ଶଶିଭୂଷଣ ରଥ

ଉଇକିପିଡ଼ିଆ‌ରୁ
(ଶଶି ଭୂଷଣ ରଥରୁ ଲେଉଟି ଆସିଛି)
ଶଶିଭୂଷଣ ରଥ
Born(1885-01-01)୧ ଜାନୁଆରୀ ୧୮୮୫
ସୋରଡ଼ା, ଗଞ୍ଜାମ, ମାଡ୍ରାସ୍ ପ୍ରେସିଡେନ୍ସି, ଇଂରେଜ୍ ଶାସନ
Died୧୯ ମାର୍ଚ୍ଚ ୧୯୪୩(1943-03-19) (ବୟସ ୫୮)
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା, ଇଂରେଜ୍ ଶାସନ
Nationalityଭାରତୀୟ
Other namesଶଶି ବାବୁ, ଗଞ୍ଜାମ ବ୍ୟାଘ୍ର
Educationମାଟ୍ରିକ୍
Alma materଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାରଳାଖେମୁଣ୍ଡି
Known forସମାଜ ସଂସ୍କାରକ, ଶିଳ୍ପପତି, ସମ୍ପାଦକ, ରାଜନେତା
Spouseଅନ୍ନପୂର୍ଣ୍ଣା ରଥ
Childrenଆଶାଲତା ମିଶ୍ର
Parent(s)ଲମ୍ବୋଧର ମହାପାତ୍ର (ଜନ୍ମ ଦାତା),
ଦିଗମ୍ବର ରଥ (ଦତ୍ତ ପିତା)
AwardsO.B.E. (ଅର୍ଡର ଅଫ ବ୍ରିଟିଶ୍ ଏମ୍ପାୟାର)

ଶଶିଭୂଷଣ ରଥ‌(୦୧ ଜାନୁଆରୀ ୧୮୮୫ - ୧୯ ମାର୍ଚ୍ଚ ୧୯୪୩) ସାପ୍ତାହିକ ଖବର କାଗଜ ଆଶାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୧] ୧୯୧୩ ମସିହାରୁ ଆଶା ଖବରକାଗଜ ପ୍ରକାଶନା ଆରମ୍ଭ ହୋଇ ୧୯୨୮ ମସିହାରେ ଏହା "ଦୈନିକ ଆଶା" ନାମରେ ପ୍ରଥମ ଦୈନିକ ଓଡ଼ିଆ ଖବରକାଗଜ ଭାବେ ପ୍ରକାଶିତ ହେଇଥିଲା । [୨] ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଆଶା ଖବରକାଗଜ[ସମ୍ପାଦନା]

ଶଶିଭୂଷଣ ରଥ ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା "ଆଶା" ଖବରକାଗଜର ସମ୍ପାଦକ, ମୁଦ୍ରକ ତଥା ପ୍ରକାଶକ ଥିଲେ । ୧୯୧୩ ମସିହା ଏପ୍ରିଲ ମାସରେ ଏହି ସାପ୍ତାହିକ ଖବରକାଗଜର ପ୍ରଥମ ପ୍ରକାଶନ ହୋଇଥିଲା । ପରେ ୧୯୨୮ ମସିହାରେ ଏହା ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହୋଇଥିଲା ।[୩] ଏହି ପତ୍ରିକାଟି ଆଗାମୀ ସମୟରେ ସାମ୍ବାଦିକ ଶ୍ରୀହର୍ଷ ମିଶ୍ର, ଚିନ୍ତାମଣି ମିଶ୍ର, ଗୋଦାବରୀଶ ମହାପାତ୍ର, ରାମଚନ୍ଦ୍ର ସିହ୍ନା ଆଦିଙ୍କ ପାଇଁ ସାମ୍ବାଦିକ ଭାବରେ ପ୍ରତିଷ୍ଠା ଆଣିଦେଇଥିଲା । ଓଡ଼ିଆ ଲିପି ସୁଧାର ଦିଗରେ ଆଶା ପତ୍ରିକା ପ୍ରୟାସ କରିଥିଲା ଓ ଏଥି ନିମନ୍ତେ ସମାଲୋଚିତ ମଧ୍ୟ ହୋଇଥିଲା ।

ଜୀବନୀ[ସମ୍ପାଦନା]

ଶଶିଭୂଷଣ ୧୮୮୫ ମସିହାରେ ଗଞ୍ଜାମ ଜିଲ୍ଲାର ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୦୨ ମସିହାରେ ସେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ । ତାପରେ ସେ ବମ୍ବେ ଚାଲିଯାଇଥିଲେ । ସେଠାରୁ ଫେରି ସେ ମଧୁ ବାବୁଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀରେ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ଉତ୍କଳ ଟ୍ୟାନେରୀକୁ ଛାଡି କଲିକତାରେ "ୟଙ୍ଗ ଆଣ୍ଡ କୋ" କମ୍ପାନୀରେ ଯୋଗ ଦେଇଥିଲେ । ସେଠାରୁ ସେ ଓଡ଼ିଶା ଫେରି ନୀଳମଣି ବିଦ୍ୟାରତ୍ନଙ୍କ ପରାମର୍ଶ ଗ୍ରହଣ କରି "ଆଶା" ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ତାଙ୍କରି ସମ୍ପାଦନାରେ "ନ୍ୟୁ ଓଡ଼ିଶା" ପତ୍ରିକା[୪] ପ୍ରକାଶନ ଆରମ୍ଭ ହୋଇଥିଲା ।[୫] ଇଂରାଜୀ ସାପ୍ତାହିକ ପତ୍ରିକା "ଇଷ୍ଟ କୋଷ୍ଟ"ର ସେ ପ୍ରକାଶକ ଥିଲେ ।[୬] ୧୯୨୧ ମସିହାରେ ଗାନ୍ଧୀଜିଙ୍କର ଓଡ଼ିଶା ଆଗମନ ସମୟରେ ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ବିଷୟରେ ତାଙ୍କୁ ଅବଗତ କରେଇଥିଲେ ।[୭]

ଆଧାର[ସମ୍ପାଦନା]

  1. "SASHI BHUSAN RATH". ganjam.nic.in. 2002. Retrieved 27 June 2013. He had published the weekly newspaper 'ASHA' in 13th April'1913
  2. Chatterjee, Mrinal (2013). "Window Seat| Mrinal Chatterjee, Oriya Column". orissadiary.com. Archived from the original on 30 May 2013. Retrieved 27 June 2013. It was the first Oriya daily newspaper of Orissa.
  3. Orissa Review. February 2005.
  4. P. K. Jena (1988). Orissa, a New Province: History of Government and Politics in Orissa from 1936-1948. Punthi Pustak.
  5. "ଆଜି ଜନ୍ମଦିନ". No. ସମ୍ବାଦ ୦୧/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. ସମ୍ବାଦ. Retrieved 1 January 2020.
  6. K. S. Singh (1992). People of India: Odisha (2 pts.). Anthropological Survey of India. ISBN 978-81-7046-293-4.
  7. Orissa Society of Americas 25th Annual Convention Souvenir: For Annual Convention Held in 1994 at Pamona, New Jersey. Odisha Society of the Americas. pp. 22–. GGKEY:497UK5ADFB0.