ଜର୍ମାନୀ

ଉଇକିପିଡ଼ିଆ ରୁ
ସଂଘୀୟ ଜର୍ମାନ ଗଣରାଜ୍ୟ
Bundesrepublik Deutschland
ରାଷ୍ଟ୍ରାଦର୍ଶ : 
  • "Einigkeit und Recht und Freiheit" ([[ଜର୍ମାନ
    ଭାଷା|ଜର୍ମାନ
    
    
    ]])
  • "ଏକତା ଓ ନ୍ୟାୟ ଓ ସ୍ୱତନ୍ତ୍ରତା" (unofficial)
ଜାତୀୟ ସଙ୍ଗୀତ
  • ତୃତୀୟ ପଙ୍‌କ୍ତି
  • Das Lied der Deutschen (ଜର୍ମାନ୍ ମାନଙ୍କ ଗୀତ)


Bundesadler
  • Coat of Arms of the German Government
Location of  ଜର୍ମାନୀ  (dark green)

– in Europe  (green & dark grey)
– in the European Union  (green)  —  [Legend]

ରାଜଧାନୀ
(and largest city)
Country symbol of Berlin color.svg ବର୍ଲିନ
52°31′N 13°23′E / 52.517°N 13.383°E / 52.517; 13.383
ରାଜ ଭାଷା ଜର୍ମାନ
ଏକା ଅର୍ଥ ଜର୍ମାନ

groups = {{unbulleted list ।୮୦% ଜର୍ମାନ [୧]

୧୦.୪ % ଅନ୍ୟାନ୍ୟ ଇଉରୋପୀୟ
 । ୩.୭ % ତୁର୍କୀୟ
 । ୨.୫ % ଏସୀୟ
 । ୦.୭ % ଆଫ୍ରିକୀୟ
 । ୦.୫ % ଆମେରିକୀୟ
 । ୧.୯ % ଅନ୍ୟାନ୍ୟ
}}
ସରକାର ସଂଘୀୟ ସଂସଦୀୟ ସାମ୍ବିଧାନିକ ଗଣତନ୍ତ୍ର
 -  ରାଷ୍ଟ୍ରପତି ଜୋଆଖିମ ଗୁଆକ
 -  ଚାନ୍ସେଲର ଆଞ୍ଜେଲା ମର୍କେଲ
 -  ବୁଣ୍ଡେସ୍ତାଗର ନେତା (ବାଚସ୍ପତି) ନରବର୍ଟ ଲାମର୍ଟ
 -  ବୁଣ୍ଡେସ୍ରାଟର ନେତା ଷ୍ଟିଫାନ ୱାଇଲ
ବିଧାନମଣ୍ଡଳ
 -  ରାଜ୍ୟସଭା ବୁଣ୍ଡେସ୍ରାଟ
 -  ଲୋକସଭା ବୁଣ୍ଡେସ୍ତାଗ
ଜର୍ମାନ ସାମ୍ରାଜ୍ୟ
 -  ପବିତ୍ର ରୋମାନ ସାମ୍ରାଜ୍ୟ ୨ ଫେବୃଆରୀ ୧୯୬୨ 
 -  ଜର୍ମାନ ସଂଘ ୮ ଜୁନ ୧୮୧୫ 
 -  ଏକତ୍ରୀକରଣ ୧୮ ଜାନୁଆରୀ ୧୮୭୧ 
 -  ସଂଘୀୟ ଗଣତନ୍ତ୍ର ୨୩ ମଇ ୧୯୪୯ 
 -  EEC ର ସଂସ୍ଥାପନା] (ବର୍ତ୍ତମାନ ଇଉରୋପୀୟ ସଂଘ) ୧ ଜାନୁଆରୀ ୧୯୫୮ 
 -  ପୁନଃଏକତ୍ରୀକରଣ ୩ ଅକ୍ଟୋବର ୧୯୯୦ 
କ୍ଷେତ୍ରଫଳ
 -  ସର୍ବମୋଟ ୩୫୭ km2 (୬୩ ତମ)
୧୩୭ ବର୍ଗ ମି 
 -  ଜଳଭାଗ (%) 2.416
ଲୋକସଂଖ୍ୟା
 -  ୨୦୧୪ ଆକଳନ 80,716,000[୨] (୧୬ ତମ)
 -  ୨୦୧୧ census 80,219,695[୩] (୧୬ ତମ)
 -  ଘନତା 226/କିମି (୫୮ ତମ)
୫୮୩/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) ୨୦୧୪ ଅନୁମାନ
 -  ସର୍ବମୋଟ $3.338 ଲକ୍ଷ କୋଟି (ଟ୍ରିଲିୟନ)[୪] (5ମ)
 -  ମୁଣ୍ଡପିଛା ହାର ହିସାବରେ $41,248[୪] (16ତମ)
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) 2014 ଆକଳନ
 -  ସର୍ବମୋଟ $3.876 ଲକ୍ଷ କୋଟି (ଟ୍ରିଲିୟନ) (4ର୍ଥ)
 -  ପ୍ରତିଟି ମଣିଷ $47,893[୪] (15ତମ)
ଜିନି (2011) 29.0 ।Gini_ref = [୫] 
ମାନବ ବିକାଶ ସୂଚନାଙ୍କ (2013) 0.920 (5ମ)
ମୁଦ୍ରା ୟୁରୋ (€) (EUR)
ସମୟ ମଣ୍ଡଳ CET (ଇଉଟିସି+1)
 -  ଖରାଦିନ (ଡ଼ିଏସଟି) CEST (ଇଉଟିସି+2)
ରାସ୍ତାର ଏପାଖରେ ଚାଲନ୍ତୁ ଡାହାଣ
ଇଣ୍ଟରନେଟ ଟିଏଲଡ଼ି .de [୧]
ଫୋନ କୋଡ଼ 49

ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପ ରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟ କୁ ନେଇ ଗଠିତ ଜର୍ମାନୀର ଦାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।

ପ୍ରାଚୀନ କାଳରୁ ଜର୍ମାନିକ୍ ଜନଜାତିର ଲୋକେ ବର୍ତ୍ତମାନର ଇତ୍ତର ଜର୍ମାନୀ ଓ ଦକ୍ଷିଣ ସ୍କାଣ୍ଡିନେଭିୟା ଅଞ୍ଚଳରେ ବସବାସ କରୁଥିଲେ । ପ୍ରାଚୀନ ରୋମାନ ମାନେ ଏହି ଅଞ୍ଚଳର ନାମ ଦେଇଥିଲେ ଜର୍ମାନିୟା । ରୋମାନ ସାମ୍ରାଜ୍ୟର ଅଧଃପତନ ବେଳେ ଏହି ଜନଜାତି ସାମ୍ରାଜ୍ୟ ବିସ୍ତାର କରି ଅର୍ଦ୍ଧାଧିକ ଇଉରୋପକୁ ଆୟତ୍ତ କରିଥିଲେ । ଦଶମ ଶତାବ୍ଦୀରେ Holy Roman Empire ରେ ସେମାନେ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଥିଲେ । ଷୋଡଶ ଶତାବ୍ଦୀରେ ଏହି ସାମ୍ରାଜ୍ୟର ଉତ୍ତରାଞ୍ଚଳ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋ‍ଇଥିଲା ।ନେପୋଲିୟନଙ୍କ ଅଧୀନସ୍ଥ ହେବା ପରେ ଜର୍ମାନ ସଂଘ ଗଠିତ ହେଲା ଯାହା ପରବର୍ତ୍ତୀ କାଳରେ ଜର୍ମାନ ଭାଷୀ ଅଞ୍ଚଳର ଐକୀକରଣ ଆନ୍ଦୋଳନର ରୂପ ନେଲା । ପ୍ରୁସିଆ ନେତୃତ୍ୱରେ 1871 ରେ ଅଧିକାଂଶ ଜର୍ମାନ ଅଞ୍ଚଳ ସଂଗଠିତ ହୋ‍ଇଥିଲେ ।

1918-19 ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଯଦିଚ ଜର୍ମାନୀ ଅନେକ ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଥିଲା, ଦେଶରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯାହା Great Depression ସମୟରେ ଆହୁରି ବିକୃତ ରୂପ ନେଇଥିଲା ଏବଂ ଭାର୍ସାଇଲ୍ ସନ୍ଧିରେ ଜର୍ମାନୀର ଅପମାନ ଦେଶରେ ଅତିଦକ୍ଷିଣପନ୍ଥୀ ଆନ୍ଦୋଳନକୁ ଜନ୍ମ ଦେଲା । ୧୯୩୩ରେ ଜର୍ମାନୀରେ ତୃତୀୟ ରାଇଖ ବା ନାଜି ଶାସନ ଆରମ୍ଭ ହେଲା ଯାହା ସମୟକ୍ରମେ ତୃତୀୟ ବିଶ୍ୱଯୁଦ୍ଧ ଓ Holocaust ର କାରଣ ହୋ‍ଇଥିଲା ।1945 ରେ ଜର୍ମାନୀର ପତନ ପରେ ମିତ୍ର ରାଷ୍ଟ୍ର ମାନଙ୍କ ଦ୍ୱାରା ଜର୍ମାନୀ ପୂର୍ବ ଓ ପଶ୍ଚିମ ଜର୍ମାନୀ ରେ ବିଭାଜିତ ହେଲା । ୧୯୯୦ରେ ବର୍ଲିନ କାନ୍ଥ ଭଗ୍ନ ହେବା ପରେ ଜର୍ମାନୀର ପୁନଃଐକୀକରଣ ସମ୍ପନ୍ନ ହେଲା ।

ଜର୍ମାନୀ ପୃଥିବୀରେ ସର୍ବମୋଟ ଆନ୍ତରିକ ଉତ୍ପାଦ (GDP) ଅନୁସାରେ ଚତୁର୍ଥ ଓ କ୍ରୟ ଶକ୍ତି ସମତା (PPP) ଅନୁସାରେ ପଞ୍ଚମ ସର୍ବବୃହତ୍ ରାଷ୍ଟ୍ର । ଆମଦାନୀ ଓ ରପ୍ତାନୀ ଉଭୟରେ ଜର୍ମାନୀର ସ୍ଥାନ ପଥିବୀରେ ତୃତୀୟ । ଜର୍ମାନୀ ବିକଶିତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏଠାରେ ଜୀବନ-ସ୍ତର (Standard of Living) ବେଶ୍ ଉଚ୍ଚ । ଜର୍ମାନୀ ଅନେକ ଦାର୍ଶନିକ, କଳାକାର, ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଉଦ୍ଭାବକଙ୍କୁ ଜନ୍ମ ଦେଇଛି । ଜର୍ମାନୀ ଏକ ବୃହତ୍ ଶକ୍ତି ଓ ଇଉରୋପୀୟ ସଂଘ ଛଡା ଜାତିସଂଘ, ନାଟୋ, ଜି8, ଜି20, OECD ଏବଂ ଇଉରୋପୀୟ କାଉନ୍ସିଲର ସଦସ୍ୟ ।


ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]