କରମା ନାଚ

ଉଇକିପିଡ଼ିଆ ରୁ
Jump to navigation Jump to search

ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରା ଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]