ଧାନ କଳା

ଉଇକିପିଡ଼ିଆ ରୁ
Jump to navigation Jump to search

ଧାନ କଳା ଓଡ଼ିଶାରେ ଧାନରୁ ତିଆରି ହେଉଥିବା ଏକ ଲୋକ କଳା । ଏହା ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ନୀଳଗିରି, ଔପଦାସୋର ଆଦି ଅଞ୍ଚଳରେ ଆରମ୍ଭ ହୋଇ ପ୍ରସିଦ୍ଧି ଲାଭ କରିଥିଲା । ଏହି ପାରମ୍ପାରିକ କଳା ପରେ ଆଧୁନିକୀକରଣ ହୋଇ ରାଜ୍ୟ, ଦେଶ ଓ ବିଦେଶରେ ଜଣାଶୁଣା ହୋଇଥିଲା ।[୧]

ଇତିହାସ[ସମ୍ପାଦନା]

ଭାରତର ସ୍ୱାଧୀନତା ପୂର୍ବରୁ ବାଲେଶ୍ୱର ଜିଲ୍ଲାର କଳାକାରମାନେ ଧାନରେ ମୟୂର ତିଆରି କରୁଥିଲେ । ସମୟକ୍ରମେ ଧାନରେ ଲକ୍ଷ୍ମୀ ଠାକୁରାଣୀ ନିର୍ମିତ ହେଲା । ଧୀରେ ଧୀରେ ଏହା ଅଧିକ ଲୋକଙ୍କଦ୍ୱାରା ଆଦୃତ ହେଲା ।[୧]

ଆଧୁନିକୀକରଣ[ସମ୍ପାଦନା]

୧୯୯୮ ମସିହାରେ ଔପଦା ପଞ୍ଚାୟତ ସମିତିର ଦେବଗିରି ପାହାଡ଼ ପାଦଦେଶରେ ଥିବା କାଣ୍ଡଗରଡ଼ି ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁରର ଅନିଲ କୁମାର ରାଉଳ ଏହି ପାରମ୍ପାରିକ କଳାର ପୁନରାରମ୍ଭ କରିଥିଲେ । ୨୦୦୨ ମସିହା ପର୍ଯ୍ୟନ୍ତ ସେ ଧାନରେ ଜଗନ୍ନାଥଲକ୍ଷ୍ମୀ ପ୍ରତିମା ଗଢ଼ୁଥିଲେ । ଏହା ପରେ ୧୦ ଜଣ ଯୁବକ ଓ ଯୁବତୀଙ୍କୁ ନେଇ ସେ ଧାନ, ମୁଗ, ବିରି, ଚାଉଳ, ରୁଞ୍ଜ, କାଚ, ଅଠା, ଲେସ, ଫିତା, ପୋଖରା, ପ୍ଲାଏମାଟି ଆଦି କଞ୍ଚାମାଲ ସଂଗ୍ରହ କରି ଲକ୍ଷ୍ମୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ତାରିଣୀ, ଦୁର୍ଗା, ସରସ୍ୱତୀ, ଶିବ, ପାର୍ବତୀ, ରାଧା-କୃଷ୍ଣ, ଶିରିଡ଼ି ସାଇ ଓ ବିଭିନ୍ନ ମହାପୁରୁଷଙ୍କ ମୂର୍ତ୍ତି ନିର୍ମାଣ କରିବା ଆରମ୍ଭ କରିଥିଲେ । ଏଥିରେ ଆକୃଷ୍ଟ ହୋଇ ଔପଦା ଓ ନୀଳଗିରିର ଯୁବ କଳାକାରଏହି କଳାକୁ ଜୀବିକା ରୂପେ ଗ୍ରହଣ କରିଥିଲେ ।[୧]

ପ୍ରତିବନ୍ଧକ[ସମ୍ପାଦନା]

ଏହି କଳା ପାଇଁ ସରକାରୀ ପ୍ରୋତ୍ସାହନ ନଥିବାରୁ କାରିଗରମାନ ଏହି କଳାରୁ ଦୂରେଇବା ଆରମ୍ଭ କରିଛନ୍ତି । କିଛି ଗ୍ରାମୀଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କଳାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ମୁଗ, ବିରି ଆଦି ଶସ୍ୟରେ ପୋକ ଲାଗୁଥିବାରୁ ଏହାର ନିରାକରଣ କରିପାରୁନାହାନ୍ତି । ଆଗ ଭଳି ରୁଞ୍ଜ ଚାଷ ହେଉନଥିବାରୁ ଏହା ମିଳିବା କଷ୍ଟ ହେଉଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ଦାସ, ରାଜାରାମ (୧୨ ଅକ୍ଟୋବର ୨୦୧୪). "ଲୋପ ପାଉଛି ପେଡି ଆର୍ଟ". ସମାଜ. Retrieved ୧୨ ଅକ୍ଟୋବର ୨୦୧୪. Check date values in: |accessdate=, |date= (help)