ସଙ୍କୀର୍ତ୍ତନ

ଉଇକିପିଡ଼ିଆ ରୁ
Jump to navigation Jump to search

କୃଷ୍ଣଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ ।

ଇତିହାସ ଏବଂ ଧର୍ମୀୟ ଭାବନା[ସମ୍ପାଦନା]

ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ବନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ବାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ।[୧][୨]

ସଙ୍କୀର୍ତ୍ତନ ପଦ[ସମ୍ପାଦନା]

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ

ହରେରାମ ହରେରାମ ରାମ ରାମ ହରେହରେ ।

କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ

ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ ।

ବ୍ୟବହୃତ ବାଦ୍ୟ ଉପକରଣ[ସମ୍ପାଦନା]

ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ ।

ପ୍ରକାର[ସମ୍ପାଦନା]

ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ ।[୧]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]