ବୋମକାଇ

ଉଇକିପିଡ଼ିଆ‌ରୁ
ବୋମକାଇ ବା ସୋନପୁରୀ ଶାଢ଼ୀ

ବୋମକାଇ ପାଟ/ଶାଢ଼ୀ (ଇଂରାଜୀ: Bomkai pata, Bomkai Sari ବା Sonepuri Sari; ସୋନପୁରୀ ପାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ତନ୍ତବୁଣା ଲୁଗା । ଏହା ଗଞ୍ଜାମ ଜିଲ୍ଲାର ବୋମକାଇ ଗାଁରୁ ଆରମ୍ଭ ହୋଇ[୧] ପରେ ସୁବର୍ଣ୍ଣପୁର ଜିଲ୍ଲାର ଭୁଲିଆ ସଂପ୍ରଦାୟଦ୍ୱାରା ସାଧାରଣତଃ ବୁଣା ଯାଇଥାଏ ।[୨] ବୋମକାଇ ଭାରତର ଭୌଗଳିକ ସଂକେତଗୁଡ଼ିକ ଭିତରୁ ଗୋଟିଏ ।[୩]

ଇତିହାସ[ସମ୍ପାଦନା]

ବୋମକାଇ ଶାଢ଼ୀ ପ୍ରଥମେ ଗଞ୍ଜାମ ଜିଲ୍ଲାର ବୋମକାଇ ଗାଁରେ ଆରମ୍ଭ ହୋଇଥିଲେ[୧] ପାଟଣାର ରାଜା ରମାଇ ଦେବଙ୍କ ରାଜୁତି କାଳରେ ଏହା ସୋନପୁରରେ ବିକାଶ ଲାଭ କରିଥିଲା ।[୨]

ଅଣଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ[ସମ୍ପାଦନା]

ଐଶ୍ୱର୍ଯ୍ୟା ରାୟ ଏକ "ରାଧାକୁଞ୍ଜ" ବୋମକାଇ ପିନ୍ଧି ଅଭିଷେକ ବଚ୍ଚନଙ୍କ ସଙ୍ଗେ ବିବାହ କରିଥିଲେ ।[୪] ସୋନପୁରର ଚତୁର୍ଭୁଜ ମେହେର ଏହି ଶାଢ଼ୀର ଡିଜାଇନ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Aditi Ranjan; M. P. Ranjan (2009). Handmade in India: A Geographic Encyclopedia of Indian Handicrafts. Abbeville Press. ISBN 978-0-7892-1047-0.
  2. ୨.୦ ୨.୧ "Sarees of Orissa". Retrieved 27 January 2016.
  3. "STATE WISE REGISTRATION DETAILS OF G.I APPLICATIONS" (PDF). Ipindia.nic.in. Retrieved 28 January 2016.
  4. Ash-Abhi Wedding
  5. "Orissa sari to drape Bachchan bahu - Mom-in-law Jaya zeroed in on trousseau in February". www.telegraphindia.com. The Telegraph. Retrieved 28 January 2016.