନଜାତିମାନଙ୍କର ଭିନ୍ନ ଭିନ୍ନ ନୃତ୍ୟ ପରମ୍ପରା ରହିଛି ।

ସାନ୍ତାଳୀ ନୃତ୍ଯ[ସମ୍ପାଦନା]

ସାନ୍ତାଳ ଜନଜାତି ଭାରତର ତୃତୀୟ ବୃହତ୍ ଜନଜାତି ଓ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶାଆସାମରେ ବାସକରନ୍ତି | ମୋଟ ୮ ପ୍ରକାର ସାନ୍ତାଳୀ ନୃତ୍ୟ ପରମ୍ପରା ରହିଛି ଓ ପ୍ରତିଟି ନୃତ୍ୟ ଅଲଗା ଅଲଗା ପର୍ବପର୍ବାଣି ବା ବିବାହ ଆଦି ସମୟରେ ପରିବେଷଣ କରାଯାଏ । ସାନ୍ତାଳୀ ନୃତ୍ଯମାନଙ୍କରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ନାରୀ ତଥା ପିଲାମାନେ ଭାଗନେଇଥାନ୍ତି ଓ ପରସ୍ପରର ହାତ ଧରି ସାମୁହିକ ଭାବେ ନାଚିବା ପ୍ରଥା ରହିଛି | ବିବାହ ସମୟରେ "ଡଙ୍ଗ ଏନେଜ୍" ନାଚ ପରିବେଷଣ କରାଯାଏ ଓ ସେଥିରେ "ଡଙ୍ଗ" ଗୀତ ଗାନକରାଯାଏ । "ବାହା ପରବ୍"ରେ "ବାହା" ଗୀତ ଗାନ କରାଯାଏ ଓ ଏଥିରେ ସାନ୍ତାଳମାନେ "ବାହା ଏନେଜ୍" ନାଚିଥାନ୍ତି । ଟମକ୍ ଓ ତୁମଡ଼ା ନାମକ ଦୁଇଟି ବାଜା ଓ ତିରିଓ ବଂଶୀର ଆଦି ସାନ୍ତାଳୀ ନୃତ୍ୟ ପରିବେଷଣରେ ମୁଖ୍ୟ ବାଦ୍ୟଯନ୍ତ୍ର । ଅନ୍ୟାନ୍ୟ ପ୍ରମୁଖ ସାନ୍ତାଳୀ ନାଚ ମଧ୍ୟରେ "ଲାଙ୍ଗଡ଼େ ଏନେଜ୍" ନାଚ ବିଭିନ୍ନ ପର୍ବପର୍ବାଣି ପାଳନ ବେଳେ, "ଝିକା ଏନେଜ୍" (ଲାଙ୍ଗଡ଼େ ଏନେଜ୍ ସହ ସମ୍ବନ୍ଧିତ), ଡାହାର ଏନେଜ୍ ("ଡାହାର" ଶବ୍ଦର ଅର୍ଥ ପଥ ଓ ଏହା ସାଧାରଣତଃ ରାସ୍ତା ଉପରେ ପରିବେଷଣ କରାଯାଇଥାଏ), "କରମ୍ ଏନେଜ୍" (କରମ୍ ପରବ୍ ପାଳନ ସମୟର ନାଚ), "ଦାସାଇ ଏନେଜ୍" (କେବଳ ପୁରୁଷମାନେ ନାଚୁଥିବା ଏକ ନାଚ), "ଦନ୍ତ ଏନେଜ୍" (ସାମରିକ ନାଚ) ଏବଂ "ସଡ଼ପା ଏନେଜ୍" (କେବଳ ନାରୀମାନେ ପରିବେଷଣ କରୁଥିବା ଏକ ନାଚ) ଆଦି ଅନ୍ୟତମ ।[୨][୩]

ଆଧାର[ସମ୍ପାଦନା]

  1. "India - IWGIA - International Work Group for Indigenous Affairs". www.iwgia.org. Retrieved 2023-11-23.
  2. "Santali Dance Form | Enej". Edisom (in Indian English). 2015-01-08. Retrieved 2023-11-23.
  3. "Tribal Dances of India-Adivasi Dances". www.esamskriti.com (in ଆମେରିକୀୟ ଇଂରାଜୀ). Retrieved 2023-11-22.